Fuel Crisis / ବ୍ୟସ୍ତ ହୁଅ ନାହିଁ, ମହଜୁଦ ରହିଛି ତେଲ: ୨୦ରୁ ୨୨ଟି ପେଟ୍ରୋଲ ପମ୍ପରେ ନାହିଁ ତେଲ...
·4 months ago·3 min read

Key Points
ରାଜ୍ୟରେ ନାହିଁ ତେଲ ସଙ୍କଟ
ପ୍ରତିଦିନ ସ୍ଥିତିର ରିଭ୍ୟୁ କରାଯାଉଛି
ମାତ୍ର ୨୦ରୁ ୨୨ଟି ପେଟ୍ରୋଲ ପମ୍ପରେ ତେଲ ନଥିବା ନଜର ଆସିଛି
ପ୍ରତିଦିନ ସ୍ଥିତିର ରିଭ୍ୟୁ କରାଯାଉଛି
ମାତ୍ର ୨୦ରୁ ୨୨ଟି ପେଟ୍ରୋଲ ପମ୍ପରେ ତେଲ ନଥିବା ନଜର ଆସିଛି
ରାଜ୍ୟରେ ନାହିଁ ତୈଳ ସଙ୍କଟ । ମହଜୁଦ ଅଛି ପର୍ଯ୍ୟାପ୍ତ ପରିମାଣର ତୈଳ । ଗୁଜବରେ ବିଶ୍ବାସ ନ କରିବାକୁ ପରାମର୍ଶ ଦେଇଛନ୍ତି ଯୋଗାଣ ସଚିବ ସଞ୍ଜୟ ସିଂ । ମାତ୍ର ୨୦ରୁ ୨୨ଟି ପେଟ୍ରୋଲ ପମ୍ପରେ ତେଲ ନଥିବା ନଜର ଆସିଛି । ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ବାରିପଦା, ବଲାଙ୍ଗୀର ଓ ଗଞ୍ଜାମ ପର୍ଯ୍ୟନ୍ତ ସବୁଠି ପେଟ୍ରୋଲ ପମ୍ପ ଆଗରେ ଲମ୍ବା ଲାଇନ୍। ରାଉରକେଲା, ବାଲେଶ୍ବର, ଆସିକା, କଳାହାଣ୍ଡିରେ ତୈଳ ସଙ୍କଟର ପ୍ରଭାବ। ରାଜଧାନୀର କଳ୍ପନା ଛକ ଭଳି ପ୍ରମୁଖ ସ୍ଥାନରେ ପେଟ୍ରୋଲ ପମ୍ପ ବନ୍ଦ ରହିଥିବା ବେଳେ ଅନେକ ସ୍ଥାନରେ ଲମ୍ବା ଧାଡି ଦେଖିବାକୁ ମିଳିଛି । କଟକରେ ତେଲ ପାଇଁ ଅଧ କିଲୋମିଟର ଲମ୍ବା ଲାଇନ ଦେଖିବାକୁ ମିଳିଛି। ସେପଟେ ବଲାଙ୍ଗୀର ଜିଲ୍ଲାର ପ୍ରାୟ ୧୫ରୁ ଅଧିକ ପମ୍ପରେ ତେଲ ସରିଯାଇଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ଏ ହେଉଛି ବିଭିନ୍ନ ସହରରେ ବାଇକ୍ ଓ ଚାରି ଚକିଆ ଯାନ ପାଇଁ ଅଘୋଷିତ ସୀମା ।''
କଟକରେ ତେଲ ସରିଯିବା ଆଶଙ୍କାରେ ଲୋକମାନେ ଆବଶ୍ୟକତାଠାରୁ ଅଧିକ ପେଟ୍ରୋଲ ପକାଉଥିବା ଦେଖିବାକୁ ମିଳିଛି । ଏଥିପାଇଁ କୃତ୍ରିମ ଅଭାବ ସୃଷ୍ଟି ହେଉଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି । ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ମତ୍ସ୍ୟଜୀବୀମାନେ ଛାନିଆ ହୋଇ ଜାରକିନରେ ତେଲ ଭର୍ତ୍ତି କରିବା ପାଇଁ ଲମ୍ବା ଲାଇନ୍ ଲଗାଇଛନ୍ତି । ଭଞ୍ଜନଗରରେ ଏହି ସଙ୍କଟ ସମୟରେ କିଛି ଅସାଧୁ ବ୍ୟବସାୟୀ ସକ୍ରିୟ ହୋଇଉଠିଛନ୍ତି । ବଲାଙ୍ଗିର ଜିଲ୍ଲାର ଅନେକ ପେଟ୍ରୋଲ ପମ୍ପ ସମ୍ମୁଖରେ 'ନୋ ଷ୍ଟକ୍' ବୋର୍ଡ ଝୁଲୁଥିବା ଦେଖିବାକୁ ମିଳିଛି। ଫଳରେ ଦୂରଦୂରାନ୍ତରୁ ଆସୁଥିବା ଗାଡ଼ି ଚାଳକମାନେ ନିରାଶ ହୋଇ ଫେରୁଛନ୍ତି।''
ସେପଟେ ରାଜ୍ୟରେ ତେଲର ସଂକଟ ନଥିବା କହିଛନ୍ତି ଯୋଗାଣ ସଚିବ ସଞ୍ଜୟ ସିଂ । ପ୍ରତିଦିନ ସ୍ଥିତିର ରିଭ୍ୟୁ କରାଯାଉଛି । ମାତ୍ର ୨୦ରୁ ୨୨ଟି ପେଟ୍ରୋଲ ପମ୍ପରେ ତେଲ ନଥିବା ନଜର ଆସିଛି । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ତୈଳ ମହଜୁଦ ଅଛି । ଗୁଜବରେ ବିଶ୍ବାସ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଲୋକମାନେ ଛାନିଆ ହୋଇ ଅଧିକ ତେଲ କିଣୁଛନ୍ତି । ତେଲ କଳାବଜାରୀ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ସେପଟେ ଆଦୌ ଭୟଭୀତ ନ ହୋଇ ଗୁଜବକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି ଉତ୍କଳ ପେଟ୍ରୋଲିୟମ୍ ଡିଲର୍ ଆସୋସିଏସନ୍ ସମ୍ପାଦକ ସଞ୍ଜୟ ଲାଠ। ଓଡ଼ିଶାରେ ୧୫ ଦିନର ତେଲ ବର୍ତ୍ତମାନ ଷ୍ଟକ୍ ରହିଛି, ସାରା ଭାରତରେ ଅନ୍ୟୁନ ୨ ମାସର ତେଲ ମହଜୁଦ ରହିଛି।''
ଏଥିସହ ପଢ଼ନ୍ତୁ: ପେଟ୍ରୋଲ୍ ପମ୍ପରେ ମିଳୁନି ତେଲ, ୧୪ ହଜାରରୁ ୨ ହଜାର ଘରୋଇ ବସ୍ ବନ୍ଦ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ କିନ୍ତୁ, ତୈଳ ସଙ୍କଟ ଯୋଗୁଁ ପ୍ରଭାବିତ ହୋଇଛି ଘରୋଇ ବସ୍ ଚଳାଚଳ । ରାଜ୍ୟରେ ୧୪ ହଜାର ଘରୋଇ ବସସ୍ ଚଳାଚଳ କରୁଥିବା ବେଳେ ଏବେ ପାଖାପାଖି ୨ ହଜାର ବସ୍ ବନ୍ଦ ହୋଇଗଲାଣି । ପେଟ୍ରୋଲ ପମ୍ପରେ ତେଲ ନ ମିଳିବା ଯୋଗୁଁ ବିଭିନ୍ନ ଜିଲ୍ଲାରୁ ଏବଂ ଗାଁ ଗହଳିରୁ ବସ୍ ଆସିପାରୁନାହିଁ । ଏଭଳି ସ୍ଥିତି ଲାଗି ରହିଲେ ୫/୬ ଦିନ ଭିତରେ ରାଜ୍ୟରେ ସମସ୍ତ ବସ୍ ଚଳାଚଳ ବନ୍ଦ ହୋଇଯିବ । ସରକାର ଏଥିପ୍ରତି ତୁରନ୍ତ ଧ୍ୟାନ ଦିଅନ୍ତୁ । ପବ୍ଲିକ ଟ୍ରାନ୍ସପୋର୍ଟ ଭାବରେ ବ୍ୟବହାର ହେଉଥିବା ଗାଡ଼ି ଗୁଡିକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରି ପେଟ୍ରୋଲ ପମ୍ପ ଗୁଡିକରେ ତେଲ ଯୋଗାଇ ଦିଅନ୍ତୁ । ନଚେତ ଆଗକୁ ପରିସ୍ଥିତି ଉତ୍କଟ ହେବ ବୋଲି କହିଛନ୍ତି ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ । ରାଜ୍ୟରେ ଦେଖା ଦେଇଛି ଭୟଙ୍କର ତୈଳ ସଙ୍କଟ । ପେଟ୍ରୋଲ ପମ୍ପରେ ମିଳୁନାହିଁ ପେଟ୍ରୋଲ-ଡିଜେଲ୍ । ତେଲ ପକାଇବାକୁ ଆସି ପେଟ୍ରୋଲ ପମ୍ପରୁ ନିରାଶ ହୋଇଫେରୁଛନ୍ତି ସାଧାରଣ ଲୋକ ବୋଲି ଖବର ଆସୁଛି।''
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories