Videos
|
Weather-calamities

Cyclone Arnab / ଦିନ ୧୨ରୁ ଗୋଟାଏ ଭିତରେ ଓଡ଼ିଶା ଅତିକ୍ରମ କରିବ ବାତ୍ୟା 'ଅର୍ଣ୍ଣବ'; ଦକ୍ଷିଣ ଓଡ଼ିଶା ପାଇଁ ଆଲର୍ଟ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଦିନ ୧୨ରୁ ଗୋଟାଏ ଭିତରେ ଓଡ଼ିଶା ଅତିକ୍ରମ କରିବ ବାତ୍ୟା 'ଅର୍ଣ୍ଣବ'; ଦକ୍ଷିଣ ଓଡ଼ିଶା ପାଇଁ ଆଲର୍ଟ
Odisha Braces for Heavy Rain and Winds

Key Points

ବର୍ତ୍ତମାନ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାରେ ବର୍ଷା ଲାଗି ରହିଛି । ପାଖାପାଖି ଦିନ ୧୨ ଟାରୁ ଗୋଟାଏ ଭିତରେ ଓଡ଼ିଶା ଅତିକ୍ରମ କରିବ ବାତ୍ୟା 'ଅର୍ଣ୍ଣବ' ।
ଭୁବନେଶ୍ଵର: ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଜାରି ରହିଛି । ବାତ୍ୟା ସମ୍ପୂର୍ଣ୍ଣ ଲ୍ୟାଣ୍ଡଫଲ୍ କରିବା ପ୍ରକ୍ରିୟା ସରିବା ପାଇଁ ଆହୁରି ଘଣ୍ଟାଏ ସମୟ ଲାଗିବ । ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ଧିରେ ଧିରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ।

ପ୍ରଭାବରେ ବର୍ତ୍ତମାନ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲାରେ ବର୍ଷା ଲାଗି ରହିଛି । ପାଖାପାଖି ଦିନ ୧୨ ଟାରୁ ଗୋଟାଏ ଭିତରେ ଓଡ଼ିଶା ଅତିକ୍ରମ କରିବ ବାତ୍ୟା 'ଅର୍ଣ୍ଣବ' । ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୮୦ କିଲୋମିଟର ପର୍ଯ୍ୟନ୍ତ ରହିବ ।

ଓଡ଼ିଶା ଦେଇ ଛତିଶଗଡ଼ ଯିବ 'ଅର୍ଣ୍ଣବ'

ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ଓଡ଼ିଶା ଅତିକ୍ରମ କରି ଛତିଶଗଡ଼ ମୁହାଁ ହେବ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି, ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭୂସ୍ଖଳନ ବିପଦ

ଦକ୍ଷିଣ ଓଡ଼ିଶାର ଜିଲ୍ଲା ଉପରେ ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ଅତିକ୍ରମ କଲା ବେଳେ ବର୍ଷା ସହ ପବନ ହେବ । ଅନେକ ସ୍ଥାନରେ ଭୂସ୍ଖଳନର ଆଶଙ୍କା ରହିଥିବା କହିଛନ୍ତି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

ଏଥିସହ ପଢ଼ନ୍ତୁ: ଲ୍ୟାଣ୍ଡଫଲ୍ ବେଳେ ଦିଗ ବଦଳାଇଲା ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ! ଆହୁରି ଲାଗିବ ୨ ଘଣ୍ଟା 

କେଉଁଠି କଲା ଲ୍ୟାଣ୍ଡଫଲ୍ ?

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ରପ୍ରଦେଶ ଏବଂ ୟାନମ ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁଛି ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' । ନର୍ସାପୁରଠାରୁ ପୂର୍ବରେ ୩୦ କିଲୋମିଟର ଏବଂ ୟାନମ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୪୫ କିଲୋମିଟର ଦୂରରେ 'ଅର୍ଣ୍ଣବ' ସ୍ଥଳଭାଗ ଛୁଇଁଛି । କାକିନାଡ଼ା ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୭୦ କିଲୋମିଟର, ମଛଲିପାଟଣମ୍ ଠାରୁ ପୂର୍ବ-ଉତ୍ତରପୂର୍ବରେ ୯୦ କିଲୋମିଟର ଦୂରରେ ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ସ୍ଥଳଭାଗ ଛୁଇଁଛି । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ସର୍ବାଧିକ ବେଗ ୧୧୫ରୁ ୧୨୫ କିଲୋମିଟର ଘଣ୍ଟାପ୍ରତି ରହିଥିବା ବେଳେ ଝଟ୍‌କା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ରହିଛି ।

ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ଧିରେ ଧିରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଏବେ 'ଅର୍ଣ୍ଣବ' ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଜାରି ରହିଛି । ସମ୍ପୂର୍ଣ୍ଣ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିବା ଲାଗି ଆହୁରି ଘଣ୍ଟାଏ ସମୟ ଲାଗିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।