କୁହୁଡି ପାଇଁ ଦେଖାଗଲାନି ରାସ୍ତା: JCB ବୋଝେଇ ଟ୍ରକକୁ ପିଟିଲା ବରଯାତ୍ରୀ ବସ
·2 years ago

ଅର୍ଗସ ବ୍ୟୁରୋ: ଘନ କୁହୁଡି ଯୋଗୁଁ ଘଟିଛି ଦୁର୍ଘଟଣା। ଛିଡା ହଇଥିବା ଟ୍ରକକୁ ପିଟିଲା ଟୁରିଷ୍ଟ ବସ ,୨ ଗୁରୁତର ୧୦ରୁ ଅଧିକ ଆହତ, ଆଜି ଭୋର ୪ଟାରେ ଘଟିଛି ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା। ୨୨୦ନମ୍ବର ଜାତୀୟ ରାଜପଥର ତାଟ ନିକଟରେ ଘଟିଛି ଏହି ଦୁର୍ଘଟଣା।
ଝାଡ଼ଖଣ୍ଡ ରାଜ୍ୟର ଜାମେସେଦପୁରରୁ ଏକ ବାହାଘର ସାରି ଯାଜପୁରକୁ ଫେରୁଥିବା ସମୟରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଯାତ୍ରୀମାନେ ସମସ୍ତେ ସୁରକ୍ଷିତ ଥିବାବେଳେ ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: