Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -  ମଦ ପିଇ ସ୍କୁଲ ଆସୁଥିଲେ ସାବଧାନ, ସତର୍କ କରାଇଲେ ନିତ୍ୟାନନ୍ଦ ଗଣ୍ଡ

Odisha

 ମଦ ପିଇ ସ୍କୁଲ ଆସୁଥିଲେ ସାବଧାନ, ସତର୍କ କରାଇଲେ ନିତ୍ୟାନନ୍ଦ ଗଣ୍ଡ

Manini Pattanayak
Browse all articles by Manini Pattanayak
·1 year ago·1 min read
 ମଦ ପିଇ ସ୍କୁଲ ଆସୁଥିଲେ ସାବଧାନ, ସତର୍କ କରାଇଲେ ନିତ୍ୟାନନ୍ଦ ଗଣ୍ଡ

 ଭୁବନେଶ୍ୱର:   ମଦ ପିଇ ସ୍କୁଲ ଆସୁଥିଲେ ସାବଧାନ । ଶିକ୍ଷକଙ୍କୁ ସତର୍କ କରାଇଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେମାନଙ୍କ ବିରୋଧରେ ବିଭାଗ ନେବ କଠୋରରୁ କଠୋର ପଦକ୍ଷେପ । ପିଲାଙ୍କୁ ସ୍କୁଲ ନେଇ ଯାଉଥିବା ବସର ଡ୍ରାଇଭର ମଦ ପିଇ ଗାଡ଼ି ଚଳାଇଲେ ହେବ କାର୍ଯ୍ୟାନୁଷ୍ଠାନ । ଶିକ୍ଷକମାନେ ନିଶାମୁକ୍ତ ରହିବା ଏକାନ୍ତ ଆବଶ୍ୟକ । ଶିକ୍ଷାଦାନ କରୁଥିବା ଶିକ୍ଷକ ଯଦି ମଦ ପ୍ରତି ଆସକ୍ତ ରହିବେ ତାହା ଶିକ୍ଷା ଉପରେ ପ୍ରଭାବ ପକାଇବ ।

ବିଭାଗ ଏହା ପାଇଁ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ କରିବ । ଯଦି ମାତାଲ୍ ହୋଇ ଶିକ୍ଷକ ସ୍କୁଲରେ ରହୁଛନ୍ତି ଅଘଟଣ ଘଟିବାର ସମ୍ଭାବନା ରହୁଛି । ମଦୁଆ ଶିକ୍ଷକ ପାଇଁ ଲିଖିତ ଆକାରରେ ମଧ୍ୟ ଆଗକୁ ଦେବୁ । ଶିକ୍ଷା ସହ ଯୋଡ଼ି ହୋଇଥିବା କୌଣସି ବ୍ୟକ୍ତି କିମ୍ବା ଏହାର ଆଖପାଖ ଅଞ୍ଚଳ ମଦ ମୁକ୍ତ ହେବା ଦରକାର । ସ୍କୁଲ ଛୋଟ ଛୋଟ ପିଲାଙ୍କ ସହ ଜଡ଼ିତ । ତେଣୁ ପିଲାଙ୍କୁ ନେବା ଆଣିବା କରୁଥିବା ଗାଡ଼ିର ଚାଳକ ମଦ ପିଇବା ଦୁର୍ଘଟଣା ଆଶଙ୍କା ବଢ଼ାଇଥାଏ । ତେଣୁ ବିଭାଗ  କଡା ଆଭିମୁଖ୍ୟ ଗ୍ରହଣ କରିବ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nityananda Gand warned people who were coming to school after drinking alcohol | Argus News