New Year darshan Jagannath / ଡିସେମ୍ବର ୩୧ ତାରିଖ ରାତିରେ ମହାପ୍ରଭୁଙ୍କୁ ରାତି ଅନିଦ୍ରା ନ କରିବାକୁ ଚିଠି
·3 months ago·2 min read

Key Points
ଜାନୁଆରୀ ୧ ପାଇଁ ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନ ଯାଉ
୩୧ ତାରିଖ ରାତିରେ ମହାପ୍ରଭୁଙ୍କୁ ରାତି ଅନିଦ୍ରା ନକରିବାକୁ ଚିଠି
ଅର୍ଦ୍ଧ ରାତିରେ ଶ୍ରୀମନ୍ଦିର ନଖୋଲିବାକୁ ଚିଠି ଲେଖିଲେ ପଣ୍ଡିତ ମହେଶ ସାହୁ
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଗଜପତି ମହାରାଜା ଓ ଆଇନମନ୍ତ୍ରୀଙ୍କୁ କଲେ ଅବଗତ
୩୧ ତାରିଖ ରାତିରେ ମହାପ୍ରଭୁଙ୍କୁ ରାତି ଅନିଦ୍ରା ନକରିବାକୁ ଚିଠି
ଅର୍ଦ୍ଧ ରାତିରେ ଶ୍ରୀମନ୍ଦିର ନଖୋଲିବାକୁ ଚିଠି ଲେଖିଲେ ପଣ୍ଡିତ ମହେଶ ସାହୁ
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଗଜପତି ମହାରାଜା ଓ ଆଇନମନ୍ତ୍ରୀଙ୍କୁ କଲେ ଅବଗତ
ମହାପ୍ରଭୁଙ୍କ ନିଦ୍ରା ଆଗ ନା ମଧ୍ୟ ରାତ୍ରରୁ ମହାପ୍ରଭୁଙ୍କୁ ଉଠାଇ ଭକ୍ତଙ୍କ ଦର୍ଶନ କରାଇବା ଆଗ ? ଏବେ ଏହାକୁ ନେଇ ଦ୍ୱନ୍ଦ ଉପୁଜିଥିବା ବେଳେ ଦୋଛକିରେ କୋଟି କୋଟି ଜଗନ୍ନାଥପ୍ରେମୀ । ପ୍ରତ୍ୟେକ ବର୍ଷ ନୂଆବର୍ଷ ପୂର୍ବ ରାତିରେ ଶୀଘ୍ର ଦ୍ୱାରଫିଟା ହୋଇ ରାତି ତମାମ୍ ଦର୍ଶନ ଚାଲୁଥିବା ବେଳେ ଚଳିତ ଡିସେମ୍ବର ୩୧ ରାତିରେ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ କି ସେନେଇ ପ୍ରଶ୍ନ ଉଠିଛି ।
ଡିସେମ୍ବର ୩୧ ସଂଧ୍ୟାରୁ ବ୍ୟାରିକେଡ୍ରେ ଭକ୍ତଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିବା ବେଳେ ନୂଆବର୍ଷ ଆରମ୍ଭରୁ ମହାପ୍ରଭୁଙ୍କ ଦର୍ଶନ ସହ ଆର୍ଶୀବାଦ ନେବାକୁ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୁଏ । ତେବେ ଡିସେମ୍ବର ୩୧ ତାରିଖ ରାତିରେ ମହାପ୍ରଭୁଙ୍କୁ ରାତି ଅନିଦ୍ରା ନ କରିବା ସହ ଅର୍ଦ୍ଧ ରାତିରେ ଶ୍ରୀମନ୍ଦିର ନ ଖୋଲିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଗଜପତି ମହାରାଜା ଓ ଆଇନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପରିଚାଳନା କମିଟିର ସଦସ୍ୟ ପଣ୍ଡିତ ମହେଶ ସାହୁ ।
କିଛି ବର୍ଷ ହେବ ଡିସେମ୍ବର ୩୧ ତାରିଖ ମଧ୍ୟରାତ୍ରରୁ ଭକ୍ତଙ୍କ ଦର୍ଶନ ହେଉଥିବା ବେଳେ ମହାପ୍ରଭୁଙ୍କୁ ମଧ୍ୟ ରାତ୍ରି ଅନିଦ୍ରା ରଖାଯାଉଛି । ଯାହାକି ଧାର୍ମିକ ତଥା ପରମ୍ପରା ଦୃଷ୍ଟିକୋଣରୁ ଆଦୌ ସମୀଚିନ ଅନୁଭବ ହେଉନାହିଁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ପଣ୍ଡିତ ମହେଶ ସାହୁ । ତେଣୁ ଜାନୁଆରୀ ୧ ତାରିଖ ପାଇଁ ମହାପ୍ରଭୁଙ୍କୁ ରାତି ଅନିଦ୍ରା ନକରି ସ୍ୱଭାବିକ୍ ଭାବେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଗଜପତି ମହାରାଜା ଓ ଆଇନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପରିଚାଳନା କମିଟିର ସଦସ୍ୟ ପଣ୍ଡିତ ମହେଶ ସାହୁ । ସେପଟେ ମହେଶ ସାହୁଙ୍କ ଏଭଳି ପ୍ରସଙ୍ଗକୁ ସମର୍ଥନ ଜଣାଇଛନ୍ତି ଉଭୟ ଭକ୍ତ ଏବଂ ସେବାୟତ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories