Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ପ୍ରସୂତିଙ୍କ ପାଇଁ ନାହିଁ ବେଡ୍, ଚଟାଣରେ ଚାଲିଛି ଚିକିତ୍ସା

Manini Pattanayak
Browse all articles by Manini Pattanayak
·2 years ago·1 min read
 ପ୍ରସୂତିଙ୍କ ପାଇଁ ନାହିଁ ବେଡ୍, ଚଟାଣରେ ଚାଲିଛି ଚିକିତ୍ସା

ମୟୂରଭଞ୍ଜ:  ପ୍ରସୂତିଙ୍କ ପାଇଁ ନାହିଁ ବେଡ୍ । ଚଟାଣରେ ଚାଲିଛି ଚିକିତ୍ସା । ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର । ଅବେବ୍ୟସ୍ଥା ଭିତରେ ମୟୂରଭଞ୍ଜ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ । ଶଯ୍ୟା ଅଭାବରୁ ଚଟାଣରେ ଗଡୁଛନ୍ତି ରୋଗୀ। ମୟୂରଭଞ୍ଜ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ଡାକ୍ତରଖାନାରେ ନାହିଁ ବେଡ୍ । ଏହି ଡାକ୍ତରଖାନା ବିଭିନ୍ନ କ୍ଷେତ୍ରରେ ପୁରସ୍କୃତ ମଧ୍ୟ ହୋଇଛି। ହେଲେ ବର୍ତ୍ତମାନ ଅବ୍ୟବସ୍ଥା ଘେରରେ ରହିଛି ଏହି ଡାକ୍ତରଖାନା ।

୪ ସେପ୍ଟେମ୍ବର ୨୦୨୩ରେ ତତ୍କାଳୀନ ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡି ମେଡିକାଲର ଆଇପିଡି ଗୃହ ଉଦ୍‌ଘାଟନ କରିଥିଲେ । ହେଲେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ । ସେହିପରୀ ଚିକିତ୍ସାଳୟରେ ଚକ୍ଷୁ ରୋଗ ବିଶେଷଜ୍ଞ, ଚର୍ମରୋଗ ବିଶେଷଜ୍ଞ ସମେତ ଅନ୍ୟ ବିଶେଷଜ୍ଞ ଡାକ୍ତର ନିଯୁକ୍ତ ହେଉ ନ ଥିବାରୁ ସାଧାରଣ ରୋଗୀଙ୍କୁ ବାରିପଦା ଯିବାକୁ ପଡୁଛି। ଏହାଛଡ଼ା ଡାକ୍ତରଖାନରେ ପ୍ରସୂତି ରୋଗ ବିଶେଷଜ୍ଞ ଥାଇ ମଧ୍ୟ ୬୦ ପ୍ରତିଶତ ପ୍ରସ୍ତୁତି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି। ଅନ୍ୟ ପ୍ରସୂତି ମହିଳା ମାନଙ୍କୁ ମଧ୍ୟ ଶର୍ଯା ମିଳୁ ନ ଥିବାରୁ ଅଧିକାଂଶ ସମୟରେ ଚଟାଣରେ ଶୋଇ ଚିକିତ୍ସା ହେବା ପାଇଁ ପଡ଼ୁଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
No bed for delivery. Treatment is going on on the floor. | Argus News