Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭିସୁଟରେ ଛୋଟ ଡ୍ରେସ୍‌କୁ ନାଁ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଭିସୁଟରେ ଛୋଟ ଡ୍ରେସ୍‌କୁ ନାଁ

ସମ୍ବଲପୁର : କଲେଜ୍‌ରେ ମର୍ଡର୍ଣ୍ଣ ଡ୍ରେସକୁ ନାଁ । ଏଣିକି ଛାତ୍ରଛାତ୍ରୀମାନେ ମଡର୍ଣ୍ଣ ଡ୍ରେସ୍‌ ପିନ୍ଧିପାରିବେ ନାହିଁ । ଏପରି ନିଷ୍ପତ୍ତି ନେଇଛନ୍ତି ଭିସୁଟ୍‌ କର୍ତ୍ତୃପକ୍ଷ । ଖାଲି ନିଷ୍ପତ୍ତି ନେଇଛନ୍ତି ତାହା ନୁହେଁ ବରଂ ବିଧିବଦ୍ଧ ଭାବରେ ଜାରି କରିଛନ୍ତି ନୋଟିସ । 
 ଆଗକୁ ଭିସୁଟର ବସନ୍ତ ଉତ୍ସବ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଯେଉଁ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ମଡର୍ଣ୍ଣ ଡ୍ରେସ ତଥା ଛୋଟ ଡ୍ରେସ ପିନ୍ଧିକି ଆସିବାକୁ ମନା କରାଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିବାରୁ ସଂସ୍କୃତିକୁ ପ୍ରାଧାନ୍ୟ ଦିଆଯାଇ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଭିସୁଟ କୁଳପତି ।

 

https://youtu.be/J6nf6lLAvVI?si=bRuF1Bzk9a0I8sS-

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେବଳ କାର୍ଯ୍ୟକ୍ରମ ନୁହେଁ, ଅନ୍ୟ ଦିନରେ ମଧ୍ୟ କଲେଜକୁ ଭାରତୀୟ ପୋଷାକ ପିନ୍ଧିବା ପାଇଁ କୁହାଯାଇଛି । ଏହା ଦ୍ବାରା ସୁସ୍ଥ ମାନବିକତା ଓ ସୁସ୍ଥ ପରିବେଶ ସୃଷ୍ଟି ହେବ | ଏହି ପଦକ୍ଷେପକୁ ସମ୍ବଲପୁରରେ ମଧ୍ୟ ସାଧାରଣ ବର୍ଗର ଲୋକେ ସ୍ବାଗତ କରିବା ସହ ଛାତ୍ରଛାତ୍ରୀ ମଧ୍ୟ ସ୍ବାଗତ କରିଛନ୍ତି | ଏହି ନିର୍ଦ୍ଦେଶନାମାକୁ ଛାତ୍ରଛାତ୍ରୀ ମାନିବେ ବୋଲି କହଛନ୍ତି |
ତେବେ ପୂର୍ବରୁ ରାଷ୍ଟ୍ରପତି ମଧ୍ଯ ଭିସୁଟ ଛାତ୍ରଛାତ୍ରୀ ପିନ୍ଧିଥିବା ସମ୍ବଲପୁରୀ ଗାଉନ ଓ ଡ୍ରେସକୁ ପ୍ରଶଂସା କରିଥିଲେ।

Sponsored
No modern dress in college | Argus News