Fake Fertilizer / ଚାଷୀଙ୍କୁ ନକଲି ସାର ଯୋଗାଣ ଘଟଣାରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ; FPO ବିରୋଧରେ ଥାନାରେ ଅଭିଯୋଗ
·2 weeks ago·2 min read

Key Points
ଚାଷୀଙ୍କୁ ନକଲି ସାର ଯୋଗାଣ ନେଇ ଥାନାରେ ଲିଖିତ ଅଭିଯୋଗ
ନୀଳଗିରି FPOର ସିଇଓ ସସ୍ମିପ୍ରଭାଙ୍କ ବିରୋଧରେ କୃଷି ବିଭାଗର ଏତଲା
ଲ୍ୟାବ ଟେଷ୍ଟ ରିପୋର୍ଟରେ ସାର ନକଲି ବୋଲି ପ୍ରମାଣିତ ହୋଇଥିଲା
ଚାଷୀଙ୍କୁ ନକଲି ନବରତ୍ନା ଡିଏପି ଓ ପଟାସ ସାର ଦେଇଥିଲା FPO

ନୀଳଗିରି (ବାଲେଶ୍ଵର): ଡିଏପି ସାର (Fertilizer)ର ରଙ୍ଗ ଧଳା ପରିବର୍ତ୍ତେ କଳା ଓ ପଟାସ ସାରରେ ଲୁଣ ସହ ଦିଆଯାଇଥିଲା ରଙ୍ଗ । ନକଲି ସାରକୁ ଚାଷୀ ଚିହ୍ନି ଅଭିଯୋଗ କରିବା ପରେ ତାହା ସତ ପ୍ରମାଣିତ ହୋଇଛି । କୃଷକ ଉତ୍ପାଦକ ସଂଗଠନ (FPO) ପକ୍ଷରୁ ପ୍ରଦାନ ସାର ନକଲି ବୋଲି ଜଣାପଡ଼ିଛି ।
ଏହି ମାମଲାରେ ନକଲି ସାର ଯୋଗାଇଥିବା ନୀଳଗି FPO ସିଇଓ ସସ୍ମିପ୍ରଭାଙ୍କ ବିରୋଧରେ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛି କୃଷି ବିଭାଗ । ସହକାରୀ କୃଷି ଅଧିକାରୀ ରତିକାନ୍ତ ମହାନ୍ତି ଓ ବ୍ଲକ କୃଷି ଅଧିକାରୀ ମିତାଲି ନାୟକ ଉଭୟ ନୀଳଗିରି ଥାନାରେ ଏତଲା ଦେଇଛନ୍ତି ।
ଲ୍ୟାବ ଟେଷ୍ଟ ରିପୋର୍ଟରେ ନକଲି ସାର ବୋଲି ପ୍ରମାଣିତ ହେବା ପରେ ନୀଳଗିରି କୃଷି ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସୂଚନା ଅନୁସାରେ, ନୀଳଗିରି ବ୍ଲକ ମଛୁଆ ପଞ୍ଚାୟତରେ ଚାଷୀଙ୍କୁ ନକଲି ସାର ଯୋଗାଣ କରାଯାଇଥିଲା ।
ଅଗଷ୍ଟ ୧୦ ତାରିଖରେ ନୀଳଗିରି ଅଞ୍ଚଳରେ ନକଲି ସାରକୁ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଅଟୋରେ ସାର ଲଦି ନୀଳଗିରି ବ୍ଲକରେ ଚାଲୁଥିବା ଜନଶୁଣାଣିରେ ପହଞ୍ଚିଥିଲେ । ଗାଁର ୧୫ରୁ ଊର୍ଦ୍ଧ୍ଵ ଚାଷୀଙ୍କୁ ବଜାର ଦର ଠାରୁ କମ୍ ଦରରେ ନବରତ୍ନା ଡିଏପି ଓ ପଟାସ ସାର ନୀଳଗିରି FPO ପକ୍ଷରୁ ଯୋଗାଇ ଦିଆଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝରରେ ବନ୍ୟା ବିତ୍ପାତ…ବୈତରଣୀ, ଖରସ୍ରୋତା, ବ୍ରାହ୍ମଣୀରେ ଆସିଲା ଦ୍ବିତୀୟ ବନ୍ୟା
କୃଷି ମିତ୍ର ଓ ଏମବିକେ ଦ୍ୱାରା ନୀଳଗିରି FPOର ସିଇଓ ସସ୍ମିପ୍ରଭା ରାଉତ ଚାଷୀଙ୍କୁ ସାର ଯୋଗାଣ କରିଥିଲେ । କିନ୍ତୁ ଦିଆଯାଇଥିବା ଡିଏପି ସାରର ରଙ୍ଗ ଧଳା ପରିବର୍ତ୍ତେ କଳା ଓ ପଟାସ ସାର ଲୁଣ ଓ ରଙ୍ଗ ଦିଆଯାଇଥିବା ଅଭିଯୋଗ କରିଥିଲେ ଚାଷୀ ।
ଯାହା ପରେ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ତାପସ ମହାନ୍ତି ଓ ଅନ୍ୟ ଅଧିକାରୀ ପହଞ୍ଚି ସାରକୁ ଦେଖିବା ସହ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣିରେ ଅଭିଯୋଗ କରିଥିଲେ । ଯାହା ପରେ ପ୍ରଶାସନ ସାର ନମୁନା ସଂଗ୍ରହ କରି ଲ୍ୟାବ ଟେଷ୍ଟ ପାଇଁ ପଠାଇଥିଲା ।
ଏବେ ଲ୍ୟାବ ଟେଷ୍ଟ ରିପୋର୍ଟରେ ଡିଏପି ଓ ପଟାସ ସାର ନକଲି ବୋଲି ଜଣାପଡ଼ିଛି । ଯାହା ପରେ ନୀଳଗିରି କୃଷି ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଇଛି । ତେବେ ଲାଇସେନ୍ସ ନଥାଇ ଭଦ୍ରକରୁ ସାର ଆଣି FPO ନୀଳଗିରିରେ ଚାଷୀଙ୍କୁ କେମିତି ବଣ୍ଟନ କଲା ତାହା ପ୍ରଶ୍ନ ସୃଷ୍ଟି କରିଛି ।
ନୀଳଗିରି ବ୍ଲକର କେଉଁ ପଞ୍ଚାୟତରେ, କେତେ ଚାଷୀଙ୍କୁ, କେତେ ପରିମାଣର ନକଲି ଡିଏପି ଓ ପଟାସ ସାର ଯୋଗାଣ କରାଯାଇଛି ସେନେଇ ମଧ୍ୟ ପ୍ରଶାସନ ପାଖରେ କୌଣସି ତଥ୍ୟ ନାହିଁ । ତେଣୁ ଏହି ନକଲି ସାର ପ୍ରସଙ୍ଗ ଏବେ ଜଟିଳ ହେବାକୁ ବସିଲାଣି ।

Related Topics
Explore more stories