ନାଲି ମାଟି ଭରସାରେ `ଭନସୁଲି'

ଅର୍ଗସ ବ୍ୟୁରୋ: କୋରାପୁଟ ଜିଲ୍ଲାରେ ରାସ୍ତା ନିର୍ମାଣରେ ଚଞ୍ଚକତା। ମୋରମ ବଦଳରେ ନାଲି ମାଟି ପକାଇ ଲକ୍ଷ ଲକ୍ଷ ଟଙ୍କା ହଡପ। ଥରେ ଦେଖନ୍ତୁ ଏହି ରାସ୍ତାକୁ...ରାସ୍ତା ନୁହେଁ ତ ଏହା ଏକ ପ୍ରକାରର ମରଣଯନ୍ତା। ବର୍ଷା ଦିନ ହେଲେ ଏହି ରାସ୍ତାରେ ଯାନବାହାନ ଯିବା ତ ଦୂରର କଥା ମଣିଷ ଚାଲିଛି ଯିବା କଷ୍ଟ କର ହୋଇଯାଏ । ଏ ହେଉଛି କୋଟପାଡ଼ ବ୍ଲକ ଭନସୁଲି ପଞ୍ଚାୟତ ଅନ୍ତର୍ଗତ ଦେଓଲି ମୁଖ୍ୟ ରାସ୍ତା ଠାରୁ ସେମଳା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା। ପ୍ରାୟ ତିନି କିଲୋମିଟର ରାସ୍ତାର ଅବସ୍ଥା ଏଭଳି। ଅନ୍ୟପଟେ ରାସ୍ତାକାମ ଚାଲିଛି କିନ୍ତୁ ଫଳକ ଲାଗି ନାହିଁ । ଯାହା ଦ୍ବାରା ସ୍ଥାନୀୟ ଲୋକେ ମଧ୍ୟ ରାସ୍ତା କାମରେ କେତେ ଟଙ୍କା ଖର୍ଚ୍ଚ ହେଉଛି ସେନେଇ ଅବଗତ ନାହାନ୍ତି ।
ଗାଁର ଉଭୟ ପାର୍ଶ୍ବର ଅବସ୍ଥା ଶୋଚନିୟ। ଗୋଟିଏ ପଟେ ଦେଓଲି ଠାରୁ ସେମଳା ପର୍ଯ୍ୟନ୍ତ କାଦୁଅ ରାସ୍ତା ଥିବା ବେଳେ ଅନ୍ୟ ପଟେ ସେମଳା ଠାରୁ ଭୁରୁଷ ରାସ୍ତା ଦେଇ କୋଟପାଡ଼ ବ୍ଲକକୁ ଯିବାକୁ ହେଲେ ଛୋଟ ନାଳ ଅତିକ୍ରମ କରି ଯିବାକୁ ପଡେ। ମାତ୍ର କିଛି ମାସ ହେଲା ସେହି ଛୋଟ ନାଳ ଉପରେ ବ୍ରିଜ କାମ ଆରମ୍ଭ ହୋଇଛି। ଫଳରେ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ।
ରାଜ୍ୟ ସରକାର ସମସ୍ତ ଗାଁକୁ ରାସ୍ତା ଯୋଗାଇବା ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ସରକାରୀ ତହବିଲ୍ରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ କିଛି ଅସାଧୁ ଠିକାଦାରଙ୍କ ପାଇଁ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଭନସୁଲି ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହା ସଠିକ୍ ଢଙ୍ଗରେ ଫଳପ୍ରଦ ହୋଇପାରୁନାହିଁ । ପକ୍କା ରାସ୍ତା ନଥିବା ବେଳେ କଚ୍ଚା ରାସ୍ତା ନିର୍ମାଣରେ ଚଞ୍ଚକତା ଯୋଗୁଁ ସାଧାରଣ ଲୋକେ ଅସୁବିଧା ଭୋଗୁଛନ୍ତି । ନାଲିମାଟିର ଏହି ରାସ୍ତାରେ ଦୁଇ ଚକିଆ ଯାଇ ପାରୁଛି ନା ୪ ଚକିଆ । ସ୍ଥିତି ଏପରି ହେଇଛି ଯେ ଲୋକେ ଚାଲିଚାଲି ଯିବା ବି କଷ୍ଟକର ହୋଇପଡୁଛି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: