|
logo
Live
Argus News App
GET APP

Argus News - ରାସ୍ତା ନାହିଁ ତ ବିକାଶ ନାହିଁ

Odisha

ରାସ୍ତା ନାହିଁ ତ ବିକାଶ ନାହିଁ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାସ୍ତା ନାହିଁ ତ ବିକାଶ ନାହିଁ

ଅର୍ଗସ ବ୍ୟୁରୋ:  କଥାରେ ଅଛି ରାସ୍ତା ନାହିଁତ ବିକାଶ ନାହିଁ । ଗୋଟେ ପଟେ ସରକାର କହୁଛନ୍ତି ଗ୍ରାମର ବିକାଶ ହେଇଚି । ଗ୍ରାମକୁ ଗ୍ରାମ ସଂଯୋଗ କରୁଛି ପକ୍କା ରାସ୍ତା । ଏଠାରେ ପକ୍କା ରାସ୍ତାତ ଦୁର କଥା ଗ୍ରାମରେ ପକ୍କା ଘରେ ଟେ ମଧ୍ୟ ମିଳି ପାରୁନି ଗ୍ରାମ ବାସୀଙ୍କୁ । ଗୋଟିଏ ରାସ୍ତା ଉପରେ ନିର୍ଭର କରନ୍ତି ଖଜୁରିପଲ୍ଲୀ, ବାହାଡ଼ା ପଦର,ବିରୁପଡ଼ା, ବରାପଦା, ରୋଳା, ଗୋଛାଗୁଡା, ଭାଲିଆପଦା, କରଡ଼ା ପଙ୍କାଲ ଭଳି 8 ଗୋଟି ଗ୍ରାମର ଲୋକେ ।  ଏହିଁ ରାସ୍ତା ଖରା ଦିନେ ଯିବା ଆସିବା କରିବାକୁ ଅସୁବିଧା ହୁଏ ଆଉ ବର୍ଷା ଦିନ କଥା କହିଲେ ନସରେ । 

ଏ ତ ଥିଲା ରାସ୍ତା କଥା । ଯଦି ଘର କଥା କହିବା ଗ୍ରାମର କୌଣସି ଲୋକଙ୍କୁ ମିଳିନି ଇନ୍ଦ୍ରାବାସ।  ଗ୍ରାମର ଯୁଆଡେ ଦେଖିବ ଖାଲି ଚାଳ ଘର । ବାରମ୍ବାର ରାଜନେତା ଠୁ ଆରମ୍ଭ କରି ପ୍ରଶାସନ କୁ ଜଣେଇବା ପରେ ମଧ୍ୟ ସୁଫଳ ମିଳୁନଥିବା କହିଛନ୍ତି । ଚଳିତ ବର୍ଷ ନିର୍ବାଚନ ରେ ଯଦି କୌଣସି ରାଜନେତା ଭୋଟ ମାଗିବାକୁ ଆସନ୍ତି ସିଧା ଭୋଟ ଦେବୁନାହିଁ କହୁଛନ୍ତି ଗ୍ରାମବାସୀ । ଭୋଟ ସମୟେ ନେତା ଆସନ୍ତି ପୁଳା ପୂଳା ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ଜିତିବା ପରେ କୌଣସି କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ କରୁଛନ୍ତି ଲୋକେ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ରାସ୍ତା ନାହିଁ ତ ବିକାଶ ନାହିଁ | Argus News