Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିନବେଳର ଖବର ସଂକ୍ଷେପରେ...

Ritu Das
Browse all articles by Ritu Das
·1 year ago·2 min read
ଦିନବେଳର ଖବର ସଂକ୍ଷେପରେ...

ଅର୍ଗସ ବ୍ୟୁରୋ: ଦାନା ଦେଇଗଲା ଦୁଃଖ... ଘର ଦୁଆର, ରାସ୍ତା ଘାଟ ସବୁଠି ଲହଡ଼ି ଭାଙ୍ଗୁଛି ବନ୍ୟାପାଣି... ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା... 3 ଦିନ ହେବ ବନ୍ୟା ଘେରରେ ରହିଛନ୍ତି ଲୋକେ... ପାଣିରେ ବୁଡ଼ି ରହିଛି ଧାନ ଓ ପରିବା ଚାଷ
୨- ନଭେମ୍ବର 2 ସୁଦ୍ଧା ଆସିବ ବାତ୍ୟା କ୍ଷୟକ୍ଷତି ରିପୋର୍ଟ... ଆକାଶ ମାର୍ଗରୁ ବନ୍ୟା ବାତ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା... 98 ପ୍ରତିଶତ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଯୋଗାଣ ହେଲା ସ୍ବାଭାବିକ... ଏବେ ୪୭୦ଟି ଆଶ୍ରୟସ୍ଥଳୀରେ ଅଛନ୍ତି ଆଉ ୩୦ ହଜାର ପ୍ରଭାବିତ... ଜିରୋ କାଜୁଆଲଟି ଲକ୍ଷ୍ୟ ପୂରଣ ପାଇଁ ଜିଲ୍ଲାପାଳ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେଲେ ସିଏମ୍...
୩- ବାତ୍ୟା ପରେ ଦାଉ ସାଧୁଛି ବନ୍ୟା...ଫୁଲୁଛି ନଦୀ...ପାଣି ଘେରରେ ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜର ଶହ ଶହ ଘର...ବିପନ୍ନଙ୍କୁ ଉଦ୍ଧାର, ସୁରକ୍ଷିତ ସ୍ଥାନରେ ଆଶ୍ରୟ ସହ ରିଲିଫ୍ ଯୋଗାଣ ପାଇଁ ସରକାରୀ ତତ୍ପରତା...ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ...ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ରାଜସ୍ବ ମନ୍ତ୍ରୀଙ୍କ ବୈଠକ ସେପଟେ ସରକାରଙ୍କ ବାତ୍ୟା ପରିଚାଳନାକୁ ବିଜେପି ସଭାପତିଙ୍କ ପ୍ରଶଂସା...
୪- ଗରିବରୁ ଧନୀ 70ବର୍ଷରୁ ଅଧିକ ସବୁ ବରିଷ୍ଠ ନାଗରିକଙ୍କୁ ମିଳିବାକୁ ଯାଉଛି ବଡ଼ ଉପହାର...ସମସ୍ତଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରିବେ ମୋଦି ସରକାର...ମିଳିବ ୫ ଲକ୍ଷ ଟଙ୍କାର ମାଗଣା ସ୍ବାସ୍ଥ୍ୟବୀମା...ଆସନ୍ତାକାଲି ଓଡ଼ିଶା ସମେତ ସାରାଦେଶରେ ପିଏମ କରିବେ ଶୁଭାରମ୍ଭ...ଖୋର୍ଦ୍ଧାରେ ଯୋଗ ଓ ନେଚରୋପାଥି ଗବେଷଣା କେନ୍ଦ୍ରର ବି ମୋଦି ଦେବେ ଶୁଭ...
୫- ଆଜି ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ... ସ୍ପେନ ପ୍ରଧାନମନ୍ତ୍ରୀଙ୍କ ସହ ଭଦୋଦରାରେ ସି-୨୯୫ ବିମାନ ନିର୍ମାଣ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପେ୍ଲକ୍ସର କରିବେ ଉଦଘାଟନ...ଆମ୍ରେଲିରେ ୪ ହଜାର ୯୦୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ମୋଦି...
୬- ଇସ୍ରାଏଲ୍ ଅପରେସନ୍ କୁ ନେଇ ଇରାନରେ ଆତଙ୍କ...ଇରାନ ସେନାକ୍ୟାମ୍ପ ଧ୍ୱଂସ...ସେପଟେ ପ୍ରତି ଆକ୍ରମଣ ପାଇଁ ଇରାନର ପ୍ରସ୍ତୁତି...ଆମେରିକା ଏବଂ ଯୁରୋପୀୟ ଦେଶ ସମୂହ ଇରାନକୁ ଶୁଣାଇଲେ ଚେତାବନୀ...ଇସ୍ରାଏଲ ଉପରେ ଆକ୍ରମଣ କଲେ ସାଙ୍ଘାତିକ ହେବ ପରିଣତି...
୭- ବିଷ ବଳୟରେ ରାଜଧାନୀ ଦିଲ୍ଲୀ...ଅଣନିଶ୍ଵାସୀ ରାଜଧାନୀବାସୀ...ଦିଲ୍ଲୀ ଆନନ୍ଦ ବିହାର ସମେତ ବିଭିନ୍ନ ସ୍ଥାନରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪ ଶହ ପାର୍‌ ...ମୁଣ୍ଡକାରେ ୩୧୪ , ପଞ୍ଜାବୀ ବାଗ୍‌ରେ ୩୦୦, ଆରକେ ପୁରମରେ AQI 427 ରେକର୍ଡ...ଦୀପାବଳିକୁ ମାତ୍ର 3 ଦିନ ବାକି ଥିବାବେଳେ ଅତି ସାଂଘାତିକ ସ୍ତର ଛୁଇଁଲା ପ୍ରଦୂଷଣ
୮- ଉତ୍ତରପ୍ରଦେଶର କାନପୁର ଜିଲାପାଳଙ୍କ ବଙ୍ଗଳା ନିକଟରୁ ଜଣେ ମହିଳାଙ୍କ ମୃତଦେହ ମିଳିଛି। ମହିଳା ଜଣକ ୪ ମାସ ହେଲା ନିଖୋଜ ଥିଲେ.....ତାଙ୍କୁ ହତ୍ୟା କରିବା ପରେ ସେଠାରେ ପୋତିଦିଆଯାଇଥିଲା......ଅପହରଣ ଏବଂ ହତ୍ୟା ଅଭିଯୋଗରେ କୋଟଓ୍ବାଲି ପୋଲିସ ଜିମ୍‌ ଟ୍ରେନରଙ୍କୁ ଗିରଫ କରିଛି
୯- ଭାରତୀୟ ସେନା ପାକିସ୍ତାନ ପାଇଁ ଆତଙ୍କବାଦୀ ଭଳି ! ଏଭଳି କହି ବିବାଦରେ ଫସିଛନ୍ତି ସାଉଥ ଅଭିନେତ୍ରୀ ସାଇ ପଲ୍ଲବୀ
୧୦- ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନ ଦଳରେ ବଡ଼ ପରିବର୍ତ୍ତନ......ମହମ୍ମଦ ରିଜୱାନଙ୍କୁ ମିଳିଲା ଅଧିନାୟକ ପଦ

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
news in | Argus News