Polythene banned in Temple / ମନ୍ଦିରକୁ ପଲିଥିନ୍ କିମ୍ବା ପ୍ଲାଷ୍ଟିକରେ ଭୋଗ ନେଇପାରିବେ ନାହିଁ
·5 months ago·2 min read

Key Points
ମନ୍ଦିରକୁ ନେଇପାରିବେନି ପ୍ଲାଷ୍ଟିକ୍
ପତ୍ର, କାଠ, କାଗଜ ସାମଗ୍ରୀ ବ୍ୟବହାର କରିବାକୁ ନିର୍ଦ୍ଦେଶ
ନିର୍ଦ୍ଦେଶାବଳୀ ଜାରି କଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ଭୁବନେଶ୍ବର : ଏଣିକି ମନ୍ଦିର ପରିସରକୁ କେହି ପଲିଥିନ୍ କିମ୍ବା ପ୍ଲାଷ୍ଟିକରେ ଭୋଗ ନେଇପାରିବେ ନାହିଁ । ପୁଜା ସାମଗ୍ରୀ ଓ ପ୍ରସାଦ ନେବାକୁ ଆଉ ପ୍ଲାଷ୍ଟିକ୍ ବ୍ୟବହାର ନ କରିବା ଲାଗି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶ ଦେଇଛି। ପ୍ଲାଷ୍ଟିକ୍, ପଲିଥିନ୍ ପରି ଅଳିଆ ଆବର୍ଜନା ଯୋଗୁଁ ହେଉଥିବା ପ୍ରଦୂଷଣ ହ୍ରାସ ଏବଂ ଜନସାଧାରଣଙ୍କ ମଧ୍ୟରେ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା ଏସ୍ପିସିବି କହିଛି। ଏଥିସହ ଭକ୍ତ, ପୂଜା ସାମଗ୍ରୀ ବିକ୍ରୟ ବ୍ୟବସାୟୀ, ମନ୍ଦିର ପରିଚାଳନା କମିଟି ପାଇଁ ମଧ୍ୟ ନିର୍ଦ୍ଦେଶାବଳୀ ଜାରି ହୋଇଛି।
ମନ୍ଦିର ପରିସରରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବାରଣ ହୋଇଛି। ମନ୍ଦିରକୁ ପ୍ରସାଦ ନେବା ପାଇଁ ବାଉଁଶ ଟୋକେଇ, ପତ୍ର ତିଆରି ଠୋଲା, ପୁନଃ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ଟୋକେଇ ବ୍ୟବହାର କରିପାରିବେ। ବ୍ୟବସାୟୀମାନେ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ପଲିଥିନ୍, ପ୍ଲାଷ୍ଟିକ୍ରେ ସାମଗ୍ରୀ ବିକ୍ରୟ କରିବେ ନାହିଁ | ତା’ ବଦଳରେ ପତ୍ର, ବାଉଁଶ ଟୋକେଇରେ ପୂଜା ସାମଗ୍ରୀ ଓ ପ୍ରସାଦ କ୍ରୟ ବିକ୍ରୟ କରିବାକୁ ପରାମର୍ଶ ଦିଆଯାଇଛି। ସ୍ବଚ୍ଛ ପରିବେଶ ରଖିବା ଦିଗରେ ମନ୍ଦିର ପ୍ରଶାସନର ପ୍ରମୁଖ ଭୂମିକା ରହିଛି। ତେଣୁ ମନ୍ଦିର ପ୍ରଶାସନ ପକ୍ଷରୁ ପୂଜା ସାମଗ୍ରୀ ବିକ୍ରି କରିବାକୁ ବାଉଁଶ ଟୋକେଇ, ପତ୍ର ତିଆରି ଠୋଲା, ପୁନଃ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ଟୋକେଇ ଉପଲବ୍ଧ କରାଇବେ। ଶୁଖିଲା ଅଳିଆ ଓ ଓଦା ଅଳିଆ ସଂଗ୍ରହ ପାଇଁ ପୃଥକ ରଙ୍ଗିନ ଡଷ୍ଟବିନ୍ ଉପଲବ୍ଧ କରାଇବେ।
ପୌରପାଳିକାଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ଅଳିଆ ସଂଗ୍ରହକାରୀଙ୍କୁ ମନ୍ଦିରର ସମସ୍ତ ଅଳିଆ ହସ୍ତାନ୍ତର କରିବେ। ପ୍ରସାଦ ତଥା ଖାଦ୍ୟ ପରିବେଷଣ ପାଇଁ ଏକକ ବ୍ୟବହୃତ ପ୍ଲାଷ୍ଟିକ/ଥର୍ମକୋଲ୍ କଟ୍ଲେରି ଯଥା କପ୍, ପ୍ଲେଟ୍, ପ୍ଲାଷ୍ଟିକ୍ ଷ୍ଟ୍ର, ଛୁରି, କଣ୍ଟା ଚାମଚା ଓ ୧୨୦ ମାଇକ୍ରୋନ୍ରୁ କମ୍ ପ୍ଲାଷ୍ଟିକ୍ କ୍ୟାରି ବ୍ୟାଗ୍ ବ୍ୟବହାର ନକରିବାକୁ ମନ୍ଦିର, ଏହାର ନିକଟବର୍ତ୍ତୀ ହୋଟେଲ, ରେସ୍ତୋରାଁ ଓ ସ୍ଥାନୀୟ ବିକ୍ରେତାମାନଙ୍କୁ ନିର୍ଦ୍ଦେଶ ଦେବାକୁ ମନ୍ଦିର ପ୍ରଶାସନକୁ କୁହାଯାଇଛି। ମନ୍ଦିର ପ୍ରଶାସନ ଜୈବ ବିଘଟନଯୋଗ୍ୟ କଟ୍ଲେରି ଯଥା ପତ୍ର ପ୍ଲେଟ୍, କାଠ ଚାମଚ, କାଗଜ ଷ୍ଟ୍ର, କାଗଜ ପ୍ଲେଟ୍, ଧାତୁ ପ୍ଲେଟ୍ କିମ୍ବା କମ୍ପୋଷ୍ଟେବଲ୍ ପ୍ଲାଷ୍ଟିକ୍ରେ ତିଆରି କଟ୍ଲେରି ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ କରାଇବେ ।
ମନ୍ଦିର ପରିସରରେ ଥିବା ପୋଖରୀ କିମ୍ବା ଜଳାଶୟରେ ଭକ୍ତଙ୍କ ଦ୍ବାରା ନୈବେଦ୍ୟ ବିସର୍ଜନ ନିମନ୍ତେ ଏକ ଆବଦ୍ଧ ଅଞ୍ଚଳ ଚିହ୍ନଟ କରିବେ । ଏହାଦ୍ବାରା ବିସର୍ଜନ ସାମଗ୍ରୀଗୁଡ଼ିକୁ ପରବର୍ତ୍ତୀ ସମୟରେ ର ସହଜରେ ନିଷ୍କାସନ କରାଯାଇପାରିବା ପୂଜା ପରବର୍ତ୍ତୀ ବଳକା ଅଳିଆଗୁଡ଼ିକୁ ଉପଯୁକ୍ତ ଡବା ଓ ପୋଖରୀର ରୀର ଆବଦ୍ଧ ଅଞ୍ଚଳରେ ବିସର୍ଜନ କରିବାକୁ ଜନସାଧାରଣଙ୍କ ମଧ୍ୟ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦିଆଯାଇଛି ।
ପଢନ୍ତୁ ଏହି ଖବର: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ପୁରୀ ଜିଲ୍ଲା; ଦ୍ଵିତୀୟ ପସନ୍ଦ ପାଲଟିଲା କୋଣାର୍କ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories