No Insurance No Petrol / ଓଡ଼ିଶାରେ ଲାଗୁ ହେବ କି 'No Insurance, No Petrol' ନିୟମ ? ଜାଣନ୍ତୁ କ'ଣ କହିଲେ ପରିବହନ ମନ୍ତ୍ରୀ...
·2 hours ago·2 min read

Key Points
୯୭ ଲକ୍ଷ ଗାଡ଼ି ମାଲିକଙ୍କ ପାଇଁ ବଡ଼ ଅପଡେଟ୍
ବୀମା ନଥିଲେ ବନ୍ଦ ହୋଇପାରେ ପେଟ୍ରୋଲ୍
ଓଡ଼ିଶାରେ ଲାଗୁ ହେବ କି 'No Insurance, No Petrol' ?

ଓଡ଼ିଶାରେ ଲାଗୁ ହେବ କି 'No Insurance, No Petrol' ନିୟମ ? ବିନା ଇନସ୍ୟୁରାନ୍ସରେ ଗାଡ଼ି ଚଲାଉଥିବା ଚାଳକଙ୍କ ପାଇଁ ଏବେ ଆସିବାକୁ ଯାଉଛି ବଡ଼ ଅସୁବିଧା । ସଡ଼କ ଦୁର୍ଘଟଣାରେ କ୍ଷତିପୂରଣ ଓ ଲୋକଙ୍କ ସୁରକ୍ଷିତ ଜୀବନକୁ ଗୁରୁତ୍ୱ ଦେଇ ସୁପ୍ରିମକୋର୍ଟ ଏକ ପାଇଲଟ୍ ପ୍ରୋଜେକ୍ଟ ନିର୍ଦ୍ଦେଶ ଦେବା ପରେ ଏବେ ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଓଡ଼ିଶାରେ ଏହି ନିୟମ କାର୍ଯ୍ୟକାରୀ ହେବା ନେଇ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଏବଂ ଏହାକୁ ଗାମ୍ଭୀର୍ଯ୍ୟର ସହ ବିଚାର କରାଯାଉଛି । ଲୋକଙ୍କ ସୁରକ୍ଷା ପାଇଁ ଯାହା ଆବଶ୍ୟକ ପଦକ୍ଷେପ, ତାହା ଗ୍ରହଣ କରାଯିବ ।
No Insurance No Petrol କୁ ନେଇ ସୁପ୍ରିମକୋର୍ଟ ବିଚାରପତି ସଞ୍ଜୟ କରୋଲ ଏବଂ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଅର୍ଥାତ IRDAI ଏବଂ ସଡ଼କ ପରିବହନ ମନ୍ତ୍ରଣାଳୟଙ୍କୁ ଏକ ପାଇଲଟ୍ ପ୍ରୋଜେକ୍ଟ ପ୍ରସ୍ତୁତ କରିବାକୁ କହିଛନ୍ତି । ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ-ପାର୍ଟି ଇନ୍ସ୍ୟୁରାନ୍ସ ନଥିବ, ସେଗୁଡ଼ିକୁ ପେଟ୍ରୋଲ୍ ପମ୍ପରେ ଇନ୍ଧନ ଦିଆଯିବ ନାହିଁ । ଏହା ଏ ପର୍ଯ୍ୟନ୍ତ ସମଗ୍ର ଦେଶରେ ସ୍ଥାୟୀ ନିୟମ ଭାବେ ଲାଗୁ ହୋଇନାହିଁ । କେବଳ ଏକ ପାଇଲଟ୍ ପ୍ରୋଜେକ୍ଟ ଭାବେ ଆରମ୍ଭ କରିବାକୁ କୁହାଯାଇଛି । ପେଟ୍ରୋଲିୟମ ମନ୍ତ୍ରଣାଳୟ ମଧ୍ୟ ଏହି ପ୍ରସ୍ତାବରେ କୌଣସି ଆପତ୍ତି ନାହିଁ ।
କୋର୍ଟ ଏଭଳି ପଦକ୍ଷେପ କାହିଁକି ନେଲେ ?
ଅଧିକାଂଶ ଗାଡ଼ି ବିନା ବୀମାରେ ଚାଲୁଛି । ସରକାରୀ ତଥ୍ୟ ଅନୁଯାୟୀ, ଦେଶର ମୋଟ ପଞ୍ଜିକୃତ ଗାଡ଼ି ମଧ୍ୟରୁ ପ୍ରାୟ ୫୬ ପ୍ରତିଶତ ଗାଡ଼ି ଅର୍ଥାତ ପ୍ରାୟ ୧୬.୫୪ କୋଟି ଗାଡ଼ି ବିନା ଇନ୍ସ୍ୟୁରାନ୍ସରେ ରାସ୍ତାରେ ଚାଲୁଛି । ଗାଡ଼ିର ବୀମା ନଥିବା କାରଣରୁ ସଡ଼କ ଦୁର୍ଘଟଣାରେ ଶିକାର ହେଉଥିବା ପରିବାର ଗୁଡ଼ିକ ସଠିକ୍ ସମୟରେ କ୍ଷତିପୂରଣ ପାଇପାରୁ ନାହାନ୍ତି ଏବଂ ବର୍ଷ ବର୍ଷ ଧରି ଆଇନଗତ ଲଢ଼େଇ କରିବାକୁ ପଡ଼ୁଛି ।
ଏହି ବ୍ୟବସ୍ଥା କିପରି କାମ କରିବ
ପେଟ୍ରୋଲ ପମ୍ପଗୁଡ଼ିକରେ ଅଟୋମେଟିକ୍ କ୍ୟାମେରା ଲଗାଯାଇ ଗାଡ଼ିର ନମ୍ବର ପ୍ଲେଟ୍ ସ୍କାନ୍ କରାଯିବ । ଏହି କ୍ୟାମେରାଗୁଡ଼ିକ 'ଭାହନ' (VAHAN) ପୋର୍ଟାଲ୍ ଏବଂ ଇନ୍ସୁରାନ୍ସ ଡାଟାବେସ୍ ସହ ସଂଯୁକ୍ତ ରହିବ। ଗାଡ଼ିର ବୀମା ନଥିଲେ ସିଷ୍ଟମ୍ ଜରିଆରେ ପେଟ୍ରୋଲ୍ ଦେବା ବନ୍ଦ କରାଯିବ ।
ଓଡ଼ିଶାରେ ଲାଗୁ ହେବ କି No Insurance No Petrol ? ପରିବହନ ମନ୍ତ୍ରୀ କହିଛନ୍ତି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ସମ୍ବେଦନଶୀଳ ପ୍ରସଙ୍ଗ । ଏହାକୁ ବିଚାର କରାଯାଉଛି । ରାଜ୍ୟରେ ୯୭ ଲକ୍ଷ ଗାଡ଼ି ପଞ୍ଜିକରଣ ହୋଇଛି । ଇନସୁରାନ୍ସ ନଥିବା ଗାଡିର ସଂଖ୍ୟା ଅଧିକ ଅଛି । ଥାର୍ଡ ପାର୍ଟି ଇନସୁରାନ୍ସକୁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ ଦେଇଛନ୍ତି । ଏବେ ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାକୁ ମଧ୍ୟ କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ । ଲୋକଙ୍କ ସୁରକ୍ଷିତ ଜୀବନ ପାଇଁ ଯାହା ଆବଶ୍ୟକ ପଦକ୍ଷେପ ନିଆଯିବ ।
ପୂର୍ବରୁ ନୋ ପଲ୍ୟୁସନ୍ -ନୋ ଫୁଏଲର ନିୟମ ହୋଇଥିଲା । ସେତେବେଳେ ଲୋକମାନେ ପଲ୍ୟୁସନ ସାର୍ଟିଫିକେଟ ବାହାର କରିଥିଲେ । ଏବେ ସୁପ୍ରିମକୋର୍ଟଙ୍କ No Insurance, No Petrol ନିର୍ଦ୍ଦେଶ ପରେ ରାଜ୍ୟରେ ଲୋକମାନେ ମଧ୍ୟ ଗାଡିର ଇନସୁରାନ୍ସ କରିବେ ବୋଲି ଆଶା ପ୍ରକଟ କରିଛନ୍ତି ପରିବହନ ମନ୍ତ୍ରୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories