Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Item Dance Ban / ଖଣ୍ଡଗିରି ଯାତ୍ରାରେ ହୋଇପାରିବନି ଅଶ୍ଳୀଳ ନୃତ୍ୟ, ବିଏମ୍‌ସିର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ଖଣ୍ଡଗିରି ଯାତ୍ରାରେ ହୋଇପାରିବନି ଅଶ୍ଳୀଳ ନୃତ୍ୟ, ବିଏମ୍‌ସିର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି
Khandagiri Jatra

Key Points

ଖଣ୍ଡଗିରି ଯାତ୍ରାରେ ପରିବେଷଣ କରିପାରିବେ ନାହିଁ ଅଶ୍ଳୀଳ ନୃତ୍ୟ
ବିଏମ୍‌ସିର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି
ପୂର୍ବରୁ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ସବୁବେଳେ ଲାଗି ରହିଥିଲା ବିବାଦ
ଜାନୁଆରୀ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଖଣ୍ଡଗିରି ମେଳା । ଯାତ୍ରା ଡାଇଲଗରେ କମ୍ପିବ ଖଣ୍ଡଗିରି । ୭ଟି ମଞ୍ଚରେ ବିଭିନ୍ନ ପାର୍ଟି ଯାତ୍ରା ପରିବେଷଣ କରିବେ । ଖଣ୍ଡଗିରିରେ ଯାତ୍ରା ଦେଖିବାକୁ ଅନେକ ଯାତ୍ରାପ୍ରେମୀଙ୍କ ଆଗ୍ରହ ରହିଥାଏ । ଦମଦାର ଅଭିନୟ, ନୃତ୍ୟ ସଙ୍ଗୀତର ମଜା ନିଅନ୍ତି ଦର୍ଶକ । ହେଲେ ଏଥର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରି ପାରିବେନି କୌଣସି ଯାତ୍ରା ପାର୍ଟି । ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ୟକୁ ନା । ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିପାରିବେ ନାହିଁ ବୋଲି କହିଛନ୍ତି ଭୁବନେଶ୍ବର ମହାନଗର ନିଗମ ମେୟର ସୁଲୋଚନା ଦାସ । ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ସବୁବେଳେ ବିବାଦ ଲାଗି ରହିଥାଏ । ତେଣୁ ଏ ବର୍ଷ ଖଣ୍ଡଗିରି ଯାତ୍ରା ଆରମ୍ଭ ହେବା ପୂର୍ବରୁ ଅଶ୍ଳୀଳ ନୃତ୍ୟ ହେବ ନାହିଁ । ଯେପରି କୌଣସି ଅପେରା ପାର୍ଟି ଆଇଟମ୍ ନୃତ୍ୟ ନକରିବେ ତାଉପରେ ନଜର ରଖାଯିବ ବୋଲି ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି ।

ଅଧିକ ପଢ଼ନ୍ତୁ: IPL ୨୦୨୬ରେ ଖେଳିବେନି ବାଂଲାଦେଶୀ ଖେଳାଳି ? ଏହି ବିବାଦକୁ ନେଇ ମୁହଁ ଖୋଲିଲା ବିସିସିଆଇ


ଖଣ୍ଡଗିରିରେ ୭ଟି ଯାତ୍ରା ପେଣ୍ଡାଲରେ ଯାତ୍ରା ପରିବେଷଣ ବେଳେ ଆଇଟମ୍ ଡ୍ୟାନ୍ସ ଉପରେ ରୋକ୍ ଲଗାଯାଇଛି । ଏ ନେଇ ପୋଲିସ ଓ ବିଏମସି ଟିମ୍ ଯାଞ୍ଚ କରିବା ସହ ସଜାଗ ରହିବେ । ଯେପରି କୌଣସି ଅପେରା ପାର୍ଟି ଆଇଟମ୍ ନୃତ୍ୟ ନକରିବେ ତାଉପରେ ନଜର ରଖାଯିବ ବୋଲି ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି । ଶୁକ୍ରବାର ମାଘମେଳା ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ମେୟର କହିଛନ୍ତି । ସେପଟେ ସରକାର ଯାହା ନିୟମ କରିବେ ଆମେ ସବୁ ମାନିବୁ ବୋଲି କହିଛନ୍ତି ଯାତ୍ରା କମିଟି ଓ କର୍ତ୍ତୃପକ୍ଷ । ବିଗତ ବର୍ଷ ଅଶ୍ଳୀଳ ନୃତ୍ୟକୁ ଜଗିବାକୁ ନେଇ ଚର୍ଚ୍ଚାରେ ରହିଥିଲେ ବିଧାୟକ ବାବୁ ସିଂଙ୍କ ଠେଙ୍ଗା ବାହିନୀ ।

ଅଧିକ ପଢ଼ନ୍ତୁ: ଜାନୁଆରୀ ୧୦ରୁ ମିଳିବ ଗ୍ରୀନ ଷ୍ଟିକର, ଗାଡ଼ି ନମ୍ବର ସହ PUCC ଅବଧି ସମ୍ପର୍କରେ ମିଳିବ ତଥ୍ୟ


କଠୋର ହେଲା ବିଏମସି । ଖଣ୍ଡଗିରି ମାଘ ମେଳାରେ ଯାତ୍ରା ପରିବେଷଣ ସମୟରେ କୌଣସି ଯାତ୍ରା ପାର୍ଟି ଅଶ୍ଳୀଳ ନୃତ୍ୟ ପରିବେଷଣ ଉପରେ ରୋକ୍ ଲଗାଇଛି ବିଏମସି । ଯାତ୍ରାରେ ଚଳିବନି ଅଶ୍ଳୀଳତା । କାହାକୁ ଆକ୍ଷେକ କି ପ୍ରତିଆକ୍ଷେପ କରିବା ମନା । ନାଟକ ମାଧ୍ୟମରେ କାହାକୁ ଅପମାନ କଲାଭଳି ଶବ୍ଧ ବ୍ୟବହାର କରିବେନି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
No Obscene Dance at Khandagiri Jatra 2026, BMC Decides | Argus News