Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେନାଲରେ ପାଣି ଛାଡିବେ ହେଲେ ଦେଲେ ନାହିଁ: ଚିନ୍ତାରେ ଚାଷୀ

Ritu Das
Browse all articles by Ritu Das
·2 years ago·2 min read
କେନାଲରେ ପାଣି ଛାଡିବେ ହେଲେ ଦେଲେ ନାହିଁ: ଚିନ୍ତାରେ ଚାଷୀ

ଅର୍ଗସ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର ବହୁ ପ୍ରତିକ୍ଷିତ ସୁବର୍ଣ୍ଣରେଖା ବୃହତ ଜଳସେଚନ ପ୍ରକଳ୍ପର କଥା। ସୁବର୍ଣ୍ଣରେଖା ପ୍ରକଳ୍ପ ଏକ ତ୍ରିପାକ୍ଷିକ ଚୁକ୍ତି ଯାହାକି ଝାଡ଼ଖଣ୍ଡ , ଓଡିଶା ଓ ପଶ୍ଚିମବଙ୍ଗ ରାଜ୍ୟ ମଧ୍ୟରେ ହୋଇଥିଲା। ଝାଡ଼ଖଣ୍ଡ ରାଜ୍ୟର ଗାଲୁଡି ବ୍ୟାରେଜରୁ କେନାଲ ଯୋଗେ ପାଣି ଅଣାଯାଇ ମୟୂରଭଞ୍ଜ ଜିଲ୍ଲାର 'ହଳଦିଆ ଜଳଭଣ୍ଡାର' ,"ଜମ୍ଭୀରା ଜଳଭଣ୍ଡାର" ଓ "ବାଉରା ଜଳଭଣ୍ଡାର" ଏହି ତିନୋଟି ଜଳଭଣ୍ଡାରରେ ଗଚ୍ଛିତ ରଖାଯାଇ ଏହି ପ୍ରକଳ୍ପ ମାଧ୍ୟମରେ ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲାର 1,09, 627 ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯିବାର ଲକ୍ଷ୍ୟ ଥିଲା । ମୁଖ୍ୟମନ୍ତ୍ରୀ ତରବରିଆ ଭାବରେ ଏହାକୁ ଆଂଶିକ ଭାବରେ ୪ଥରରୁ ଉର୍ଦ୍ଧ୍ବ ଥର ଲୋକାର୍ପଣ କରିଥିବା ବେଳେ ଏହି ପ୍ରକଳ୍ପ ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। 

ଡିସେମ୍ବର ୨୧ତାରିଖରେ "ହଳଦିଆ ବନ୍ଧକୁ ଭର୍ଚୁଆଲ ମୋଡରେ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବନ୍ଧର ପୁନଃନିର୍ମାଣ ଦ୍ବାରା ଜଳସେଚନ କ୍ଷମତା ୫୫୨୦ ହେକ୍ଟରକୁ ବୃଦ୍ଧି କରାଯାଇଥିବା ବେଳେ ଏହା ଦ୍ବାରା ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଏବଂ ବାରିପଦା ବ୍ଲକର ୪୮ଟି ଗ୍ରାମର ୫୫୬୦୦ ଚାଷୀ ଉପକୃତ ହୋଇପାରିବେ ବୋଲି ସୂଚନା ଦିଆଯାଇଥିଲା। ଏହି କ୍ରମରେ ଫେବୃଆରୀ ମାସରେ ହଳଦିଆ ବନ୍ଧରୁ ଚଳିତ ରବି ଋତୁ ପାଇଁ ପାଣି ଯୋଗାଇ ଦିଆଯିବ ବୋଲି ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଥିଲା । ହେଲେ ଏହାର ଦକ୍ଷିଣ କେନାଲରେ ପାଣି ଛଡାଯାଇଥିବା ବେଳେ ବାମ କେନାଲରେ ପାଣି ନ ଛଡାଯିବାରୁ ଏହା ଉପରେ ନିର୍ଭର କରିଥିବା ଚାଷୀ ଏବେ ଚିନ୍ତାରେ । 

ସୁବର୍ଣ୍ଣରେଖା ବୃହତ୍ତ ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ହଳଦିଆ ଜଳଭଣ୍ଡାରଟି ଝାରପୋଖରିଆ ଡିଭିଜନରେ ଯାଉଛି । କେନାଲରେ ଚାଷୀଙ୍କ ପାଇଁ ପାଣି ଛଡା ନ ଯିବା ସମାସ୍ୟା ବାବଦରେ ଆମେ ହଳଦିଆ ଡ୍ୟାମ୍ ଗେଟ୍ ଖୋଲା ଓ ବନ୍ଦ ଦାୟିତ୍ୱରେ ଥିବା 'ପୂର୍ଣ୍ଣଚନ୍ଦ୍ର ନାଏକ' ନାମକ ଜଣେ କର୍ମଚାରୀଙ୍କୁ ଭେଟିଥିଲୁ । ପୂର୍ଣ୍ଣଙ୍କ କହିବା କଥା ତାଙ୍କୁ ଏସଡିଓ 'ଚନ୍ଦ୍ରଶେଖର ରାଉତ' ପାଣି ଖୋଲିବାକୁ ମନା କରିଛନ୍ତି । ବନ୍ଧରେ ପାଣି ଗଚ୍ଛିତ ରହିଛି , ଉପରୁ ଅର୍ଡର ଆସିଲେ ପାଣି ଛଡାଯିବାରେ ଅସୁବିଧା ନାହିଁ । ତେବେ ଆମେ ଏସଡିଓ ଚନ୍ଦ୍ର ଶେଖର ରାଉତଙ୍କ ସହ ଯୋଗାଯୋଗ କରିଥିଲୁ । ସେ କହିଛନ୍ତି ଯେ, କେନାଲ୍ ସେକ୍ସନ ଇଞ୍ଜିନିୟର ବାମ କେନାଲରେ ପାଣି ଛାଡିବାକୁ ମନା କରିଛନ୍ତି । ଯେଉଁଥିପାଇଁ ପାଣି ଛଡା ଯାଉନାହିଁ । ଚାଷୀମାନେ ତାଙ୍କୁ କୁହନ୍ତୁ , ସେ କହିଲା ପରେ ପାଣି ଛଡାଯିବ । ମୁଁ ଗତ ୨୯ତାରିଖରୁ ଅବସର ନେଇ ସାରିଛି ଚାର୍ଜ ନେବାପାଇଁ ଅନ୍ୟ ଜଣେ ଆସିଲେ ତାଙ୍କ ଦାୟିତ୍ୱ ରହିବ । ତେଵେ ସ୍ଥିତି ଅନୁସନ୍ଧାନ ପରେ ଜଣାପଡିଲା ଯେ ବନ୍ଧ ନିକଟରେ କେନାଲ ଉପରେ ଏକ ପୋଲ ନିର୍ମାଣ ଚାଲିଛି। ଠିକାଦାର ପ୍ରୀତିରେ ପଡି ପାଣି ଛଡାଯାଉ ନ ଥିବା ଜଣାପଡିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଶ୍ନ ଉଠୁଛି ଯଦି କେନାଲ ମରାମତି କରିବାର ଥିଲା ତେବେ ରବିଚାଷ ପାଇଁ ପାଣି ଛଡାଯିବାର ଘୋଷଣା କାହିଁକି କରାଗଲା । ଯେଉଁଠି ଜଳମୁନ୍ଦେ ଜମିରେ ପହଞ୍ଚି ନାହିଁ ସେଠାରେ ଏ ପ୍ରକଳ୍ପ ନିର୍ମାଣ କାହାପାଇଁ? ଆଗକୁ ପାଣି ଜମିକୁ ମଡାଯାଇ ପାରିବ ତ ?  ଏହା ଚାଷୀଙ୍କୁ ଧୋକା ନୁହେଁ ତ ଆଉ କଣ ? 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
No need to release water | Argus News