ସର୍ବଦଳୀୟ ବୈଠକରେ ଯୋଗ ଦେଲେନି କଂଗ୍ରେସର କୌଣସି ବିଧାୟକ

ଭୁବନେଶ୍ୱର: ଆଜି ସର୍ବଦଳୀୟ ବୈଠକରେ ଯୋଗ ଦେଲାନି କଂଗ୍ରେସର କୌଣସି ବିଧାୟକ । ଏଯାଏଁ ନିଷ୍ପତ୍ତି ହୋଇନି କିଏ ହେବ ବିଧାୟକ ଦଳ ନେତା ବୋଲି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ସର୍ବଦଳୀୟ ବୈଠକରେ କଂଗ୍ରେସର କୌଣସି ବିଧାୟକ ଯୋଗ ନଦେବା ଦୁର୍ଭାଗ୍ୟ ଜନକ । ଏଭଳି କେବେ ହୋଇ ନ ଥିଲା ଯେହେତୁ ବିଧାୟକ ଦଳ ନେତା ଚୟନ ହୋଇ ନାହାନ୍ତି ତେଣୁ ବୈଠକରେ ଯୋଗ ଦେବା ପାଇଁ ଉପରୁ ଆମକୁ କୁହାଯାଇ ନାହିଁ । ମୁଁ ସିନିଅର ବିଧାୟକ.. ମତେ ନ କଲେ ବି ଯାହାକୁ ହେଲେ ବିଧାୟକ ଦଳ ନେତା କରନ୍ତୁ ବୋଲି କହିଛନ୍ତି ତାରା ବାହିନୀପତି ।
ଆମକୁ ସର୍ବଦଳୀୟ ବୈଠକରେ ଯୋଗ ଦେବା ପାଇଁ ଦଳ ପକ୍ଷରୁ କିଛି ନିର୍ଦେଶ ଆସିନାହିଁ । ବିଧାୟକ ଦଳ ନେତା କିଏ ହେବ ଏଆଇସିସି ନିଷ୍ପତି ନେବ । ଆଜି ସନ୍ଧ୍ୟା ସୁଦ୍ଧା ଏଆଇସିସି ନିଷ୍ପତି ନେଇପାରେ ।
ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂ ଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଙ୍କ ସମେତ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ଉପସ୍ଥିତ ଥିଲେ ।
ସେପଟ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖି କହିଛନ୍ତି, ଆସନ୍ତାକାଲି ଠାରୁ ନୂଆ ସରକାରଙ୍କ ବଜେଟ ଅଧିବେଶନ ଆରମ୍ଭ ହେବ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା । ଏହା ପୂର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଯୋଗ ଦେବା ସହ ସବୁ ଅଧିବେଶନରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...