PUCC Challan Update / ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ବକେୟା ଚାଲାଣ ପୈଠ ନ କଲେ ହୋଇପାରିବନି PUCC
·3 months ago

Key Points
PUCC ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ
ବକେୟା ଚାଲାଣ ପୈଠ ନ କଲେ ହୋଇପାରିବନି PUCC
ଏନେଇ ସୂଚନା ଦେଲେ AG ପୀତାମ୍ବର ଆଚାର୍ଯ୍ୟ
ବକେୟା ଚାଲାଣ ପୈଠ ନ କଲେ ହୋଇପାରିବନି PUCC
ଏନେଇ ସୂଚନା ଦେଲେ AG ପୀତାମ୍ବର ଆଚାର୍ଯ୍ୟ
ହାଇକୋର୍ଟରେ PUCC ସମ୍ପର୍କିତ ଜନସ୍ବାର୍ଥ ମାମାଲା ଖାରଜ । ବକେୟା ଚାଲାଣ ପୈଠ ନ କଲେ ମିଳିବନି PUCC । ରାଜ୍ୟ ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟଙ୍କ ବଳିଷ୍ଠ ଯୁକ୍ତି ଉପସ୍ଥାପନ ପରେ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ରାୟ । PUCC କରିବାକୁ ହେଲେ ଚାଲାଣ ପୈଠ କରିବାକୁ ବାଧ୍ୟ ବୋଲି ହାଇକୋର୍ଟ କହିଛନ୍ତି। ମୋଟର ଯାନ ଆଇନ ଧାରା ୧୬୭, ଉପଧାରା ୧୨ ଅନୁଯାୟୀ ବକେୟା ଚାଲାଣ ଥିଲେ PUCC ଆବଦେନ ହୋଇପାରିବ ନାହିଁ । ଏହା ସହିତ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ । ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମାମଲା ଯୁକ୍ତି ଉପସ୍ଥାପନ କରୁଥିଲେ।
ପଢ଼ନ୍ତୁ ଏହି ଖବର: ଆମ ସଂସ୍କୃତି ଓ ପରମ୍ପରାର ପରିଚୟ 'ଓଡ଼ିଶା ପର୍ବ'
ପଢ଼ନ୍ତୁ ଏହି ଖବର: ଆମ ସଂସ୍କୃତି ଓ ପରମ୍ପରାର ପରିଚୟ 'ଓଡ଼ିଶା ପର୍ବ'
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories