Videos
|
Odisha

ଦୂଷିତ ପାଣି ପିଇ ହଇଜା ବ୍ୟାପିବା ଘଟଣା, ତଦନ୍ତ ପାଇଁ ୭ ଜଣିଆ ଟିମ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦୂଷିତ ପାଣି ପିଇ ହଇଜା ବ୍ୟାପିବା ଘଟଣା, ତଦନ୍ତ ପାଇଁ ୭ ଜଣିଆ ଟିମ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି

ଅର୍ଗସ ବ୍ୟୁରୋ: ରାଉରକେଲା ଦୂଷିତ ପାଣି ପିଇ ହଇଜା ବ୍ୟାପିବା ଘଟଣାକୁ ଗୁରୁତ୍ବର ସହ ନେଲେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ। ଏହାର ତଦନ୍ତ ପାଇଁ ୭ ଜଣିଆ ଟିମ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ, ଆଇସିଏମଆରର ବରିଷ୍ଠ ବୈଜ୍ଞାନିକ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀ, ୱାଟକୋର ବରିଷ୍ଠ ଅଧିକାରୀ, ରାଉରକେଲାର ଜିଲ୍ଲା ମାଜିଷ୍ଟ୍ରେଟ ଏହି କମିଟିରେ ରହିବେ । ଏହି ଟିମ ଝାଡାବାନ୍ତି ବ୍ୟାପିଥିବା ଅଞ୍ଚଳ ପରିଦର୍ଶନ କରି ଆସନ୍ତା ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବେ ଏହି ଟିମ୍ ।

ଗତ ଡିସେମ୍ବର ମାସରେ ରାଉରକେଲାରେ ଆତଙ୍କ ଖେଳାଇଥିଲା ହଇଜା। ଦୁଇ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ 17ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାରେ ଦୂଷିତ ପାଣି ପିଇ ହଇଜା ବ୍ୟାପିଥିବା ଜଣାପଡ଼ିଥିଲା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: