Videos
|
Odisha

ବିଶୁଦ୍ଧ ପାନୀୟ ଜଳ ନମିଳିଲେ ବିକଳ୍ପ ସରକାର ଗଢିବାର ଚେତାବନୀ ଦେଲେ ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିଶୁଦ୍ଧ ପାନୀୟ ଜଳ ନମିଳିଲେ ବିକଳ୍ପ ସରକାର ଗଢିବାର ଚେତାବନୀ ଦେଲେ ଗ୍ରାମବାସୀ

ଅର୍ଗସ ବ୍ୟୁରୋ:  ପାଣି ନାହିଁ ତ ଭୋଟ ନାହିଁ। ବିଶୁଦ୍ଧ ପାନୀୟ ଜଳ ନମିଳିଲେ ବିକଳ୍ପ ସରକାର ଗଢିବାର ଚେତାବନୀ ଦେଲେ ଗ୍ରାମବାସୀ।  ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗମ୍ଭାରିଆ ଗ୍ରାମପଞ୍ଚାୟତ କାଦୁଆଣୀ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଚବିଶ ବର୍ଷର ସ୍ଥିର ସରକାର ପରେ ବି  ଏଠାରେ ଯାଉନି ଜଳ ଦୁର୍ଦ୍ଦଶା। ପାନୀୟ ଜଳ ପାଇଁ ଡହଳ ବିକଳ ଲୋକେ। ଦୀର୍ଘ ଏକବର୍ଷ ପୁର୍ବରୁ ଏଠାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ବସୁଧା ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ। କେଉଁଠି ପାଚେରୀ ଫାଟି ଆଁ କଲାଣି ତ କେଉଁଠି ପାଣି ଟାଙ୍କି ଫାଟିଲାଣି। ପାଇପ ତ ବିଛାଯାଇଛି ହେଲେ କେଉଁଠି ପାଇପ ଉପାଡ଼ି ପଡ଼ିଛି ତ କେଉଁଠି ଭାଙ୍ଗି ଗଲାଣି। କେବଳ ଗୋଟିଏ ମାତ୍ର ସୋଲାର ଜଳ ପ୍ରକଳ୍ପ ଦୂର କରୁଛି ଗ୍ଚାରାମରେ ବାସ କରୁଥିବା ଚାରି ଶହରୁ ଅଧିକ ପରିବାରଙ୍କ ଜଳ କଷ୍ଟ।

ଗୋଟିଏ ସୋଲାର ଜଳ ପ୍ରକଳ୍ପ ଦୀର କରିପାରୁନି ପୁରା ଗାଁର ଜଳ କଷ୍ଟ। ତେଣୁ ବାଧ୍ୟ ହୋଇ ମହିଳାମାନେ ଅଳ୍ପ ପାଣି ବାହାରୁ ଥିବା ନଳକୂପରୁ ଧାଡ଼ିବାନ୍ଧି ପାଣି ନେଉଥିବା ଦେଖାଦେଇଛି। ସେପଟେ ପୋଖରୀରେ ୟେଉଁ ପାଣିକୁ ଗୋରୁ, ଗାଈ ,ଘୁଷୁରୀ ବ୍ୟବହାର କରୁଛନ୍ତି ତାକୁ ମଧ୍ୟ ଆଣି ଘରର ପ୍ରତ୍ୟେକଟି କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ଏନେଇ ଗ୍ରାମବାସୀ, ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ବାରମ୍ବାର ଅବଗତ କରାଇଥିଲେ ସୁଦ୍ଧା ଫଳ ଶୂନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
no water no vote | Argus News