ଲୋକେ ପାନୀୟଜଳ ପାଇଁ ଡହଳବିକଳ ହେଉଥିବା ବେଳେ ଭଲ ରାସ୍ତା ପାଲଟିଛି ସ୍ୱପ୍ନ

ଅର୍ଗସ ବ୍ୟୁରୋ: ଦୁର୍ଗମର ଦୁସ୍ଥ ରାସ୍ତା। ଗାଁକୁ ସଂଯୋଗ ହୋଇ ପାରିନି ରାସ୍ତା। ଯେଉଁଠି ସଂଯୋଗ ହୋଇଛି ସେଠିବି ଅବସ୍ଥା ବେହାଲ। ରାସ୍ତାର ଏଭଳି ଅବସ୍ଥା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ସରଗଡା ପଞ୍ଚାୟତ ର ହାତୀଛାଡ ଗାଁରେ । ଗାଁ କୁ ଯିବା ପାଇଁ ରାସ୍ତା ଥାଇ ନଥିଲା ପରି। ପ୍ରାୟ 3 କିଲୋମିଟର ରାସ୍ତା ରେ ମେଟାଲ, ପଥର ବିଛାଇ ହୋଇ ପଡିଥିବା ବେଳେ ରାସ୍ତା ସାରା ଖାଲଖମା ରେ ଭର୍ତ୍ତି। ଏଇ ବିପଦପୂର୍ଣ୍ଣ ରାସ୍ତାରେ ଯା ଆସ କରନ୍ତି ଅଞ୍ଚଳବାସୀ। 2022-23 ରେ 5th SFC ଯୋଜନା ରେ ରାସ୍ତା କାର୍ଯ୍ୟ ହୋଇଥିବାର ସୂଚନାଫଳକ ଥିଲେ ହେଁ କାର୍ଯ୍ୟ ର କୋଡ ହେଉ କି ଅଟକଳ ମୂଲ୍ୟ ଉଲ୍ଲେଖ ନଥିବା ହେତୁ ରାସ୍ତା କାର୍ଯ୍ୟ ରେ କିଭଳି ଦୁର୍ନୀତି ହୋଇଥିବ ତାହା ସହଯେ ଅନୁମେୟ।
ଗାଁରେ ନଳକୂପ ଅଛି ମାତ୍ର ସେଥିରୁ ପାଣି ବାହାରୁନି। ଜଳ ଯୋଗାଣ ପାଇଁ ପାଣି ପାଇପ ପଡିଛି ହେଲେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ମନ୍ଥର ଗତିରେ ଚାଲିଥିବାରୁ କାମ କେବେ ଶେଷ ହେବ ଜଣା ପଡୁନି। ଏବେ ସାହିରେ ଏକମାତ୍ର ଜଳଉତ୍ସ କହିଲେ ଏହି ରିଙ୍ଗ କୂଅ। ଏହି କୂଅର ଦୂଷିତ ଜଳ ସଂଗ୍ରହ କରି ପିଉଛନ୍ତି ଗ୍ରାମବାସୀ। ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି ହାତୀଛାଡ। ଗାଁର ସମସ୍ୟା କେବେ ଦୁର ହେବ ତାହା ଏବେ ବଡ଼ ପ୍ରଶ୍ନବାଚୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର: