CCTV Camera Non Function / ବିଭିନ୍ନ ଥାନାରେ ୩୨୪ଟି ସିସିଟିଭି କ୍ୟାମେରା ଅଚଳ, ତୁରନ୍ତ ସଜାଡ଼ିବାକୁ ନିର୍ଦ୍ଦେଶ
·5 months ago·2 min read

Key Points
ବିଭିନ୍ନ ଥାନାରେ ୩୨୪ଟି ସିସିଟିଭି କ୍ୟାମେରା ଅଚଳ
ତୁରନ୍ତ ସଜାଡ଼ିବାକୁ ପୋଲିସ ମୁଖ୍ୟାଳୟର ନିର୍ଦ୍ଦେଶ
ଥାନାର ସିସିଟିଭି ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର,୧୨/୪ : ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନ ଏବଂ ଆଉଟପୋଷ୍ଟରେ ବହୁ ସଂଖ୍ୟାରେ ସିସିଟିଭି କ୍ୟାମେରା ଅଚଳ ହୋଇ ପଡ଼ିଥିବା ନେଇ ଓଡ଼ିଶା ପୋଲିସ ମୁଖ୍ୟାଳୟ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇଛି। ଏ ସମ୍ପର୍କରେ ଆଇନ ଶୃଙ୍ଖଳା ଏଡିଜି ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (OCAC)ର ସିଇଓଙ୍କୁ ଏକ ଜରୁରୀ ପତ୍ର ଲେଖି ଅବଗତ କରାଇଛନ୍ତି। ରାଜ୍ୟର ଅଧିକାଂଶ ଥାନାରେ ଅଚଳ ହୋଇପଡ଼ିଛି ସିସି କ୍ୟାମେରା।
କ୍ୟାମେରା ଅଚଳ ଯୋଗୁଁ ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ୍ ଠିକ୍ ଠିକ୍ଭାବେ ଚାଲିପାରୁନାହିଁ। ୨୦୨୫ ମାର୍ଚ୍ଚରେ ରାଜ୍ୟର ପ୍ରାୟ ସମସ୍ତ ଥାନାରେ ସିସି କ୍ୟାମେରା ଲଗାଯାଇଥିଲା। ବର୍ଷକ ମଧ୍ୟରେ ଅଧିକାଂଶ ଥାନାରେ ସିସି କ୍ୟାମେରା ଅଚଳ ହୋଇପଡିବା ଚିନ୍ତାର କାରଣ ପାଲଟିଛି। କେବଳ ଥାନା ନୁହେଁ ଆଉଟ୍ପୋଷ୍ଟ (ଫାଣ୍ଡି)ରେ ମଧ୍ୟ ୨୭ ସିସି କ୍ୟାମେରା ଅଚଳ ହୋଇ ପଡ଼ିଛି। ଏ ସଂକ୍ରାନ୍ତରେ ପୁଲିସ ମୁଖ୍ୟାଳୟ ପକ୍ଷରୁ ସିସି କ୍ୟାମେରା ଲଗାଇଥିବା ଠିକା ସଂସ୍ଥାକୁ ସ୍ଥାକୁ ଚିଠି ଲେଖାଯାଇଛି। ତୁରନ୍ତ ଏହାର ମରାମତି କରିବା ଲାଗି ପୁଲିସ ମୁଖ୍ୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ରାଜ୍ୟର ସମସ୍ତ ଥାନା ଓ ଫାଣ୍ଡିରେ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ସିସି କ୍ୟାମେରା କାର୍ଯ୍ୟକ୍ଷମ କରିବାକୁ ସୁପ୍ରିମ୍କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ନିର୍ଦେଶ ଦେଇଥିଲେ। ଏଥିସହ ଏହି ସମୟ ମଧ୍ୟରେ ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ୍ (ସିଏମ୍ ଏସ) ଓ ଭିଡ଼ିଓ ମ୍ୟାନେଜମେଣ୍ଟ ସିଷ୍ଟମ (ଭିଏସ୍ଏସ)ରେ ଯୋଡ଼ିବା କାର୍ଯ୍ୟ ସାରିବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାର ଓ ଗୃହ ବିଭାଗକୁ ନିର୍ଦେଶ ଦେଇଥିଲେ। ନ୍ୟାୟାଳୟଙ୍କ ନିର୍ଦେଶ ମୁତାବକ ରାଜ୍ୟର ୩୬ଟି ପୁଲିସ ପୁଲିସ ଜିଲା ଅଧୀନରେ ଥିବା ୬୪୫ ଥାନା ଓ ୨୯୫ଟି ଫାଣ୍ଡିରେ ସିସି କ୍ୟାମେରା ଲଗାଯିବା ପାଇଁ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ରାଜ୍ୟର ୮୫% ଥାନାରେ ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ୍ (ସିଏସ୍ଏସ ଏସ) ସହ ସଂଯୁକ୍ତ କରାଯାଇଥିଲା। କ୍ୟାମେରା ଲଗାଯିବାର ବର୍ଷକ ମଧ୍ୟରେ ଅଧିକାଂଶ ଥାନା ଓ ଫାଣ୍ଡିରେ କ୍ୟାମେରା ଅଚଳ ହୋଇପଡ଼ିଛି। ଏପରିକି ୫ଟି ପୁଲିସ ଷ୍ଟେସନ ସମ୍ପୂର୍ଣ ଭାବେ ଅଫ୍ଲାଇନ ରହିଛି।
ପଢନ୍ତୁ ଏହି ଖବର: ରାଜଧାନୀ ବୋମା ବିସ୍ଫୋରଣ ଘଟଣା,ସାହନୱାଜର ଗାର୍ଲଫ୍ରେଣ୍ଡକୁ ଜେରା କରିବ NIA

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏ ସମ୍ପର୍କରେ ଆଇନ ଶୃଙ୍ଖଳା ଏଡିଜି ଓଡ଼ିଶା କଂପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ)ର ସିଇଓଙ୍କୁ ଏକ ପତ୍ର ଲେଖ୍ ଅବଗତ ଗତ କରାଇଛନ୍ତି। କ୍ରିଷ୍ଟାଲ ଇଣ୍ଟିଗ୍ରେଟେଡ୍ ସର୍ଭିସ ଲିମିଟେଡ୍ (କ୍ରିଷ୍ଟାଲ) ଓ କେରଳ * ଷ୍ଟେଟ୍ ଇଲେକ୍ଟ୍ରୋନିକ୍ସ ଡେଭଲପମେ କର୍ପୋରେସନ (କେଲଟର୍ସ୍) ସଂସ୍ଥା ପକ୍ଷରୁ ଏହିସବୁ କ୍ୟାମେରା ଲଗାଯାଇଥିଲା।
୨୦୨୪ ସେପ୍ଟେମ୍ବର ୧୫ରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଦୁବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଘଟଣା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା। ସୁପ୍ରିମକୋର୍ଟ ଏହି ମାମଲାରେ ରାୟ ପ୍ରକାଶ କରି ସମସ୍ତ ପୁଲିସ ଷ୍ଟେସନ ଓ ଆଉଟ୍ପୋଷ୍ଟରେ ସିସିଟିଭି ଲଗାଇବା ଲାଗି ନିର୍ଦେଶ ଦେଇଥିଲେ। ବିନା କୌଣସି ବାଧାରେ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିବା ସହ ଡାଟା ଷ୍ଟୋରେଜ ହେବା ଅପରିହାର୍ଯ୍ୟ ବୋଲି ମତ ଦେଇଥିଲେ। ଏବେ ଅଚଳାବସ୍ଥା ଦୂର କରିବା ପାଇଁ ସମ୍ପୃକ୍ତ ଏଜେନ୍ସିମାନଙ୍କୁ ତୁରନ୍ତ କାର୍ଯ୍ୟାଦେଶ ଦେବାକୁ ପୁଲିସ ବିଭାଗ ନିର୍ଦ୍ଦେଶ ଦେଇଛି। ବୈଷୟିକ ତ୍ରୁଟି, ବିଦ୍ୟୁତ୍ ସଂଯୋଗରେ ସମସ୍ୟା କିମ୍ବା ନୂତନ ଗୃହକୁ ସ୍ଥାନାନ୍ତର ଯୋଗୁଁ ଯେଉଁ ଷ୍ଟେସନ ଅଫ୍ଲାଇନ ରହିଛି, ସେଗୁଡ଼ିକୁ ପ୍ରାଥମିକତା ଭିଭିରେ ସଜାଡ଼ିବାକୁ କୁହାଯାଇଛି।

Related Topics
Explore more stories