Videos
|
Odisha

ବାହା ବାହା ନେଉଥିବା ସରକାରଙ୍କ ବିଫଳ ଚିତ୍ର

Banajyotshna Ray
Browse all articles by Banajyotshna Ray
·2 years ago
ବାହା ବାହା ନେଉଥିବା ସରକାରଙ୍କ ବିଫଳ ଚିତ୍ର

ଅର୍ଗସ ବ୍ୟୁରୋ: ଶୁଣିଲାନି ବ୍ଲକ ପ୍ରଶାସନ। ଗାଁକୁ ଖଣ୍ଡେ ରାସ୍ତା ନିର୍ମାଣ କରି ପାରିଲେନି ଦୀର୍ଘ ବର୍ଷ ର ସ୍ଥିର ସରକାର। ଆଜି ବି ବାଲିଗୁଡ଼ା ବ୍ଲକ ପରମପାଙ୍ଗା ପଞ୍ଚାୟତ ତଗାପକାଲି  ଗାଁ ଲୋକେ ପାହାଡିଆ ଜଙ୍ଗଲ ରାସ୍ତା ରେ ଯିବା ଆସିବା କରୁଛନ୍ତି। ଗ୍ରାମବାସୀ  ବାରମ୍ବାର ବାଲିଗୁଡ଼ା ବ୍ଲକ ରେ ଅଭିଯୋଗ କରିବା ସତ୍ତ୍ୱେ ଫଳ ଶୂନ। ଫଳରେ ନିଜେ ଖାଲ ଢିପରେ ମାଟି ପକାଇବା ସହ ଚୁଆ ସଫା କରିଛନ୍ତି ଗାଁ ଲୋକେ ।

ନିଜେ ରାସ୍ତା ମରାମତି କରି ବାଲିଗୁଡ଼ା ବ୍ଲକ ପ୍ରଶାସନ ଗାଲ ରେ ମାରିଛନ୍ତି ଶକ୍ତ ଚାପୁଡ଼ା। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଫେଲ ମାରିଛି । ଗୋଟିଏ ପରେ ଗୋଟିଏ ଯୋଜନା କରି ବାହା ବାହା ନେବାରେ ବ୍ୟସ୍ତ ସରକାର, ହେଲେ ହିତାଧିକାରୀ ଏହାର ସୁବିଧା ପାଉନଥିବା ଅଭିଯୋଗ ହୋଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
no road in kandhamal | Argus News