ମେଣ୍ଟ ହେବନି, ଏକା ଲଢ଼ିବ ବିଜେପି: ମନମୋହନ

ଅର୍ଗସ ବ୍ୟୁରୋ: ଏକା ଲଢ଼ିବ ବିଜେପି ବୋଲି କହିଲେ ମନମୋହନ ସାମଲ। ରାଜ୍ୟ ବିଜେପି ସଭାପତିଙ୍କ ବଡ ବୟାନ। ଶୁଭେଚ୍ଛା, ସଦିଚ୍ଛାକୁ ନେଇ ସରକାର ଗଢ଼ିବ ବିଜେପି। ଓଡିଶାରେ ଏକା ଲଢ଼ିବ ବିଜେପି ବୋଲି କହିଛନ୍ତି ମନମୋହନ ସାମଲ। ଓଡିଆ ଲୋକ ନିର୍ବାଚନ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ମନମୋହନ ସାମଲ। ରାଜ୍ୟରେ ବିଜେପି ସରକାର ଗଢ଼ିବ ବୋଲି ମଧ୍ୟ କହିଛନ୍ତି। ଓଡିଶାର ଅସ୍ମିତାକୁ ନେଇ ନିର୍ବାଚନ ଲଢ଼ାଯିବ। ଲୋକଙ୍କର ଆଶୀର୍ବାଦରେ ସରକାର ଗଢ଼ିବୁ ବୋଲି କହିଛନ୍ତି ମନମୋହନ ସାମଲ।
ମେଣ୍ଟ ନେଇ ମନମୋହନ ସାମଲଙ୍କ ବଡ ପ୍ରତିକ୍ରିୟା । ଦିଲ୍ଲୀରୁ ଫେରିବା ପରେ ମେଣ୍ଟ ନେଇ ମତାମତ ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।ଓଡ଼ିଶାରେ ଏସନ ହେବନି ମେଣ୍ଟ । ରୋକଠୋକ ଏମିତି କହିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଖାଲି ଏତିକି ନୁହେଁ ବରଂ ସ୍ପଷ୍ଟତାର ସହ କହିଲେ ଏକାକୀ ଲଢିବ ବିଜେପି । ମେଣ୍ଟ ଚର୍ଚ୍ଚା ଭିତରେ ମନମୋହନ ଯେମିତି ବିସ୍ଫୋରକ ବୟାନ ଦେଲେ ତାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ସୃଷ୍ଟି ହେଲାଣି ଝଡ଼ ।
ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ଏକାକୀ ଲଢିବ । ବିଜେଡି ସହ କୌଣସି ମେଣ୍ଟ ହେବନାହିଁ କି ଆସନ ଭାଗବଂଟା ହେବନି । କିଛି ଏମିତି କହିଛନ୍ତି ମନମୋହନ । ଏହାସହ ରାଜ୍ୟ ବିଜେପି ସଭାପତି କହିଛନ୍ତି, ଲୋକମାନଙ୍କ ଆଶୀର୍ବାଦ, ଶୁଭେଚ୍ଛାରେ ସରକାର କରିବୁ । ମୁଁ ବାରମ୍ବାର କହୁଛି ଓଡ଼ିଶାରେ ବିଜେପି ସରକାର ହେବ। ନହେଲେ ମୁଁ କହିଥାନ୍ତି ଆଉ କାହା ସହ ମିଶି ସରକାର କରିବୁ । ହେଲେ ଦିଲ୍ଲୀରୁ ଫେରିବା ପରେ ଏତେ ସ୍ପଷ୍ଟତାର ସହ ମନମୋହନ ଯାହା କହିଲେ ତାହାକୁ ନେଇ ଏବେ ଚର୍ଚ୍ଚା ।
ଏପଟେ ମେଂଟକୁ ନେଇ ଦିଲ୍ଲୀରୁ ଭୁବନେଶ୍ଵର ଖାଲି ବୈଠକ ପରେ ବୈଠକ ହେଉଛି । ହେଲେ ସମାଧାନ କେବେ ହେବ ସେନେଇ କୌଣସି ସୂଚନା ମିଳୁନି । ନେତାଙ୍କଠୁ କର୍ମୀ ସମସ୍ତଙ୍କ ମନରେ ଶହଶହ ପ୍ରଶ୍ନ ଉଙ୍କି ମାରୁଛି ସତ ହେଲେ ସମାଧାନର ସୂତ୍ର କିଛି ବାହାରିପାରୁନି । ଏହାରି ଭିତରେ ଦିଲ୍ଲୀରୁ ଫେରି ମନମୋହନ ବଡ଼ ପ୍ରତିକ୍ରିୟା ରଖିଛନ୍ତି । ଏପଟେ ଆଜି ନବୀନ ନିବାସରେ ବି ବୈଠକ ବସିବ । ତେବେ ପୂର୍ବ ବୈଠକରେ ମେଣ୍ଟ ନେଇ ଫୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିବା ବେଳେ, ମେଣ୍ଟ ହେଉଛି ନା ନାହିଁ ସେ ନେଇ କିନ୍ତୁ ସ୍ପଷ୍ଟ ସୂଚନା ମିଳିପାରିନାହିଁ । କୁହାଯାଉଛି ଖୁବଶୀଘ୍ର ଏନେଇ ସ୍ପଷ୍ଟ ଚିତ୍ର ଆସିପାରେ । ହେଲେ ଏବେ ମନମୋହନଙ୍କୁ ନେଇ ଚର୍ଚ୍ଚା ଜୋର ।