ଅଙ୍ଗନବାଡ଼ିକୁ ନାହିଁ କାହାର ନଜର, ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

ଅର୍ଗସ ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଭଳିଡାହାଳ ପଞ୍ଚାୟତର କରଞ୍ଜଗାଡ଼ ଗ୍ରାମ। ଗାଁରେ ଆଦିବାସୀ ଲୋକେ ବସବାସ କରନ୍ତି , ଶିଶୁଙ୍କ ଭବିଷ୍ୟତ ଗଢିବା ପାଇଁ ସରକାର ଦୁର୍ଗମ ଅଂଚଳରେ ଗଠନ କରିଥିଲେ ଅଙ୍ଗନୱାର୍ଡି । ଦୀର୍ଘ ବର୍ଷ ହେବ ଏହି ଅଙ୍ଗନୱାର୍ଡି ଟିକୁ କାହାରି ନଜର ନାହିଁ, ପ୍ରଶାସନର ଆଢୁଆଳରେ ରହିଯାଇଛି ଏହି କେନ୍ଦ୍ରଟି । ୨୦୧୦ ମସିହାରେ ଆରମ୍ଭ ହୋଇଥିଵା ଅଙ୍ଗନୱାର୍ଡିଟି ଗାଁର ଜଣକ ଘର ବାରଣ୍ଡାରେ ଚାଲିଛି । ଶିଶୁ ମାନଙ୍କ ପାଠ ପଢିବା ପାଇଁ କୌଣସି ସୁବିଧା ନାହିଁ ।
କରଞ୍ଜଗଡା ଗ୍ରାମରେ ୬୪ ପରିବାର ବସବାସ କରନ୍ତି । ଗ୍ରାମରେ ପ୍ରତେକ ଦିନ ପାଞ୍ଚ କିଲୋମିଟର ଚାଲି ଚାଲି ଜଙ୍ଗଲ ରାସ୍ତାରେ ଯିବାକୁ ପଡେ ପାଠ ପଢିବାପାଇଁ , ଏହି ଅଙ୍ଗନୱାର୍ଡି କେନ୍ଦ୍ରରେ ନାଁ ଅଛି ଗୃହ, ନାଁ ଅଛି ରୋଷେଇ ଗୃହ, ନାଁ ଅଛି ପାଣିର ବ୍ୟବସ୍ଥା । କୁନି କୁନି ପିଲାଙ୍କ ପାଇଁ ଦୀର୍ଘ ଗୋଟେ କିଲୋମିଟରରୁ ଯାଇ ପାଣି ବୋହି ଆଣିବାକୁ ପଡୁଛି, ଏସବୁ ର ଅବସ୍ଥା କୁ ଦେଖି ଅଙ୍ଗନୱାର୍ଡି ଦିଦି ବାରମ୍ବାର ସିଡିପିଓ ଙ୍କୁ, ବିଡ଼ିଓ ଙ୍କୁ ଜଣାଇବା ପରେ ମଧ୍ୟ୍ୟ କିଛି କାର୍ଯ୍ୟନୁଷ୍ଠାନ ନିୟାଯାଉନି।ତେବେ ଦେଖିବାକୁ ବାକିରହିଲା ଶିଶୁ ମାନଙ୍କ ଭବିଷ୍ୟତ ପାଇଁ କେବେ ଅଙ୍ଗନୱାର୍ଡ ଗୃହ ନିର୍ମାଣ ହେଉଛି । ଆଉ ପ୍ରଶାସନର ଶିଶୁଙ୍କ ଭବିଷ୍ୟତ ପ୍ରତି କେତେ ତତପରତା ଦେଖାଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: