Videos
|
Odisha

ଅଭିଶପ୍ତ କଙ୍ଗେରିକିଆ, ନା ଅଛି ରାସ୍ତା ନା ମିଳୁଛି ପାଣି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅଭିଶପ୍ତ କଙ୍ଗେରିକିଆ, ନା ଅଛି ରାସ୍ତା ନା ମିଳୁଛି ପାଣି

ଅର୍ଗସ ବ୍ୟୁରୋ:  ବଣ୍ଡଗୁଡା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୧୦ କିଲୋମିଟର ଦୂରରେ ଉପର କଙ୍ଗେରିକିଆ ଗାଁ । ଗାଁ ରେ 45 ପରିବାର ବସବାସ କରନ୍ତି ।  ମାତ୍ର ଗାଁକୁ ଯିବା ଆସିବା ପାଇଁ ନାହିଁ ରାସ୍ତା। ପାହାଡ ଜଙ୍ଗଲର ଖାଲଖମା ରାସ୍ତା ଏଠି ଯିବା ଆସିବାର ମାଧ୍ୟମ। ସାଧାରଣ ନିର୍ବାଚନ ପୂର୍ବରୁ ଦୁଇଦୁଇ ଥର ବାଲିଗୁଡ଼ା ବିଜେଡ଼ି ବିଧାୟକ ଚକ୍ରମଣି କହଁର ଗାଁ ରାସ୍ତା ନିର୍ମାଣ ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।  କିନ୍ତୁ ବର୍ଷ ପରେ ବର୍ଷ ବିତିଲା ହେଲେ ହୋଇ ପାରିଲାନି ରାସ୍ତା। ଶେଷରେ କଙ୍ଗେରିକିଆବାସୀ ନିଜ ଖର୍ଚ୍ଚରେ ରାସ୍ତା ନିର୍ମାଣ ଆରମ୍ଭ କରିଛନ୍ତି। ଏବେ JCB ସାହାଯ୍ୟରେ ପାହାଡ କାଟି ରାସ୍ତା ନିର୍ମାଣ କରାଯାଉଛି।

ଖାଲି ରାସ୍ତା କାହିଁକି ପାଣି ସମସ୍ୟା ମଧ୍ୟ ଗାଁରେ ଉତ୍କଟତର। ଆସାଢ଼ ଯାଇ ଶ୍ରାବଣ ପଶିଲାଣି। କିନ୍ତୁ ପାନୀୟ ଜଳର ଅଭାବ ଦୂର ହେଉ ନାହିଁ। ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ତଳ କଙ୍ଗେରୀକିଆର ଅଞ୍ଚଳବାସୀ। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇନଥିବାରୁ ଚୁଆ ପାଣି ଓ ଝରଣା ପାଣି ଉପରେ ସମ୍ପୂର୍ଣ ଭାବେ ନିର୍ଭର କରୁଛନ୍ତି ଏହିଁ ନିରିହ ଆଦିବାସୀ । ଦୁର୍ଗମରେ ବିକାଶ କେଳେଙ୍କାରୀର ବାସ୍ତବତା ବଖାଣୁଛି କଙ୍ଗେରିକିଆ। ବିଭିନ୍ନ ଯୋଜନା ଥାଇବି ଏହିଗାଁରେ ପହଞ୍ଚି ପାରିନି ବିକାଶ।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
no road no water in kandhamal | Argus News