Videos
|
Odisha

ଅନ୍ୟ କାହାର ସମ୍ପୃକ୍ତି ନାହିଁ: ଓଡ଼ିଶା ପୋଲିସ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଅନ୍ୟ କାହାର ସମ୍ପୃକ୍ତି ନାହିଁ: ଓଡ଼ିଶା ପୋଲିସ

Key Points

ବଳଙ୍ଗା ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ ବୋଲି କହିଲା ପୋଲିସ।

ପୀଡ଼ିତାଙ୍କ ମୃତ୍ୟୁ ଖବର ପରେ ଓଡ଼ିଶା ପୋଲିସର ବଡ଼ ସୂଚନା

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଖବର ପରେ ଓଡ଼ିଶା ପୋଲିସର ବଡ଼ ସୂଚନା। ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ ବୋଲି କହିଲା ପୋଲିସ।  ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ପୋଲିସ ପକ୍ଷରୁ ମାମଲାର ତଦନ୍ତ ନିଷ୍ଠାର ସହ କରାଯାଇଛି । ପୀଡ଼ିତାଙ୍କ ମୃତ୍ୟୁ ଖବର ଶୁଣି ଆମେ ଦୁଃଖିତ । ଆଖିବୁଜିଲେ ବଳଙ୍ଗା ପୀଡ଼ିତା । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ନେଇ ସୂଚନା। ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା। ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କର ଏକାଧିକ ଅସ୍ତ୍ରୋପଚାର କରାଯାଇଥିଲା । ଭୁବନେଶ୍ୱରରୁ ଦିଲ୍ଲୀ ଏମ୍ସକୁ କରାଯାଇଥିଲା ସ୍ଥାନାନ୍ତର। ସରକାର ଓ ବିଶେଷଜ୍ଞ ଡାକ୍ତରୀଟିମଙ୍କ ଚେଷ୍ଟା ସତ୍ତ୍ୱେ ଜୀବନ ରକ୍ଷା ହୋଇପାରିଲା ନାହିଁ।


ସୂଚନା ଅନୁଯାୟୀ, ପୀଡ଼ିତାଙ୍କୁ ଗତ କିଛି ସପ୍ତାହ ପୂର୍ବେ ଦୁର୍ବୃତ୍ତମାନେ ଅପହରଣ କରି ତାଙ୍କ ଦେହରେ ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା, ପରେ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ଯେଉଁମାନେ ବିଭିନ୍ନ ବିଭାଗର ୧୪ ଜଣ ବିଶେଷଜ୍ଞଙ୍କୁ ନେଇ ଗଠିତ ହୋଇଥିଲା। ହେଲେ ଶେଷରେ ଜୀବନ ହାରିଛନ୍ତି ବଳଙ୍ଗା ପୀଡ଼ିତା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

no-one-else-is-involved-odisha-police | Argus News