ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ସହ ଟଙ୍କା ଝଡାଉଥିଲେ ଯନ୍ତ୍ରୀ
·2 years ago·1 min read

ମୟୁରଭଞ୍ଜ: ଜଣେ କି ଦୁଇଜଣ ନୁହଁନ୍ତି ୪ ଜଣ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଏବଂ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଆସୁଥିଲେ ରସିକିଆ ଯନ୍ତ୍ରୀ। ଶେଷରେ ପଦାରେ ପଡ଼ିଛି ଚୋରା ପିରତି। ପ୍ରତାରିତ ୨ ଯୁବତୀ ବାରିପଦା ଟାଉନ୍ ଥାନାରେ ଏତଲା ଦେବା ପରେ ପୁଲିସ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଗିରଫ କରିଛି। ଅଭିଯୋଗକାରୀ ଯୁବତୀଙ୍କ ଡାକ୍ତରୀ ମାଇନା କରାଇଛି ପୋଲିସ।
ଶନିବାର ଗିରଫ ଯନ୍ତ୍ରୀଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଗିରଫ ଯନ୍ତ୍ରୀ ଜଣକ ହେଉଛନ୍ତି ବାରିପଦାର ଶୁକୁରା ସିଂ । ସେ ଏବେ ରାଇରଙ୍ଗପୁର ଜଳସେଚନ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଶୁକୁରା ସିଂ ସୋସିଆଲ ମିଡିଆରୁ ଯୁବତୀମାନଙ୍କ ସହ ସମ୍ପର୍କ ସ୍ଥାପନ କରୁଥିଲେ। କୌଶଳକ୍ରମେ ମୋବାଇଲ୍ ନମ୍ବର ହାସଲ କରି କିଛିଦିନ କଥା ହେବା ପରେ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖୁଥିଲେ। କେବଳ ସେତିକି ନୁହେଁ, ବିଭିନ୍ନ ବାହାନା କରି ସେମାନଙ୍କ ପାଖରୁ ଟଙ୍କା ମଧ୍ୟ ଝଡ଼ାଉଥିଲେ ବୋଲି ଅଭିଯୋଗ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: