Videos
|
Odisha

Odisha News / ପେଟ୍ରୋଲ୍ ପମ୍ପରେ ବିସ୍ଫୋରଣ; ଜଣଙ୍କର ମୃ*ତ୍ୟୁ ସୂଚନା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ପେଟ୍ରୋଲ୍ ପମ୍ପରେ ବିସ୍ଫୋରଣ; ଜଣଙ୍କର ମୃ*ତ୍ୟୁ ସୂଚନା
Explosion and Fire at Nilagiri Petrol Pump

Key Points

ନୀଳଗିରି ସହରର ବାଲିଗୋହିରି ଠାରେ ପେଟ୍ରୋଲ୍ ପମ୍ପରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଛି । ବିସ୍ଫୋରଣରେ ପେଟ୍ରୋଲ୍ ପମ୍ପର ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ନୀଳଗିରି (ବାଲେଶ୍ଵର): ପେଟ୍ରୋଲ୍ ପମ୍ପରେ ବିସ୍ଫୋରଣ । ଚାଲିଗଲା ଜଣଙ୍କର ଜୀବନ । ବାଲେଶ୍ଵର ଜିଲ୍ଲା ନୀଳଗିରି ସହରର ବାଲିଗୋହିରି ଠାରେ ପେଟ୍ରୋଲ୍ ପମ୍ପରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଛି । ବିସ୍ଫୋରଣରେ ପେଟ୍ରୋଲ୍ ପମ୍ପର ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ତେବେ, କେଉଁ ପରିସ୍ଥିତିରେ କିଭଳି ବିସ୍ଫୋରଣ ହେଲା ସ୍ପଷ୍ଟ ହୋଇ ନାହିଁ । ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ପେଟ୍ରୋଲ୍ ପମ୍ପର ଜଣେ କର୍ମଚାରୀ ବୀରେନ୍ଦ୍ର ସିଂହଙ୍କ ମୃତ୍ୟୁ ହୋଇଛି ।

ଏଥିସହ ପଢ଼ନ୍ତୁ: ଦିନ ୧୨ରୁ ଗୋଟାଏ ଭିତରେ ଓଡ଼ିଶା ଅତିକ୍ରମ କରିବ ବାତ୍ୟା 'ଅର୍ଣ୍ଣବ'; ଦକ୍ଷିଣ ଓଡ଼ିଶା ପାଇଁ ଆଲର୍ଟ

ସୂଚନା ଅନୁସାରେ, ଉକ୍ତ ପେଟ୍ରୋଲ୍ ପମ୍ପରେ ଟାଙ୍କି ଅପଗ୍ରେଡ୍ ଚାଲିଥିଲା । ଭୂତଳ ଟାଙ୍କି କାର୍ଯ୍ୟ ଜାରି ରହିଥିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ସମୟରେ ଟାଙ୍କିରେ ଲୋକେ ତେଲ ମଧ୍ୟ ପକାଉଥିଲେ ।


ପେଟ୍ରୋଲ୍ ପମ୍ପରେ ଇନ୍ଧନ ଭରିବା ପାଇଁ ଲୋକଙ୍କ ଭିଡ଼ ଲାଗି ରହିଥିବା ବେଳେ ଏହି ବିସ୍ଫୋରଣ ଘଟିଛି । ଯେଉଁଥିରେ ଜଣେ ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆଉ କେହି ଗ୍ରାହକ ଆହତ ହୋଇଛନ୍ତି କି ନାହିଁ ତୁରନ୍ତ ସୂଚନା ମିଳି ନାହିଁ ।

ବ୍ରେକିଂ ଖବର... ଅପଡେଟ୍ ଜାରି ରହିଛି...
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: