ମେଣ୍ଟ ବାବଦରେ କୌଣସି ନିଷ୍ପତ୍ତି ହୋଇନି- ପୃଥ୍ବୀରାଜ

ଅର୍ଗସ ବ୍ୟୁରୋ: ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, ଏ ବାବଦରେ କୌଣସି ନିଷ୍ପତ୍ତି ହୋଇନାହିଁ । କିଛି ଚର୍ଚ୍ଚା ଆଲୋଚନା ବି ହୋଇନାହିଁ । ରାଜ୍ୟ ସଭାପତି ଏବଂ ଦଳର ପ୍ରମୁଖ ନେତାମାନେ ଯାହା କେନ୍ଦ୍ରୀୟ ନେତୃତ୍ଵଙ୍କୁ କହିଛନ୍ତି, ଆମେ ଏକାକୀ ନିର୍ବାଚନ ଲଢ଼ିଲେ ଭଲ ଫଳ ହେବ । ବିଜେପି ସେଥିରେ ବିଶ୍ବାସ କରେ । ତେଣୁ ଖୁବଶୀଘ୍ର କେନ୍ଦ୍ରୀୟ ନେତୃତ୍ବର ଯାହା ନିଷ୍ପତ୍ତି ଆସିବ, ସେଥିରେ ବିଜେପି ଚାଲିବ । ସବୁ ସୋସିଆଲ ମିଡିଆ ଓ ଗଣମାଧ୍ୟମର ଆକଳନ, କପଳକଳ୍ପିତ କାହାଣୀରୁ ଦୂରରେ ରହିବା ଭଲ ବୋଲି କହିଛନ୍ତି ପୃଥ୍ବୀରାଜ ।
ସେପଟେ ମେଣ୍ଟ ଚର୍ଚ୍ଚା ଭିତରେ ବରିଷ୍ଠ ବିଜେଡି ନେତାଙ୍କ ଦିଲ୍ଲୀ ଗସ୍ତ ପୁଣିଥରେ ରାଜ୍ୟ ରାଜନୀତିକୁ ସରଗରମ କରିଛି । ମେଣ୍ଟ ପାଇଁ ଦିଲ୍ଲୀରେ ଚାଲିଥିବା କସରତ ନେଇ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନ ଛୁରିଆ କହିଛନ୍ତି, ଆପଣମାନେ ଅପେକ୍ଷା କରନ୍ତୁ । ଖୁବଶୀଘ୍ର ଅପେକ୍ଷାର ଅନ୍ତ ହେବ । ଦଳୀୟ ନିଷ୍ପତ୍ତି ଯାହା ହେବ ସମସ୍ତେ ତାକୁ ଆମେ ଗ୍ରହଣ କରିବେ ।.......
ଆହୁରି ପଢନ୍ତୁ ରାଜନୀତି ଖବର...