Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିନ ବେଳର ଖବର ସଂକ୍ଷେପରେ...

Ritu Das
Browse all articles by Ritu Das
·1 year ago·2 min read
ଦିନ ବେଳର ଖବର ସଂକ୍ଷେପରେ...

ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020... ପୁନଃ ଗଠିତ ହେଲା ଟାସ୍କ ଫୋର୍ସ.. ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କଲେ ରାଜ୍ୟ ସରକାର...6 ଜଣିଆ ଥିମେଟିକ ସବ କମିଟି ମଧ୍ୟ ଗଠିତ...
୨- ଆଜିଠାରୁ ଆରମ୍ଭ ମହାକାର୍ତ୍ତିକ ବ୍ରତ.... ଚଳଚଞ୍ଚଳ ଶ୍ରୀକ୍ଷେତ୍ର....୪ଟି ଅସ୍ଥାୟୀ ହବିଷ୍ୟାଳି ଶିବିରରେ ସ୍ବତନ୍ତ୍ର ବ୍ୟବସ୍ଥା.....ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ ସହ ମହାପ୍ରସାଦ ସେବନ କରି ପାଳୁଛନ୍ତି କାର୍ତ୍ତିକ ବ୍ରତ.
୩- ଆଜି ମୁମ୍ବାଇରେ ନିବେଶକ ସମ୍ମିଳନୀ....ଦେଶ ବିଦେଶର ପ୍ରତିଷ୍ଠିତ କମ୍ପାନିର ମୁଖ୍ୟ ଓ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ କରିବେ ଆଲୋଚନା....ଓଡ଼ିଶାରେ ଥିବା ଭିତ୍ତିଭୂମି ଏବଂ ସୁବିଧା ସୁଯୋଗ ସମ୍ପର୍କରେ କରିବେ ଅବଗତ...କେମିକାଲ, ଆଇଟି, ଟେକ୍ସଟାଇଲ, ସେମି କଣ୍ଡକ୍ଟର, ଷ୍ଟିଲ ଆଦି କ୍ଷେତ୍ରରେ ବଡ଼ ସୁଯୋଗ ହେବ ସୃଷ୍ଟି
୪- ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ହୋଇଛି....୨ ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଥାନାରେ ଅଭିଯୋଗ....ଆକ୍ରମଣ ପାଇଁ ଉଦ୍ୟମ କଲା ବେଳେ ବିରୋଧ କରିବାକୁ ଯାଇ ଡିଆଇଜି ଓ ‌ଦୁଇ ରୋଡ୍‌ ରୋମିଓ ହାତାହାତି....ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି
୫- ମୁମ୍ବାଇ-ଲଣ୍ଡନ ଏୟାରଇଣ୍ଡିଆ ଫ୍ଲାଇଟ୍ ରେ ଏମର୍ଜେନ୍ସୀ ଘୋଷଣା, ଆକାଶରେ ଶୁଣାଗଲା ‘ସୋନିକ୍ ବୁମ୍’.....ବିମାନ ବ୍ରିଟେନ ନିକଟବର୍ତ୍ତି ହେବା କାଳରେ ସ୍କ୍ୱାକ କୋଡ ୭୭୦୦ ସହିତ ଏମାର୍ଜେନ୍ସି ଘୋଷଣା କରିଥିଲା।
୬- ହମାସ୍ ମୁଖ୍ୟ ୟାହ୍ୟା ସିନଓ୍ବାର ନିପାତ.... ଇସ୍ରାଏଲ ଡିଫେନ୍ସ ଫୋର୍ସର ଘନଘନ ଆକ୍ରମଣରେ ହୋଇଛି ମୃତ୍ୟୁ ...ଯୁଦ୍ଧର ସମାପ୍ତି ନୁହଁ, ବରଂ ଶେଷର ଆରମ୍ଭ ବୋଲି କହିଲେ ଇସ୍ରାଏଲ ପିଏମ୍... ତୁରନ୍ତ ବନ୍ଧକ ମାନଙ୍କୁ ମୁକ୍ତ କରିବାକୁ ଦେଲେ ଚେତାବନୀ
୭- ସଲମାନ ଖାନ୍‌ଙ୍କୁ ପୁଣି ହତ୍ୟା ଧମକ...ମୁମ୍ବାଇ ଟ୍ରାଫିକ୍ ପୋଲିସର ହ୍ବାଟସ୍‌ଆପ୍ ନମ୍ବରରେ ଧମକପୂର୍ଣ୍ଣ ମେସେଜ୍...ସଲମାନଙ୍କ ଠାରୁ 5 କୋଟି ଟଙ୍କା କରାଯାଇଛି ଦାବି...ଟଙ୍କା ନ ମିଳିଲେ ବାବା ସିଦ୍ଦିକି ଅବସ୍ଥା ଠାରୁ ଆହୁରି ଭୟଙ୍କର ହେବ ବୋଲି ଚେତାବନୀ
୮- ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଇଡିର ପଚରାଉଚରା.....ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ କରିବା ମାମଲାରେ ଅଭିନେତ୍ରୀଙ୍କୁ ଇଡି ପକ୍ଷରୁ ପଚରାଉଚରା କରାଯାଉଛି
୯- ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ.....ବେଙ୍ଗାଲୁରୁରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଟିମ ଇଣ୍ଡିଆ ୪୬ ରନରେ ଅଲଆଉଟ୍.....ଏହା ଭାରତର ସର୍ବକାଳୀନ ତୃତୀୟ ସର୍ବନିମ୍ନ ସ୍କୋର.....ଦଳ ପକ୍ଷରୁ ରିଷଭ ପନ୍ତ ସର୍ବାଧିକ ୨୦ ରନ୍‌ କରିଥିବା ବେଳେ ନ୍ୟୁଜିଲାଣ୍ଡ ପକ୍ଷରୁ ମାଟ ହେନେରୀ ୫ଟି ଓ୍ୱିକେଟ୍‌ ନେଇଛନ୍ତି
୧୦- ଓଡ଼ିଶାକୁ ଅଛି କି ବାତ୍ୟା ଆଶଙ୍କା.... ଅକ୍ଟୋବର ୨୦ରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ...୨୨ରେ ନେବ ଲଘୁଚାପର ରୂପ...ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା...IMD ଡିଜି କହିଲେ କୌଣସି ବାତ୍ୟାର ପୂର୍ବାନୁମାନ କରାଯାଇନାହିଁ...କେବଳ ଏକ ଳଘୁଚାପ କ୍ଷେତ୍ର ଓ ଅବପାତର ପୂର୍ବାନୁମାନ କରାଯାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Briefly on | Argus News