Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବନ୍ଦ ଘରେ ଦମ୍ପତିଙ୍କ ମୃତଦେହ

Odisha

ବନ୍ଦ ଘରେ ଦମ୍ପତିଙ୍କ ମୃତଦେହ

Smruti Parija
Browse all articles by Smruti Parija
·1 year ago·1 min read
ବନ୍ଦ ଘରେ ଦମ୍ପତିଙ୍କ ମୃତଦେହ

ବାଲେଶ୍ୱର: ଦମ୍ପତିଙ୍କ ଆତ୍ମହତ୍ୟା ।  ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତ ପାର୍ବତୀପୁର ଗାଁର ମେନା ମହାକୁଡଙ୍କ ପୁଅ ମନୋଜ ମହାକୁଡ ଏବଂ ବୋହୂ ସସ୍ମିତା ମହାକୁଡ ଗତ ରାତିରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମନୋଜ ଓ ସସ୍ମିତା ଗତ କାଲି ଖାଇସାରି ଘରେ ଶୋଇଥିଲେ । ସସ୍ମିତାଙ୍କ ଭଉଣୀ ଓ ଭିଣୋଇ ଆସି ପହଞ୍ଚିବା ପରେ ଘର କବାଟ ବାଡେଇ ଡାକିଥିଲେ। 

ମାତ୍ର କବାଟ ନଖୋଲିବାରୁ ସନ୍ଦେହ କରି ପରିବାର ଲୋକ କବାଟକୁ ଭାଙ୍ଗିଦେଇଥିଲେ । କବାଟ ଖୋଲିବାରୁ ବିଦ୍ୟୁତ ତାର ଦୁଇ ଜଣଙ୍କ ବେକରେ ଗୋଡାଇ ହୋଇଥିବା ଦେଖିବାକୁ ପାଇଥିଲେ । ଦୁଇ ଜଣ ବିଦ୍ୟୁତ ଆଘାତରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ସିମୁଳିଆ ପୁଲିସ ଘଟଣାର ତଦନ୍ତ ଚଳାଇଛି । ତେବେ କେଉଁ କାରଣରୁ ଦୁହେଁ ଆତ୍ମହତ୍ୟା କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
newly-wed-married-couple-committed-suicide-in-baleswar | Argus News