Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପିଆଜ ଚାଷୀଙ୍କ ପାଇଁ ନାହିଁ ଶୀତଳ ଭଣ୍ଡାର

Ritu Das
Browse all articles by Ritu Das
·1 year ago·1 min read
ପିଆଜ ଚାଷୀଙ୍କ ପାଇଁ ନାହିଁ ଶୀତଳ ଭଣ୍ଡାର

ଅର୍ଗସ ବ୍ୟୁରୋ: ପିଆଜ ଚାଷୀଙ୍କ ପାଇଁ ନାହିଁ ଶୀତଳ ଭଣ୍ଡାର। ବାଧ୍ୟ ହୋଇ ଚାଷୀ ଅମଳ ସମୟରେ ଶାଗ ମାଛ ଦରରେ ବିକ୍ରି କରୁଥିବା ବେଳେ ପିଆଜ ରଖିବା ପାଇଁ ନାହିଁ ଶୀତଳ ଭଣ୍ଡାରର ବ୍ୟବସ୍ଥା। ନୂଆପଡ଼ା ଜିଲ୍ଲାର ସବୁ ବ୍ଲକରେ ପିଆଜ ଚାଷ କରୁଛନ୍ତି ଚାଷୀ। ହେଲେ ସଂରକ୍ଷଣ ପାଇଁ ଉଚିତ ବ୍ୟବସ୍ଥା ନ ଥିବାରୁ ଚାଷୀ କମ ଦାମରେ ବିକ୍ରି କରି କ୍ଷତି ସହୁଛି। ଚବିଶ ବର୍ଷର ବିଜେଡି ସରକାର ଚାଷୀଙ୍କ ପାଇଁ କିଛି ବ୍ୟବସ୍ଥା କରିନଥିବା ଅଭିଯୋଗ କରିଛନ୍ତି ଚାଷୀ। ଏଇ ହେଉଛନ୍ତି ନୂଆପଡ଼ା ସଦର ବ୍ଲକ ମହୁଆଭଟା ଗାଁର ଚାଷୀ ଜନାର୍ଦ୍ଦନ ରଣା। 

ନିଜର ଚାଷ ଜମିରେ ପଚାଶ ଡିସିମିଲରୁ ଅଧିକ ପିଆଜ ଚାଷ କରି ପ୍ରତିବର୍ଷ କ୍ଷତି ସହୁଛନ୍ତି ଜନାର୍ଦ୍ଦନ ରଣା। ସାଇତି ରଖିବା ପାଇଁ ଗୃହ ତ ମିଳିଛି ହେଲେ ବର୍ତ୍ତମାନ ତାହା ଗୁହାଳ ଭାବରେ କାମରେ ଆସୁଛି । ଶୀତଳ ଭଣ୍ଡାର ନଥିବାରୁ ପିଆଜକୁ ବେଶୀ ଦିନ ରଖି ହେଉନି କି ଉଚିତ ମୂଲ୍ୟରେ ବିକ୍ରି କରିପାରୁନାହିଁ ଚାଷୀ। ଯଦି ଶୀତଳ ଭଣ୍ଡାର ବ୍ୟବସ୍ଥା ହେଲେ ଚାଷୀ ତାର ଉଚିତ ମୂଲ୍ୟ ପାଇପାରନ୍ତା ବୋଲି ଚାଷୀ ମାନେ କହିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
No cold storage | Argus News