Gang Rape Allegation / ନିମାପଡ଼ାର ଗେଷ୍ଟ ହାଉସରେ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ, ୪ ଗିରଫ
·1 hour ago·2 min read

Key Points
ନିମାପଡ଼ାରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
କେନାଲ ରୋଡ଼ରେ ଥିବା ଗେଷ୍ଟ ହାଉସରେ ଗଣଦୁଷ୍କର୍ମ ଅଭିଯୋଗ
ଅଭିଯୋଗ ଆଧାରରେ ୪ଜଣଙ୍କୁ ଗିରଫ କଲା ପୋଲିସ

ନିମାପଡ଼ା,୨୮/୦୯: ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ଏକ ଗେଷ୍ଟ ହାଉସରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଆସିଛି। ନିମାପଡ଼ା କେନାଲ ରୋଡ୍ରେ ଥିବା ନନ୍ଦିନୀ ଗେଷ୍ଟ ହାଉସରେ ଏଭଳି ଘଟଣା ଘଟିଥିବା ନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ନିମାପଡ଼ା ଥାନା ପୁଲିସ ୪ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
ଅଭିଯୋଗ ଅନୁଯାୟୀ, ପୀଡ଼ିତା ମହିଳା ଅନୁଗୁଳ ଅଞ୍ଚଳର ବାସିନ୍ଦା। ସେ ଚଳିତ ମାସ ୧ ତାରିଖରେ ନିମାପଡ଼ା କେନାଲ ରୋଡ୍ସ୍ଥିତ ନନ୍ଦିନୀ ଗେଷ୍ଟ ହାଉସରେ କାମରେ ଯୋଗ ଦେଇଥିଲେ। ତେବେ କାମରେ ଯୋଗ ଦେବାର ମାତ୍ର କିଛି ଦିନ ପରେ, ଅର୍ଥାତ୍ ୮ତାରିଖରେ ସେହି ଗେଷ୍ଟ ହାଉସରେ କାର୍ଯ୍ୟ କରୁଥିବା ରାଜା , ସୁଶାନ୍ତ, ଅକ୍ଷୟ, ରମେଶ ଚନ୍ଦ୍ର ଦାସ ନାମକ ୪ଜଣ ବେକ୍ତି ତାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବାର ଅଭିଯୋଗ ଆଣିଥିଲେ। ଏନେଇ ସେ ପ୍ରଥମେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଘଟଣାଟି ନିମାପଡ଼ା ଥାନା ଅଧୀନରେ ଆସୁଥିବାରୁ ଖଣ୍ଡଗିରି ଥାନା ପକ୍ଷରୁ ଅଭିଯୋଗଟିକୁ ନିମାପଡ଼ା ଥାନାକୁ ହସ୍ତାନ୍ତର କରାଯାଇଥିଲା।
ଏହାପରେ ନିମାପଡ଼ା ପୁଲିସ ଅଭିଯୋଗକୁ ଆଧାର କରି ଗତ ୨୬ ତାରିଖରେ କେସ୍ ନମ୍ବର ୨୯୮/୨୬ରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ମାମଲା ରୁଜୁ ପରେ ପୁଲିସ ତଦନ୍ତ ଆରମ୍ଭ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
ପଢନ୍ତୁ ଏହି ଖବର: ରାତି ଅନ୍ଧାରରେ ହଠାତ୍ ସାମ୍ନାକୁ ଆସିଲା ବାଘ! ମୋବାଇଲରେ କଏଦ ହେଲା ଦୃଶ୍ୟ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୁଲିସ ସୂଚନା ଅନୁଯାୟୀ, ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ପିପିଲି ଅଞ୍ଚଳରୁ ଏବଂ ଅନ୍ୟ ୨ ଜଣଙ୍କୁ ନିମାପଡ଼ା ଅଞ୍ଚଳରୁ ଧରାଯାଇଥିବା କୁହାଯାଉଛି। ଗିରଫ ପରେ ଅଭିଯୋଗର ସତ୍ୟତା, ଘଟଣାର ପରିସ୍ଥିତି ଏବଂ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି।
ତେବେ ମାମଲାରେ ନୂଆ ମୋଡ଼ ସେତେବେଳେ ଆସିଥିଲା, ଯେତେବେଳେ ଏହି ଘଟଣାକୁ ରଫାଦଫା କରିବାକୁ ପୁଲିସ ଉଦ୍ୟମ କରୁଥିବା ଅଭିଯୋଗ ଉଠିଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ନିମାପଡ଼ା ପୁଲିସ ଉକ୍ତ ଗେଷ୍ଟ ହାଉସରେ ମାମଲାର ସମାଧାନ କରିବାକୁ ଉଦ୍ୟମ କରୁଥିଲା। ଏହି ଅଭିଯୋଗକୁ କେନ୍ଦ୍ର କରି ଗେଷ୍ଟ ହାଉସ ନିକଟରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହୋହାଲ୍ଲା ହୋଇଥିବା ଜଣାପଡ଼ିଛି। ତେବେ ପୁଲିସ ପକ୍ଷରୁ ଏହି ରଫାଦଫା ଅଭିଯୋଗ ନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ। ସେହିପରି ପୀଡ଼ିତାଙ୍କ ପକ୍ଷରୁ ମଧ୍ୟ ଏହି ଅଭିଯୋଗ ନେଇ ଅଧିକ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଏହି ଘଟଣାରେ ପୀଡ଼ିତାଙ୍କ ଏତଲା ପୁଲିସ ହସ୍ତଗତ ହୋଇଥିବା ବେଳେ ମାମଲାର ତଦନ୍ତ ଏବେ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ରହିଛି। ଗିରଫ ୪ ଅଭିଯୁକ୍ତଙ୍କ ବୟାନ, ଘଟଣାସ୍ଥଳର ତଦନ୍ତ, ଉପଲବ୍ଧ ପ୍ରମାଣ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ଘଟଣାର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ।

Related Topics
Explore more stories