Videos
|
Odisha

ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ  

Manini Pattanayak
Browse all articles by Manini Pattanayak
·1 year ago
ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ  

ଭୁବନେଶ୍ୱର:  ମଦ ନେଇ ଆସିଲା ବଡ ଖବର। ରାଜ୍ୟ ସରକାର ଏନେଇ ନେଇଛନ୍ତି  ବଡ ନିଷ୍ପତ୍ତି ନେଇଛନ୍ତି।  ଅବକାରୀ ମନ୍ତ୍ରୀଙ୍କ ବଡ଼ ବୟାନ । ରାଜ୍ୟରେ ଆଉ ଖୋଲିବନି ନୂଆ ମଦଦୋକାନ । ଯେଉଁ ମଦ ନୀତି ଥିଲା ତାକୁ ସାରଳୀକରଣ କରିବା ଦ୍ବାରା ନୂଆ ମଦ ଦୋକାନ ଆଉ ଖୋଲିବନି ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଚୋରା ମଦ ବିକ୍ରି ଆମ ପାଇଁ ଚ୍ୟାଲେଞ୍ଜ ଥିଲା ତାକୁ ଆମେ ରୋକିବା ପାଇଁ ଆମୂଳ ଚୂଳ ଚେଷ୍ଟା କରୁଛୁ। ଆସନ୍ତା ବର୍ଷ ମଦନୀତି ଆସିଲେ ସେଥିରେ ବହୁତ ପରିବର୍ତ୍ତନ ହେବ। ତେଣୁ ଚୋରାମଦ ବିକ୍ରି ବନ୍ଦ ସହ ଆଉ ନୂଆ ମଦ ଦୋକାନ ଖୋଲିବନି ବୋଲି ପ୍ରତିକ୍ରିୟା ରଖିଛନ୍ତି ପୃଥ୍ବୀରାଜ ।

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
No more liquor shops are opening in the state | Argus News