ନାହିଁ ପକ୍କା ରାସ୍ତା, କାଠଗଣ୍ଡି ପାଲଟିଛି ସାହା ଭରସା

ଅର୍ଗସ ବ୍ୟୁରୋ: ରାସ୍ତା ଏମିତି ରାତିରେ କଣ ଦିନରେବି ଯିବାକୁ ଡର ଲାଗିବ। ଗାଠଗଣ୍ଡିରେ ପାଦ ଟିକିଏ ଏପଟ ସେପଟ ହେଲେ ପାଣିରେ ପଡିବା ସୁନିଶ୍ଚିତ। ମାତ୍ର ଗମନାଗମନ ପାଇଁ ରାସ୍ତା ନଥିବାରୁ ଏଇ ରାସ୍ତା ଦେଇ ଆତଯାତ କରୁଛନ୍ତି ପ୍ରାୟ ୪ଶହ ପରିବାର। ଏ ହେଉଛି ଗଜପତି ନୂଆଗଡ ବ୍ଲକ ଉଦୟପୁର ପଂଚାୟତର କାକତବନ୍ଧା। ଏହି କାଠ ପୋଲ ଉପରେ କାକତ ବନ୍ଧା, ଦୁମୁକୁଲି, ଅନୁସାହି, ଖାରୀ ସାହି, ମାଣ୍ଡାଦାପଦା, ମଣ୍ଡଳସାହିର ପାଖାପାଖି 400 ଶହ ପରିବାର ନିର୍ଭର କରିଥାନ୍ତି ।
ବର୍ଷ ତମାମ ଏଇ ରାସ୍ତା ସାହା ଭରସା। ପାହାଡିଆ ଦୁର୍ଗମ ଅଞ୍ଚଳରେ ଗ୍ରାମ ଗୁଡ଼ିକ ହୋଇଥିବା ବେଳେ ବର୍ଷା ଦିନେ ପାହାଡ ଧସି ଆସି ଥାଏ । ଏପରିକି ଗତ ବର୍ଷ ଲଗାତାର ବର୍ଷାରେ ପାହାଡ ଧସି ଗ୍ରାମର ଅଧିକାଂଶ ଜମି ପୋତି ହୋଇ ଯାଇଛି । ଫଳରେ ଲୋକେ ଚାଷ ମଧ୍ୟ କରି ପାରୁନାହାନ୍ତି । ମାତ୍ର ସରକାରୀ ସହାୟତା ମିଳି ନଥିବା କହିଛନ୍ତି ଗ୍ରାମବାସୀ। ଦୁର୍ଗମରେ ବିକାଶ ବାଟବଣା। ପ୍ରହସନ ପାଲଟିଛି ସରକାରଙ୍କ ସଡ଼କ ଯୋଜନା। ଆଜିବି ବିଛିନ୍ନାଞ୍ଚଳ ଭାବେ ବୱାସ କରୁଛନ୍ତି ଶହଶହ ଦୁର୍ଗମବାସୀ। ଏଇ ଚିତ୍ର ଏହାର ସ୍ପଷ୍ଟ ପ୍ରମାଣ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
