ଉଚ୍ଚ ଶିକ୍ଷାନୁଷ୍ଠାନରେ ଜଙ୍କଫୁଡ ମନା

ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନରେ ଜଙ୍କଫୁଡ ମନା । ସରକାରୀ, ବେସରକାରୀ ବିଶ୍ବ ବିଦ୍ୟାଳୟ କିମ୍ବା ଏହା ଅଧୀନରେ ଆସୁଥିବା ମହାବିଦ୍ୟାଳୟ ପରିସରରେ ଜଙ୍କ୍ଫୁଡ୍ ବିକ୍ରି ହୋଇ ପାରିବ ନାହିଁ । ଏନେଇ ୟୁଜିସ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଶିକ୍ଷାନୁଷ୍ଠାନ କ୍ୟାମ୍ପସ, ହଷ୍ଟେଲ, କ୍ୟାଣ୍ଟିନରେ ଜଙ୍କଫୁଡ୍ କିମ୍ବା ଅସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି ଉପରେ ରୋକ ଲଗାଯାଇଛି ।
ଜଙ୍କଫୁଡ୍ ଖାଇବାଦ୍ବାରା ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଡାଇବେଟିସ୍, ହାଇପରଟେନସନ୍ ପରି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଆଇସିଏମଆର ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରତି ଚାରି ଜଣଙ୍କ ଠାରେ ଡାଇବେଟିସ୍ କିମ୍ବା ପ୍ରି ଡାଇବେଟିସ୍ ଲକ୍ଷଣ ଦେଖାଯାଉଛି । ଶିକ୍ଷାନୁଷ୍ଠାନର କ୍ୟାଣ୍ଟିନ ଗୁଡିକରେ ଅସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି ଉପରେ କଟକଣା ଲଗାଯିବା ସହ ସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି କରିବାକୁ ପରାମର୍ଶ ଦିଆଯାଇଛି ।
ଅଧିକ ପଢନ୍ତୁ ଓଡିଶା ଖବର