Bomb Blast Case / ଦିଲ୍ଲୀ ବୋମା ବିସ୍ଫୋରଣ କେସରେ ଭୁବନେଶ୍ୱର ଲିଙ୍କ ! NIA ହାତରେ ବଡ଼ ପ୍ରମାଣ
·2 hours ago·2 min read

Key Points
ଦିଲ୍ଲୀ ବୋମା ବିସ୍ଫୋରଣ ଘଟଣାରେ ଭୁବନେଶ୍ୱର ଲିଙ୍କ
NIA ହାତରେ ଲାଗିଲା ବଡ଼ ପ୍ରମାଣ
ଜଟଣୀରେ ବିସ୍ଫୋରଣ ପାଇଁ ହୋଇଥିଲା ଷଡ଼ଯନ୍ତ୍ର !

ଭୁବନେଶ୍ବର ୧୩/୦୪: ଦିଲ୍ଲୀ ବୋମା ବିସ୍ଫୋରଣ ଘଟଣାରେ ଭୁବନେଶ୍ୱର ଲିଙ୍କ ! ଆଜାଦ ନଗର ବୋମା ବିସ୍ଫୋରଣ ତଦନ୍ତ କରିବା ବେଳେ ମିଳିଲା ପ୍ରମାଣ । ଏୟାରଫିଲଡ଼ ଥାନାରୁ ଡକ୍ୟୁମେଣ୍ଟ ଆଣିବା ପରେ ଜୋରଦାର ହେଲା ତଦନ୍ତ । ମୁଖ୍ୟ ଅଭିଯୁକ୍ତ ସେହେନୱାଜ୍ ହୁସେନ ଓରଫ ମଫିର ଖାସ ସହଯୋଗୀଙ୍କୁ ଜେରା । ସିଡ଼ିଆର ରିପୋର୍ଟ ଆଧାରରେ ମଫି ଗାର୍ଲଫ୍ରେଣ୍ଡ ଓ ସହଯୋଗୀଙ୍କୁ ଚାଲିଛି ଜେରା। ଜଟଣୀ ଅଞ୍ଚଳରେ ଏକ ସଭାରେ ବିସ୍ଫୋରଣ ପାଇଁ ହୋଇଥିଲା ଷଡଯନ୍ତ୍ର । ବିସ୍ଫୋରକ ବା ବୋମାରୁ ହେକ୍ସାହାଇଡ୍ରୋ ଟ୍ରାଇନାଇଟ୍ରୋ ଭଳି ରାସାୟନିକ ବ୍ୟବହାର ହୋଇଥିଲା । ପ୍ରାଥମିକ ତଦନ୍ତରୁ ଏହା ଜାଣିବାକୁ ପାଇଥିଲା ଏନଆଇଏ। ସାମ୍ପୁଲକୁ ରାଜ୍ୟ ଫରେନସିକ ଲ୍ୟାବକୁ ପଠାଯାଇଥିଲା । ଫରେନସିକ ରିପୋର୍ଟ ଆସିବା ପରେ ବୋମା ବିସ୍ପୋରଣର ଗୁମର ଖୋଲିବା ବୋଲି ଏନଆଇଏ ଆଶା ରଖିଛି । ସେପଟେ ସହଯୋଗୀଙ୍କ ବୟାନ ରେକର୍ଡ ସହ ଜବତ ସିଡ଼ିଆର ରିପୋର୍ଟ ମଧ୍ୟ ଆତଙ୍କିଙ୍କ ମୁଖା ଖୋଲି ଦେଇପାରେ । ଏଭଳି କ୍ଷେତ୍ରରେ ରାଜ୍ୟ ବାହାର ଅପରାଧୀଙ୍କ ସହ ମଫି ଲିଙ୍କ ଓ ଫଣ୍ଡିଂ ନେଇ ହୋଇପାରେ ବ୍ୟାପକ ଖୋଳତାଡ଼। ମଫିର ଗଡ଼ ଫାଦର ପାଲଟିଥିବା କିଛି ଯୁବନେତାଙ୍କୁ ସ୍କାନରକୁ ନେଇଛି ଏନଆଇଏ। ଖୁବଶୀଘ୍ର ସେମାନଙ୍କର ବଢ଼ିପାରେ ଅଡ଼ୁଆ।
ଗତ ଜାନୁଆରୀ ୨୭ ତାରିଖରେ ଏୟାରଫିଲଡ଼ ଥାନା ସୁନ୍ଦରପଦାର ଆଜାଦ ନଗରରେ ହୋଇଥିଲା ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣର ଘଟଣାର ତଦନ୍ତ କରୁଛି ଏନଆଇଏ। ଏୟାରଫିଲଡ଼ ଥାନାରୁ ସମସ୍ତ ଡକ୍ୟୁମେଣ୍ଟ ନେଇସାରିଛି ଏନଆଇଏ। ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକ ଓରଫ ମଫିର ଲିଙ୍କ ନେଇ ସର୍ଜମିନ ଯାଞ୍ଚ କରିଥିଲା ଏନଆଇଏ। ପୂର୍ବରୁ ମଫି ଓ ତା' ମା'ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏନଆଇଏ ଏ ନେଇ କେସ ନମ୍ବର ୧ / ୨୦୨୬ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତର ପୂର୍ଣ୍ଣଭାର କମିଶନରେଟ ପୋଲିସ ଠାରୁ ହାତକୁ ନେଇଥିଲା। ଏହି ତଦନ୍ତ ପ୍ରକ୍ରିୟା ବେଳେ ଜବତ ହୋଇଥିବା ବିସ୍ଫୋରକ ଆରଡିଏକ୍ସର ବ୍ୟବହାର, ମଫିର ଆନ୍ତରାଜ୍ୟ ଲିଙ୍କ, ପୂର୍ବର ଅପରାଧିକ ମାମଲା ସମ୍ପର୍କର ଚାଲିଛି ଖୋଳତାଡ଼। ଠିକ ସେହିପରି ଏତେ ପରିମାଣର ଆରଡିଏକ୍ସର ବ୍ୟବହାର ଜଟଣୀ ଅଞ୍ଚଳରେ ହୋଇଥାନ୍ତା ବୋଲି ଖବର ପାଇଥିଲା ଏନଆଇଏ।
ପଢନ୍ତୁ ଏହି ଖବର: ସୋସିଆଲ ସାଇଟରେ କଟ୍ଟରବାଦୀ ପୋଷ୍ଟ କରିବା ଥିଲା ମୁଖ୍ୟ ଏଜେଣ୍ଡା
ସେପଟେ ୟୁନିଟ -6 ଅଞ୍ଚଳରୁ ସନ୍ଦିଗ୍ଧ ଆତଙ୍କି ସେଖ ଇମ୍ରାନ ଗିରଫ ଘଟଣାରେ ଇମ୍ରାନ ଘରେ କ୍ରାଇମବ୍ରାଞ୍ଚ STF ର ଖୋଳତାଡ଼। STFର ଅଧିକାରୀ ମାନେ ଇମ୍ରାନ ଙ୍କ ବାପା ଏବଂ ମାଆ ଙ୍କୁ ପଚରା ଉଚରା କରୁଛନ୍ତି। କେବେ ଠାରୁ ଇମ୍ରାନ ଏଭଳି ସୋସିଆଲ ମିଡ଼ିଆରେ ଦେଶ ଦ୍ରୋହ ପୋଷ୍ଟ କରୁଥିଲା | ଟେରର ଫଣ୍ଡିଂ ନେଇ ଇମ୍ରାନଙ୍କ ବାପା ମାଆ ଙ୍କ ପାଖରେ ଖବର ଥିଲା କି |
ଇମ୍ରାନ ଦେଶଦ୍ରୋହ ପୋଷ୍ଟ କରୁଥିଲା କେମିତି ତାଙ୍କ ଘର ଲୋକ ଜାଣି ପାରୁନଥିଲେ | ଏମିତି ଅନେକ ତମାମ ପ୍ରଶ୍ନ ର ଉତ୍ତର ଖୋଜୁଛି କ୍ରାଇମବ୍ରାଞ୍ଚ STF।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories