Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

NIT Rourkela / NIT ରାଉରକେଲାର ଭେଟି; ଅପହଞ୍ଚ ଅଞ୍ଚଳରେ ମିଳିବ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା

Sushanta Sahoo
Browse all articles by Sushanta Sahoo
·8 months ago·2 min read
NIT ରାଉରକେଲାର ଭେଟି; ଅପହଞ୍ଚ ଅଞ୍ଚଳରେ ମିଳିବ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା

Key Points

NIT ରାଉରକେଲା ଛାତ୍ରଛାତ୍ରୀଙ୍କ ଏହି ଉଦ୍ଭାବନ କମ୍ ଖର୍ଚ୍ଚରେ ପ୍ରଦୂଷଣ ମୁକ୍ତ ଏବଂ ପରିବେଶ ଉପଯୋଗୀ ସାବ୍ୟସ୍ତ ହେବ । ବିଦ୍ୟୁତ ସେବା ଯୋଗାଣ କ୍ଷେତ୍ରରେ ଆଣିବ ପରିବର୍ତ୍ତନ ।
ରାଉରକେଲା: ଦୂର ହେବ ବିଦ୍ୟୁତ୍ ସମସ୍ୟା । ଅପହଞ୍ଚ ଇଲାକାରେ ପହଞ୍ଚିବ ବିଦ୍ୟୁତ୍ ଆଲୋକ । ରାଉରକେଲା ଗବେଷଣାରେ NIT ଛାତ୍ରଛାତ୍ରୀଙ୍କୁ ମିଳିଛି ବଡ଼ ସଫଳତା । ଶକ୍ତି ପରିଚାଳନା ପାଇଁ ଇଣ୍ଟେଲିଜେଣ୍ଟ ହାଇବ୍ରିଡ୍ ମାଇକ୍ରୋଗ୍ରୀଡ୍ ଉଦ୍ଭାବନ କରିଛନ୍ତି NIT ରାଉରକେଲାର ଛାତ୍ରଛାତ୍ରୀ । ଯାହା ଅପହଞ୍ଚ ଇଲାକାରେ ଯୋଗାଇବ ନିରବଛିନ୍ନ ବିଦ୍ୟୁତ୍ ।

NIT ରାଉରକେଲା ଛାତ୍ରଛାତ୍ରୀଙ୍କ ଏହି ଉଦ୍ଭାବନ କମ୍ ଖର୍ଚ୍ଚରେ ପ୍ରଦୂଷଣ ମୁକ୍ତ ଏବଂ ପରିବେଶ ଉପଯୋଗୀ ସାବ୍ୟସ୍ତ ହେବ । ବିଦ୍ୟୁତ ସେବା ଯୋଗାଣ କ୍ଷେତ୍ରରେ ଆଣିବ ପରିବର୍ତ୍ତନ । NITର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ଛାତ୍ରଛାତ୍ରୀ ଏକ ମଡେଲ ତିଆରି କରିଛନ୍ତି ଯାହାକି ବିଦ୍ୟୁତ ସେବାରୁ ବଞ୍ଚିତ ଥିବା ଲୋକମାନଙ୍କ ପାଖକୁ ୨୪ ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଇବ ।

ଏଥିସହ ପଢ଼ନ୍ତୁ: ଆପାର୍ଟମେଣ୍ଟ ବାଲକୋନି ଭୁଶୁଡ଼ିବା ଘଟଣା; ୨୪ ଘଣ୍ଟାରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ସୂର୍ଯ୍ୟ କିରଣ, ବର୍ଷା ଜଳ ଓ ପବନ ଦ୍ଵାରା ଏହି ମେସିନ ଚାର୍ଜ ହେବ ଏବଂ ବିଜୁଳି ଯୋଗାଇବ । ଏହି ରିସର୍ଚ୍ଚ କରିବାକୁ ଛାତ୍ରଛାତ୍ରୀଙ୍କୁ ୩ରୁ ୪ ବର୍ଷ ସମୟ ଲାଗିଥିଲା । NIT ରାଉରକେଲାର ଆସିଷ୍ଟାଣ୍ଟ ପ୍ରଫେସର କ୍ରୀଷ୍ଣା ରାଏ କହିଛନ୍ତି, "ଅପହଞ୍ଚ ଇଲାକାବାସୀଙ୍କ ପାଇଁ ଏହା ଉପଯୋଗୀ ସାବ୍ୟସ୍ତ ହୋଇ ପାରିବ ।"

ଭାରତର ବିଭିଧ ପାଣିପାଗକୁ ଦେଖି ଏହି ମଡେଲକୁ ପ୍ରସ୍ତୁତ କରାଯାଇଛି । ଯାହା ସବୁ ପ୍ରକାର ପାଣିପାଗରେ ଚାଲି ପାରିବ । ଏଥିରେ ଏକ ବ୍ୟାଟେରୀ ମଧ୍ୟ ସଂଯୋଗ କରାଯାଇଛି । ଏହା ନିରବଛିନ୍ନ ବିଦ୍ୟୁତ ସେବା ଯୋଗାଇବାରେ ସହାୟକ ହେବ । ହାଇବ୍ରିଡ୍ ମାଇକ୍ରୋ ଗ୍ରିଡ୍ ଟେକ୍ନୋଲୋଜିର ବ୍ୟବହାର କରି ଏହି ମଡେଲ ପ୍ରସ୍ତୁତ କରାଯାଇଛି ।

ଏଥିସହ ପଢ଼ନ୍ତୁ: ୧୦୫୦ ପୋଲିସ କର୍ମଚାରୀଙ୍କୁ IT ନୋଟିସ୍; ଆୟକର ଦାଖଲରେ ଦେଇଛନ୍ତି ମିଥ୍ୟା ତଥ୍ୟ

କମ୍ ଖର୍ଚ୍ଚରେ ଉପାନ୍ତ ଅଞ୍ଚଳକୁ ନିରବଛିନ୍ନ ବିଦ୍ୟୁତ୍ ସେବା ଯୋଇବାରେ ଏହି ଉଦ୍ଭାବନ ସହାୟକ ହେବ ବୋଲି ରିସର୍ଚ୍ଚ ସ୍କଲାର କହିଛନ୍ତି । ଫଳରେ ବିଦ୍ୟୁତ୍ ସେବାରୁ ବଞ୍ଚିତ ଥିବା ଅପହଞ୍ଚ ଇଲାକାରେ ଆଗାମୀ ଦିନରେ ବିଦ୍ୟୁତ୍ ସେବା ପହଞ୍ଚି ପାରିବ ବୋଲି ଆଶା କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
NIT Rourkela Students Develop Hybrid Microgrid for Uninterrupted Power in Remote Areas | Argus News | Argus News