Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଭିଶପ୍ତ ଗାଁ ରାଙ୍ଗାମାଝୁ, ସନ୍ଧ୍ୟା ହେଲେ ଖେଳେ ଅନ୍ଧାରୀ ରାଜ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅଭିଶପ୍ତ ଗାଁ ରାଙ୍ଗାମାଝୁ, ସନ୍ଧ୍ୟା ହେଲେ ଖେଳେ ଅନ୍ଧାରୀ ରାଜ

ଅର୍ଗସ ବ୍ୟୁରୋ:  ଏଠି ସବୁରାତି ଅମାବାସ୍ୟାର ରାତି।  ସନ୍ଧ୍ୟା ହେଲେ ଖେଳେ ଅନ୍ଧାରୀ ରାଜ। ସଞ୍ଜ ନଇଁଲେ ଖେଳେ ଭୟର ବାତାବରଣ। କେତେବେଳେ ଜଙ୍ଗଲି ଯନ୍ତୁ ଭୟ ତ କେତେବେଳେ ସାପବେଙ୍ଗ କୀଟପତଙ୍ଗ ଭୟ। ଏଭଳି ଭୟରେ ଜୀବନ କାଟୁଛନ୍ତି ରାୟଗଡା ଗୁଡ଼ାରୀ ବ୍ଳକର ଅନେକ ଗାଁ। ସେ ଭିତରୁ ଗୋଟିଏ ଗାଁ ହେଉଛି ରାଙ୍ଗାମାଝୁ । ଗୁଡ଼ାରୀ ବ୍ଳକର ଅଭିଶପ୍ତ ଗାଁ ରାଙ୍ଗାମାଝୁ। ଗାଁତ ନୁହେଁ ରାଜ୍ୟ ସରକାରଙ୍କ ପ୍ରତାରଣାର ଏକ ନଗ୍ନ ଚିତ୍ର। ଗାଁକୁ ଅପହଞ୍ଚ ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ ଯୋଜନା। ରାସ୍ତା ପାଣି ବିଦ୍ୟୁତ ବିନା ଅଭିଶପ୍ତ ଜୀବନ କାଟୁଛନ୍ତି ଏଠାକାର ଆଦିବାସୀ। ତେଲ ଥିବା ଯାଏଁ ପାଠ ପଢ଼ନ୍ତି ତେଲ ସରିଗଲେ ପାଠ ପଢ଼ା ଠପ। ରାତିକୁ ଡରି ବେଳ ଥାଉଥାଉ ଏଠାକାର ଲୋକେ ଘରକାମ ସାରିଦିଅନ୍ତି ।

ପାଞ୍ଚ ବର୍ଷ ତଳେ ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇଥିଲା। ଖୁଣ୍ଟ ପତାହୋଇଥିଲା ତାର ବି ଟଣା ହୋଇଥିଲା କିନ୍ତୁ ବିଦୁତ୍ ଆସିଲାନାହି। ବାଟ ହୁଡ଼ିଲା ସରକାରୀ ଇଛାଶକ୍ତି। ଫଳରେ ଯେଁଉ ଅନ୍ଧାରକୁ ସେହି ଅନ୍ଧାରରେ ରାଙ୍ଗାମାଝୁବାସୀ ।ଖାଲି ବିଜୁଳି ଆଲୁଅ ବିନା ସରିନାହିଁ ଏମାନଙ୍କ ଦୁଃଖ।  ଗାଁ କୁ ଯିବା ପାଇଁ ଏବେବି ପକ୍କା ରାସ୍ତାଟିଏ ନାହିଁ। ପଳରେ ଆତାଯାତ କରିବାରେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି ରାଙ୍ଗାମାଝୁବାସୀ। ସରକାରଙ୍କ ବସୁଧା ଯୋଜନା ଏଠି ପ୍ରହସନ । ଜଳ ଯୋଗାଣ ହୋଇ ପାରି ନଥିବାରୁ ଏବେବି ଗ୍ରାମବାସୀ ଝରଣା ପାଣି ପିବାକୁ ବାଧ୍ୟ ହେଉଛନ୍ତି। କଥାରେ ଅଛି ଯେଉଁଠି ନାହିଁ ରାସ୍ତା ସେଠି ବାଟ ହୁଡିଛି ବିକାଶ । ଏହାର ସ୍ପଷ୍ଟ ନମୁନା ହେଉଛି ରାଙ୍ଗାମାଝୁ। ସରକାରୀ ଯୋଜନା ଥାଇବି ଏଠାରେ ଅପହଞ୍ଚ। ଏବେବି ଦୁର୍ଗମର ଏହି ଅନ୍ଧାରୀ ମୂଲକରେ ସରକାରୀ ଯୋଜନା ସତ ସପନ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
no electric connection in Rangamajhu | Argus News