North Odisha Flood / ଉତ୍ତର ଓଡ଼ିଶାକୁ ପୁଣି ବନ୍ୟା ଆଶଙ୍କା, ବିପଦ ସଙ୍କେତ ଛୁଇଁଲା ଜଳକା ଓ ବୈତରଣୀ
·2 hours ago·2 min read

Key Points
ବଢୁଛି ବୈତରଣୀ, ବୁଢାବଳଙ୍ଗ, ଜଳକାର ଜଳସ୍ତର
ବିପଦ ସଙ୍କେତ ଛୁଇଁଲା ଜଳକା, ବୈତରଣୀ
ତଳିଆ ଅଂଚଳର ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର
ବିପଦ ସଙ୍କେତ ଛୁଇଁଲା ଜଳକା, ବୈତରଣୀ
ତଳିଆ ଅଂଚଳର ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର
ଏବେ ଉତ୍ତର ଓଡ଼ିଶାରେ ପୁଣି ବନ୍ୟାର ବଡ଼ ବିପଦ । ଲଘୁଚାପଜନିତ ଲଗାଣ ବର୍ଷା ଓ ଶିମିଳିପାଳ ସମେତ ଉପରମୁଣ୍ଡରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ଉତ୍ତର ଓଡ଼ିଶାର ପ୍ରମୁଖ ନଦୀ । ଡରାଉଛି ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା । ବୁଢ଼ାବଳଙ୍ଗର ଜଳସ୍ତର ବଢ଼ୁଥିବାରୁ ବାରିପଦା ପୌରାଞ୍ଚଳର ଅନେକ ୱାର୍ଡ ଓ ତଳିଆ ସାହିରେ ବନ୍ୟା ଜଳ ପ୍ରବେଶ କରିସାରିଛି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଅନ୍ୟପଟେ ଯାଜପୁର ଦଶରଥପୁର ବ୍ଲକରେ ବୈତରଣୀ ଓ କାଣୀ ନଦୀର ପୂର୍ବ ଘାଇ ବାଟେ ପୁଣି ଗାଁ ଭିତରକୁ ବନ୍ୟା ପାଣି ମାଡ଼ିଆସିଛି । ବ୍ୟାପକ ଫସଲ ନଷ୍ଟ ହୋଇଥିବା ବେଳେ ଅନେକ ଗାଁ ଏବେ ଜଳବନ୍ଦୀ ।
ପ୍ରଥମ ବନ୍ୟା ଜଳ ନ ଛାଡୁଣୁ ଏବେ ଉତ୍ତର ଓଡ଼ିଶାରେ ପୁଣି ହୋଇପାରେ ବନ୍ୟା । ଡରାଉଛି ବୈତରଣୀ, ବୁଢାବଳଙ୍ଗ, ଜଳକା । ଶିମିଳିପାଳ ଅଭୟାରଣ୍ୟ ଏବଂ ଏହାର ଆଖପାଖ ଅଂଚଳରେ ପ୍ରବଳ ବର୍ଷା ଯୋଗୁଁ ମୟୂରଭଞ୍ଜରେ ବୁଢାବଳଙ୍ଗର ଜଳସ୍ତର ବଢିବାରେ ଲାଗିଛି । ବିଭିନ୍ନ ଛୋଟ ବଡ଼ ଶାଖା ନଦୀ ଓ ନାଳରେ ପାଣି ବୃଦ୍ଧି ପାଉଛି । ନଦୀର ଜଳପତନ ବୃଦ୍ଧି ପାଇବା ଫଳରେ ବାରିପଦା ପୌରାଞ୍ଚଳ ଅଧୀନ ୭ ଓ ୯ ନମ୍ବର ଓ୍ବାର୍ଡ, ମଧୁବନ ସମେତ ବିଭିନ୍ନ ତଳିଆ ସାହି ଓ ବସ୍ତି ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି । ବାରିପଦା ସହର ସମେତ, ବଡ଼ସାହି ଓ ବେତନଟୀରେ ଓଡ୍ରାଫ୍ ମୁତୟନ କରାଯାଇଛି । ପ୍ରଶାସନ ପକ୍ଷରୁ ତୁରନ୍ତ ତଳିଆ ଅଞ୍ଚଳରୁ ପ୍ରଭାବିତ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର, ବିଡିଓ ଏବଂ ବରିଷ୍ଠ ଅଧିକାରୀମାନେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଖାଲି ବୁଢାବଳଙ୍ଗ କାହିଁକି ବୈତରଣୀ ନଦୀରରେ ପୁଣି ବନ୍ୟା ଆସିଛି । ବେହାଲ ହୋଇଯାଇଛି ଦଶରଥପୁର ବ୍ଲକ । ପୂର୍ବ ବନ୍ୟାରେ ବୈତରଣୀର ଶାଖା କାଣୀ ନଦୀର ଡୋଭାବିଲ ପାଟଣାରେ ସୃଷ୍ଟି ହୋଇଥିବା ଘାଇ ବାଟେ ପୁଣି ଗାଁକୁ ବନ୍ୟପାଣି ମାଡୁଛି । ତଳିଆ ଅଞ୍ଚଳରେ ସ୍ଥିତି ଗମ୍ଭୀର । ଦଶରଥପୁର ବ୍ଲକର ଅନେକ ଗାଁରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ବ୍ୟାପକ ଚାଷଜମି ଜଳମଗ୍ନ ହୋଇଛି । ଧାନ ଓ ପନିପରିବା ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ଅନେକ ସ୍ଥାନରେ ଗାଁ ଦାଣ୍ଡରେ ଲହଡି ମାରୁଛି ବନ୍ୟାଜଳ ।
ସେପଟେ ବିପଦ ସଙ୍କେତ ଛୁଇଁଲା ଜଳକା । ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ଜଳକା ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ବିପଦ ସଙ୍କେତ ଛୁଇଁଛି । ବସ୍ତା ବ୍ଲକ୍ ମଥାନୀଠାରେ ଜଳକା ନଦୀ ବିପଦ ସଙ୍କେତ ପାଖାପାଖି ପ୍ରବାହିତ ହେଉଛି । ସେହିପରି ରାଜଘାଟଠାରେ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା । ଏନଏଚ-୫ ଠାରେ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି ବୁଢ଼ାବଳଙ୍ଗ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜଳେଶ୍ଵରରେ ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା । ରାଜଘାଟଠାରେ ସୁବର୍ଣ୍ଣରେଖାର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଭୋଗରାଇ, ବାଲିଆପାଳ, ଜଳେଶ୍ଵର ବ୍ଲକର ତଳିଆ ଅଞ୍ଚଳରେ ପଶୁଛି ସୁବର୍ଣ୍ଣରେଖା ନଦୀର ତୃତୀୟ ବନ୍ୟା ପାଣି । ରାତି ୧୧ ବେଳକୁ ସର୍ବାଧିକ ୧୧.୧୭ମି ଛୁଇଁବା ପୂର୍ବାନୁମାନ ।
ଜଳସମ୍ପଦ ବିଭାଗର ସୁଚନା ଅନୁଯାୟୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବଢିବାରେ ଲାଗିଛି । ବର୍ଷା ଯେତିକି ଯେତିକି ବଢୁଛି, ବନ୍ୟା ଆଶଙ୍କାରେ ତଳିଆ ଅଂଚଳ ଲୋକଙ୍କ ଭିତରେ ଛନକା ପଶିଛି ।
ଜଳସମ୍ପଦ ବିଭାଗର ସୁଚନା ଅନୁଯାୟୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବଢିବାରେ ଲାଗିଛି । ବର୍ଷା ଯେତିକି ଯେତିକି ବଢୁଛି, ବନ୍ୟା ଆଶଙ୍କାରେ ତଳିଆ ଅଂଚଳ ଲୋକଙ୍କ ଭିତରେ ଛନକା ପଶିଛି ।
Related Topics
Explore more stories