Videos
|
Odisha

ବିଜେଡି ସମର୍ଥତ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ, ବିଜେପିର ବିଜୟ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିଜେଡି ସମର୍ଥତ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ, ବିଜେପିର ବିଜୟ

ଅର୍ଗସ ବ୍ୟୁରୋ:  ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ବାଲିପଟ୍ଟା ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ୍ । ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ୱାର୍ଡମେମ୍ବର ମାନେ ଅନାସ୍ଥା ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟ୍ ପାଇଁ ସ୍ଥିର କରିଥିଲା ବେଳେ ୱାର୍ଡ ସଭ୍ୟସଭ୍ୟା ମାନେ ଆସି ଭୋଟ ଦେଉଛନ୍ତି l ଭୋଟ ସରିବା ପରେ ଦିନ ୧୨ ଟାରୁ ୧ଟା ମଧ୍ୟରେ ଅନାସ୍ଥା ଫଳାଫଳ ଜଣାପଡିବ l

ପଞ୍ଚାୟତ ରେ ମୋଟ୍ ୧୭ ଜଣ ଓ୍ବାଡମେମ୍ବର ଥିବା ବେଳେ ବିଜେପି ସମର୍ଥିତ ଓ୍ବାଡ ୧୨ ଜଣ ମେମ୍ବର  ଭୋଟରେ ଅଂଶ ଗ୍ରହଣ କରିଥିବା ବେଳେ ବିଜେଡି ସମର୍ଥିତ ସରପଞ୍ଚ ଓ ଓ୍ବାଡମେମ୍ବର ଆସିନଥିଲେ । ଫଳରେ ବିଜେପି ସମର୍ଥିତ ନାଏବ ସରପଞ୍ଚ ସୁଦାମ ଚରଣ ସାହୁଙ୍କୁ  ପ୍ରଶାସନ ଦାଇତ୍ଵ ଦେବାର ନିଷ୍ପତ୍ତି ହୋଇଛି । ବିଜେପି ଜିତିଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: