Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପେଟ୍ରୋଲ୍‌ ପମ୍ପରେ ମିଳୁନି ତେଲ, ୧୪ ହଜାରରୁ ୨ ହଜାର ଘରୋଇ ବସ୍‌ ବନ୍ଦ

Odisha

Odisha Fuel Crisis / ପେଟ୍ରୋଲ୍‌ ପମ୍ପରେ ମିଳୁନି ତେଲ, ୧୪ ହଜାରରୁ ୨ ହଜାର ଘରୋଇ ବସ୍‌ ବନ୍ଦ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ପେଟ୍ରୋଲ୍‌ ପମ୍ପରେ ମିଳୁନି ତେଲ, ୧୪ ହଜାରରୁ ୨ ହଜାର ଘରୋଇ ବସ୍‌ ବନ୍ଦ
Oil Crisis

Key Points

ରାଜ୍ୟରେ ଦେଖାଦେଲାଣି ଭୟଙ୍କର ତୈଳ ସଙ୍କଟ
ତୈଳ ସଙ୍କଟ ଯୋଗୁଁ ବସ ଚଳାଚଳ ପ୍ରଭାବିତ
୧୪ ହଜାର ଘରୋଇ ବସ୍ ମଧ୍ୟରୁ ୨ହଜାର ବନ୍ଦ
ରାଜ୍ୟରେ ଦେଖା ଦେଇଛି ଭୟଙ୍କର ତୈଳ ସଙ୍କଟ । ପେଟ୍ରୋଲ ପମ୍ପରେ ମିଳୁନାହିଁ ପେଟ୍ରୋଲ-ଡିଜେଲ୍‌ । ତେଲ ପକାଇବାକୁ ଆସି ପେଟ୍ରୋଲ ପମ୍ପରୁ ନିରାଶ ହୋଇଫେରୁଛନ୍ତି ସାଧାରଣ ଲୋକ । ରାଜ୍ୟର ବିଭିନ୍ନ ସ୍ଥାନରୁ ଦେଖିବାକୁ ମିଳୁଛି ଏହି ଚିତ୍ର । କେଉଁଠି ପେଟ୍ରୋଲ ପାଇଁ ଲମ୍ବା ଧାଡ଼ି ତ ଆଉ କେଉଁଠି ଦେଖିବାକୁ ମିଳୁଛି ହାହାକାର ସ୍ଥିତି । କଟକ, ଭୁବନେଶ୍ବର, ପୁରୀ, ରାଉରକେଲା, ବାଲେଶ୍ବର, ବାରିପଦା, ବଲାଙ୍ଗିର ଆଦି ସହରରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି ।

ତୈଳ ସଙ୍କଟ ଯୋଗୁଁ ପ୍ରଭାବିତ ହୋଇଛି ଘରୋଇ ବସ୍ ଚଳାଚଳ । ରାଜ୍ୟରେ ୧୪ ହଜାର ଘରୋଇ ବସସ୍‌ ଚଳାଚଳ କରୁଥିବା ବେଳେ ଏବେ ପାଖାପାଖି ୨ ହଜାର ବସ୍‌ ବନ୍ଦ ହୋଇଗଲାଣି । ପେଟ୍ରୋଲ ପମ୍ପରେ ତେଲ ନ ମିଳିବା ଯୋଗୁଁ ବିଭିନ୍ନ ଜିଲ୍ଲାରୁ ଏବଂ ଗାଁ ଗହଳିରୁ ବସ୍ ଆସିପାରୁନାହିଁ । ଏଭଳି ସ୍ଥିତି ଲାଗି ରହିଲେ ୫/୬ ଦିନ ଭିତରେ ରାଜ୍ୟରେ ସମସ୍ତ ବସ୍‌ ଚଳାଚଳ ବନ୍ଦ ହୋଇଯିବ । ସରକାର ଏଥିପ୍ରତି ତୁରନ୍ତ ଧ୍ୟାନ ଦିଅନ୍ତୁ । ପବ୍ଲିକ ଟ୍ରାନ୍ସପୋର୍ଟ ଭାବରେ ବ୍ୟବହାର ହେଉଥିବା ଗାଡ଼ି ଗୁଡିକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରି ପେଟ୍ରୋଲ ପମ୍ପ ଗୁଡିକରେ ତେଲ ଯୋଗାଇ ଦିଅନ୍ତୁ । ନଚେତ ଆଗକୁ ପରିସ୍ଥିତି ଉତ୍କଟ ହେବ ବୋଲି କହିଛନ୍ତି ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ।

ସେପଟେ ବସ୍‌ ବନ୍ଦ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ । ସେ କହିଛନ୍ତି, ଆଜି ମଧ୍ୟପ୍ରାଚ୍ୟ ରାଷ୍ଟ୍ରରେ ଯୁଦ୍ଧ ସ୍ଥିତି ଯୋଗୁଁ ବିଶ୍ବରେ ତୈଳ ସଙ୍କଟ ସୃଷ୍ଟି ହୋଇଛି । ତାକୁ ସହଯୋଗ କରିବା ଦରକାର ଏହା ମନୁଷ୍ୟକୃତ ବା ସରକାର କୃତ ନୁହେଁ । ଏହା ଅନ୍ୟମାନଙ୍କ ପ୍ରେସର ଯୋଗୁଁ ହିଁ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଅପିଲ୍‌କୁ ସମସ୍ତେ ମିଳିମିଶି ସହଯୋଗ କରିବା କଥା । କଟୁ ବାକ୍ୟ ଏଥିରେ ପ୍ରୟୋଗ କରିବା ଉଚିତ୍ ନୁହେଁ ବୋଲି କହିବା ସହିତ ଘରୋଇ ବସ୍ ମାଲିକ ସଂଘକୁ ବାର୍ତ୍ତା ଦେଇଛନ୍ତି ପରିବହନ ମନ୍ତ୍ରୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Fuel Crisis: Petrol Pumps Run Dry, 2,000 Private Buses Off Roads | Argus News