North Odisha Flood Alert / ଉତ୍ତର ଓଡ଼ିଶାକୁ ବଡ଼ ବନ୍ୟା ଆଶଙ୍କା, ଜାଣନ୍ତୁ କେଉଁ ଜିଲ୍ଲାରେ ରହିବ ସର୍ବାଧିକ ପ୍ରଭାବ ?
·1 month ago·2 min read

Key Points
ବୈତରଣୀରେ ଆସୁଛି ବଡ଼ ବନ୍ୟା
ଆଜି ସଂଧ୍ୟା ସୁଦ୍ଧା ବଡ଼ ବନ୍ୟା ଆଶଙ୍କା
ସୂଚନା ଦେଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
ସାଳନ୍ଦୀ, ଜଳକା ଓ ବୈତରଣୀରେ ମାଡ଼ି ଆସିବ ବନ୍ୟା ପାଣି
ଆଜି ସଂଧ୍ୟା ସୁଦ୍ଧା ବଡ଼ ବନ୍ୟା ଆଶଙ୍କା
ସୂଚନା ଦେଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
ସାଳନ୍ଦୀ, ଜଳକା ଓ ବୈତରଣୀରେ ମାଡ଼ି ଆସିବ ବନ୍ୟା ପାଣି
ମାଡ଼ି ଆସୁଛି ବଡ଼ ବନ୍ୟା । ଆଜି ସଂଧ୍ୟା ସୁଦ୍ଧା ଭାସିବ ଉତ୍ତର ଉପକୂଳ । ସାଳନ୍ଦୀ, ଜଳକା ଓ ବୈତରଣୀରେ ସନ୍ଧ୍ୟା ସୁଦ୍ଧା ଆସିବ ବନ୍ୟା ପାଣି । ଏହି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ଆଜି ସନ୍ଧ୍ୟା ସୁଦ୍ଧା ଜଳକା, ଶାଳନ୍ଦୀ ଓ ବୈତରଣୀ ନଦୀରେ ବନ୍ୟା ସମ୍ଭାବନା ଅଛି । ସନ୍ଧ୍ୟା ସୁଦ୍ଧା ବୈତରଣୀରେ ବଡ଼ ବନ୍ୟା ହୋଇପାରେ । ବନ୍ୟା ପାଣି ଯୋଗୁ ଭଦ୍ରକରେ ୱାଟର ଲଗିଂ ହୋଇପାରେ ।
ତେବେ ଆସନ୍ତା ୨୪ ଘଣ୍ଟା ପରେ ପାଣି କମିବ । ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯିବ । ବନ୍ୟାରେ ଧାମନଗର, ଦଶରଥପୁର, ଚାନ୍ଦବାଲି ବେଶୀ ପ୍ରଭାବିତ ହେବ । ଚାଷ ଜମି ପାଣିରେ ବୁଡ଼ିବ । ଜଳକା ନଦୀ ମାଖନୀ ବ୍ରିଜ ପାଖରେ ସନ୍ଧ୍ୟା ସୁଦ୍ଧା ୬.୮ରୁ ୭ ମିଟର ପର୍ଯ୍ୟନ୍ତ ପାଣି ବଢ଼ିପାରେ ।
ଗତ ସନ୍ଧ୍ୟାରେ ମହାନଦୀରେ ପିକ୍ ଫ୍ଲଡ୍ ହୋଇଥିଲା । ଯାହା ଆଜି ୧୨ଟା ସୁଦ୍ଧା କମିଛି । ମୁଣ୍ଡଳୀରେ ଜଳସ୍ତର କମୁଛି । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ୱାଟର ଲଗିଂ ହୋଇପାରେ । ବର୍ତ୍ତମାନ ହୀରାକୁଦର ଦୁଇଟି ଗେଟ୍ ଖୋଲା ଅଛି ।
ଅଧିକ ପଢ଼ନ୍ତୁ: ଆସାମରେ ବନ୍ୟାର ଭୟଙ୍କର ତାଣ୍ଡବ…୬୮ ମୃତ, ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ଉତ୍ତରାଖଣ୍ଡରେ ଅରେଞ୍ଜ ଆଲର୍ଟ
ସେପଟେ ଗଭୀର ଅବପାତ ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ଯୋଗୁ ଉତ୍ତର ଓଡ଼ିଶା ବେଶୀ ପ୍ରଭାବିତ ହୋଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରିରେ ସର୍ବାଧିକ ବର୍ଷା ହୋଇଛି । ମୟୂରଭଞ୍ଜ ଓ ବାଲେଶ୍ୱରରେ ଅଧିକ ବର୍ଷା ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭଦ୍ରକ ସାଳନ୍ଦୀ ନଦୀର ଦେଉଳପାଳ ଠାରେ ଧସିଲା ନଦୀ ବନ୍ଧ... ୧୦୦ ଫୁଟରୁ ଉର୍ଦ୍ଧ ଧସିଛି ନଦୀ ବନ୍ଧ । ନଦୀରେ ବନ୍ୟା ଯୋଗୁଁ ବଡ଼ ଘାଇ ହେବା ଆଶଙ୍କା ରହିଛି । ତେବେ ଏନେଇ ନଦୀ କୁଳିଆ ଲୋକେ ଭୟଭୀତ ଅଛନ୍ତି । କ୍ରମାଗତ ଭାବେ ଲଗାଣ ବର୍ଷା ଲାଗି ରହିବା ଫଳରେ ସାଳନ୍ଦୀ, ନାଳିଆ, ରେବ, କପାଳୀ ନଦୀରେ ବନ୍ୟା ଆସିଛି, ଏହା ଯୋଗୁଁ ଧାମନଗର ବ୍ଲକର କଟସାହି ପଂଚାୟତର ମୁଦୁଲି ସାହିର ୭୦ ରୁ ଉର୍ଦ୍ଧ ପରିବାରର ୫୦୦ ରୁ ଉର୍ଦ୍ଧ ଲୋକ ଦୁଇ ଦିନ ହେଲା ଜଳବନ୍ଧୀ ଜୀବନ ବିତାଉଛନ୍ତି ସହିଦ ନଗର ମୁଖ୍ୟ ରାସ୍ତାରୁ ଏହି ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇ ଯାଇଛି ।
Related Topics
Explore more stories