Orangutan Controversy / ପ୍ରମାଣ ନଦେଲେ ଓଡ଼ିଶାରୁ ଓରାଙ୍ଗଓଟାନ ନେଇପାରିବେନି ଅନ୍ୟ ଦେଶ, ସ୍ପଷ୍ଟ କଲେ ଜଙ୍ଗଲ ମନ୍ତ୍ରୀ
·2 hours ago·1 min read

Key Points
ଓଡ଼ିଶାରେ ରହିବେ ଓରାଙ୍ଗଓଟାନ !
ଓରାଙ୍ଗଓଟାନକୁ ନିଜ ଦେଶକୁ ନେବାକୁ ହେଲେ ଦେବାକୁ ପଡ଼ିବ ପ୍ରମାଣ
ସ୍ପଷ୍ଟ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ
ଓରାଙ୍ଗଓଟାନକୁ ନିଜ ଦେଶକୁ ନେବାକୁ ହେଲେ ଦେବାକୁ ପଡ଼ିବ ପ୍ରମାଣ
ସ୍ପଷ୍ଟ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ
ଭୁବନେଶ୍ୱର,୦୮/୧୧: ଓଡ଼ିଶାରେ ଥିବା ଓରାଙ୍ଗଓଟାନକୁ ନିଜ ଦେଶକୁ ନେବାକୁ ହେଲେ ଦେବାକୁ ପଡ଼ିବ ପ୍ରମାଣ। ବିନା ପ୍ରମାଣରେ କୌଣସି ଦେଶ ଓଡ଼ିଶାରୁ ଓରାଙ୍ଗଓଟାନଙ୍କୁ ନେଇପାରିବେ ନାହିଁ। ଏନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଓରାଙ୍ଗଓଟାନକୁ ନିଜ ଦେଶର ବୋଲି କେବଳ ଇଣ୍ଡୋନେସିଆ ପକ୍ଷରୁ ଦାବି କରାଯାଇଛି। ଏନେଇ ଏକ ରିପୋର୍ଟ ଭାରତ ସରକାରଙ୍କୁ ଦିଆଯାଇଛି। ତେବେ କେବଳ ଦାବି କରିଦେଲେ ହେବ ନାହିଁ, ଏଥିପାଇଁ ଉପଯୁକ୍ତ ପ୍ରମାଣ ଦେବାକୁ ପଡ଼ିବ। ଇଣ୍ଡୋନେସିଆର ଏକ ଟିମ୍ ଓଡ଼ିଶା ଆସି ଓରାଙ୍ଗଓଟାନ ନିଜ ଦେଶର ବୋଲି ପ୍ରମାଣ ଦେବା ପରେ ହିଁ ଏହାର ଅନ୍ତର୍ଜାତୀୟ ସ୍ତରରେ ହସ୍ତାନ୍ତର ପ୍ରକ୍ରିୟା ନେଇ ବିଚାର କରାଯିବ। ଏଥିରେ ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ପଢନ୍ତୁ ଏହି ଖବର: ମହାବଳ ଆତଙ୍କ ! ଡିଜିଟାଲ କ୍ୟାମେରାରେ କଏଦ ବାଘ, ଡ୍ରୋନ୍ର ସହାୟତା ନେଲା ବନ ବିଭାଗ
ଓଡ଼ିଶାରେ ରହନ୍ତୁ ଓରାଙ୍ଗଓଟାନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ବର୍ତ୍ତମାନ ଓରାଙ୍ଗଓଟାନମାନେ ସୁସ୍ଥ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ସେମାନେ ଓଡ଼ିଶାରେ ରୁହନ୍ତୁ ବୋଲି ରାଜ୍ୟ ସରକାର ଚାହୁଁଥିବା ମଧ୍ୟ କହିଛନ୍ତି। ତେଣୁ ସେମାନଙ୍କ ହସ୍ତାନ୍ତର ନେଇ ଏବେଠାରୁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ଏବେ ଇଣ୍ଡୋନେସିଆର ଦାବି ଏବଂ ଏହାର ସତ୍ୟତା ଯାଞ୍ଚ ଉପରେ ନଜର ରହିଛି। ପ୍ରମାଣ ମିଳିବା ଏବଂ ଆବଶ୍ୟକ ଆନ୍ତର୍ଜାତୀୟ ପ୍ରକ୍ରିୟା ପୂରଣ ହେବା ପରେ ହିଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
Related Topics
Explore more stories