ବନ୍ୟପ୍ରାଣୀଙ୍କ ସହ ସେଲ୍ଫି ମନା, ନମାନିଲେ ମିଳିବ ଜେଲଦଣ୍ଡ

ଅର୍ଗସ ବ୍ୟୁରୋ: ଏଣିକି ସେଲ୍ଫି ନେବା ହେଲା କାଳ। ବାହାରକୁ ବୁଲିବାକୁ ଗଲେ ସମସ୍ତଙ୍କର ସେଲ୍ଫି ନେବାକୁ ଭାରି ପସନ୍ଦ। ଆଉ ଯଦି ବନ୍ୟପ୍ରାଣୀ ଦେଖନ୍ତି, ତେବେ ସମସ୍ତେ ଖୁସି ହୋଇଯାଆନ୍ତି କି ଏବେ ଆପଣ ଭଲ ଫଟୋ ମିଳିବ। କିନ୍ତୁ ଏହା ଉପରେ ବର୍ତ୍ତମାନ କଯକଣା ଜାଣି ହୋଇଛି। ବନ୍ୟପ୍ରାଣୀଙ୍କ ସହ ସେଲ୍ଫି ନେବା ଆଇନ ବିରୋଧୀ ଅଟେ। ତେବେ ଏନେଇ ସଚେତନତା ସୃଷ୍ଟି କରିବାକୁ ବର୍ତ୍ତମାନ ନିର୍ଦ୍ଦେଶ ଜାରି କରାଯାଇଛି।
ବନ୍ୟପ୍ରାଣୀଙ୍କ ସହ ସେଲ୍ଫି ଉଠାଇବା ବାରଣ ନେଇ ସଚେତନତା ସୃଷ୍ଟି କରିବାକୁ ପିସିସିଏଫଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସବୁ ଡ଼ିଏଫଓ, ଶିମିଳିପାଳ ଓ ନନ୍ଦନକାନନ କତ୍ତୃପକ୍ଷଙ୍କୁ ପିସିସିଏଫ ଚିଠି ଲେଖି ଜଣାଇଛନ୍ତି । ତେବେ ବନ୍ୟପ୍ରାଣୀଙ୍କ ସହ ସେଲ୍ଫି ନେଇ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିବା ଆଇନ ବିରୋଧୀ। ଯଦି କେହି ବନ୍ୟପ୍ରାଣୀଙ୍କ ସହ ସେଲ୍ଫି ନିଅନ୍ତି କିମ୍ବା ତାହାର ଫଟୋ ସୋସିଆଲ ମିଡ଼ିଆରେ ଅପଲୋଡ଼ କରନ୍ତି, ତାହେଲେ ସେମାନଙ୍କ ପାଇଁ ୭ ବର୍ଷ ଜେଲଦଣ୍ଡର ବ୍ୟବସ୍ଥା ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
