Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଥାନାରୁ ମିଳିଲାନି ନ୍ୟାୟ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା 

Manini Pattanayak
Browse all articles by Manini Pattanayak
·1 year ago·1 min read
 ଥାନାରୁ ମିଳିଲାନି ନ୍ୟାୟ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା 

କେନ୍ଦ୍ରାପଡା:  ଥାନାରୁ ନ୍ୟାୟ ମିଳିଲାନି ବୋଲି, ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ଏକାଧିକ ମହିଳା । ଥାନା ଅଧିକାରିଣୀଙ୍କ ସହ ରାଜନଗର ବିଧାୟକଙ୍କ ବିରୋଧରେ ନାରାବାଜି କରିବା ସହ ଜଣେ ଅସହାୟ ମହିଳାଙ୍କୁ ନ୍ୟାୟ ପ୍ରଦାନ ଦାବି କରିଛନ୍ତି ମହିଳା ଗୋଷ୍ଠି ।  ଘଟଣାଟି ହେଉଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ସଂସାରଫଳ ଥାନା ଅନ୍ତର୍ଗତ ନୟାକୋଟ ଅଂଚଳର । ଉକ୍ତ ଗ୍ରାମର ସାରଥୀ ପଲାଇ ନାମକ ଜଣେ ଅସହାୟ ବିଧବା ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିଥିଲେ ବି, କିଛି ପଡୋଶୀଙ୍କ ଆକ୍ରୋଶ କାରଣରୁ, ସେ ଘର କରିପାରିନଥିଲେ ।

ଏହାପରେ ନିଜ ଗ୍ରାମର ସମସ୍ତ ମହିଳା ମଣ୍ଡଳଙ୍କ ସହାୟତା ନେଇ  ମହିଳା ଜଣକ ଥାନାର ଦ୍ୱାରସ୍ଥ ହେବା ସହ ପରେ ପରେ ରାଜନଗର ବିଧାୟକ ଙ୍କ ଦୃଷ୍ଟିଗୋଚର କରିଥିଲେ। କିନ୍ତୁ ଦୁଇ ଦୁଇଟି ଜାଗାରୁ ନାୟ ମିଳିବା ତ ଦୂରର କଥା ଆହୁରି ସେ ନିର୍ଯ୍ୟାତନା ର ଶିକାର ହୋଇଥିଲେ । ଏପରିକି କେବଳ ଉକ୍ତ ମହିଳା ନୁହଁନ୍ତି, ତାଙ୍କ ସହ ଯାଇଥିବା ସମସ୍ତ ମହିଳା ଗୋଷ୍ଠିଙ୍କୁ ଥାନା ଅଧିକାରିଣୀଙ୍କ ସହ ଜଣେ ପୋଲିସ ବାବୁ ବାନ୍ଧି ହାଜତ ରେ ପୂରେଇଦେବେ ବୋଲି ଧମକ ବି ଦେଇଥିଲେ । ଶେଷରେ ସମସ୍ତ ମହିଳା ନ୍ୟାୟ ପାଇବାକୁ ପଟ୍ଟାମୁଣ୍ଡାଇ ଏସ. ଡି. ପି.ଓ  ଏବଂ ତାପରେ ଆଜି ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଥିଲେ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Not getting justice from the police station, the woman was at the door of the District Collector | Argus News