Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେବଳ ଶ୍ରୀକ୍ଷେତ୍ର ନୁହଁ ଓଡ଼ିଶାର ପୁରପଲ୍ଲୀରେ ବି ଓଡ଼ିଆ ଅସ୍ମିତାର ଯାତ୍ରା

Odisha

କେବଳ ଶ୍ରୀକ୍ଷେତ୍ର ନୁହଁ ଓଡ଼ିଶାର ପୁରପଲ୍ଲୀରେ ବି ଓଡ଼ିଆ ଅସ୍ମିତାର ଯାତ୍ରା

Manini Pattanayak
Browse all articles by Manini Pattanayak
·2 years ago·2 min read
କେବଳ ଶ୍ରୀକ୍ଷେତ୍ର ନୁହଁ ଓଡ଼ିଶାର ପୁରପଲ୍ଲୀରେ ବି ଓଡ଼ିଆ ଅସ୍ମିତାର ଯାତ୍ରା

ଭୁବନେଶ୍ୱର:  କେବଳ ଶ୍ରୀକ୍ଷେତ୍ର ନୁହଁ ଓଡ଼ିଶାର ପୁରପଲ୍ଲୀରେ ବି ଓଡ଼ିଆ ଅସ୍ମିତାର ଯାତ୍ରା । ମୟୂରଭଞ୍ଜରୁ ମାଲକାନଗିରିରୁ କଟକରୁ କୋରାପୁଟ, ସ୍ନାନପୂର୍ଣ୍ଣିମାରେ ସବୁଠି ମହାପ୍ରଭୁଙ୍କ ଭକ୍ତିରେ ତଲ୍ଲୀନ ଭକ୍ତଗଣ । ଘଣ୍ଟ ଘଣ୍ଟା, ଖୋଳ ତାଳ, ହରିବୋଲ, ହୁଳୁହୁଳି ଧ୍ବନି ଭିତରେ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରରେ ଭକ୍ତିମୟ ପରିବେଶ ।  ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି ବିଶ୍ବର ଆରାଧ୍ୟ ଦେବତା । ପୁରୀରେ ମହାବାହୁଙ୍କ ଏ ଲୀଳାଖେଳା ଦେଖିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ । କେବଳ ମୂଳପୀଠ ଶ୍ରୀକ୍ଷେତ୍ର ନୁହଁ ଓଡ଼ିଶାର ପୁରପଲ୍ଲୀରେ ବି ଓଡ଼ିଆ ଅସ୍ମିତାର ଯାତ୍ରା । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିରରେ ଚାଲିଛି ସ୍ନାନଯାତ୍ରା । ମୟୂରଭଞ୍ଜରୁ ମାଲକାନଗିରିରୁ କଟକରୁ କୋରାପୁଟ ସବୁଠି ୧୦୮ ଗରା ଜଳରେ ସ୍ନାନ କରିଛନ୍ତି ଶ୍ରୀଜୀଉ । ଘଣ୍ଟ ଘଣ୍ଟା ଓ ଖୋଳ ତାଳ ଓ ହରିବୋଲ, ହୁଳହୁଳି ଧ୍ବନିରେ ପ୍ରକମ୍ପିତ ପୁରା ପରିବେଶ । ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଚତୁର୍ଦ୍ଧା ମୁରତୀ ଆଜି ସ୍ନାନ ମଣ୍ଡପରେ ବିଜେ କରିଛନ୍ତି । ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରଳ ଜନସମାଗମ ହୋଇଛି । ବାଲେଶ୍ବର ଇମାମି ଜଗନ୍ନାଥ ମନ୍ଦିରରେ ବି  ସ୍ନାନ ମଣ୍ଡପରେ ବିଜେ କରିଛନ୍ତି ମହାବାହୁ । ପ୍ରଭୁଙ୍କର ଦିବ୍ୟ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି ।
କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ବିରାଜିତ ବଡଠାକୁର ପ୍ରଭୁ ବଳଦେବଜୀୟୁଙ୍କର ସ୍ନାନ ଉତ୍ସବ ପାଳିତ ହୋଇଯାଇଛି  । ଅପରାହ୍ନରେ ସ୍ନାନମଣ୍ଡପରେ ଶ୍ରୀଜୀୟୁ ମାନଙ୍କୁ ୧୦୮ କଳସିରେ ସୁବାସିତ ଜଳ ଦ୍ବାରା ମହାସ୍ନାନ କରାଯାଇଥିଲା । 

ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ  ମହାପ୍ରଭୁଙ୍କ ସ୍ନାନପୂଣ୍ଣିମା ପାଳିତ ହୋଇଯାଇଛି । ଏହି ଅବସରରେ  ହରଭଙ୍ଗା ବ୍ଲକ ସ୍ଥିତ ଠିଡିକାଜୋର ଶ୍ରୀ ପୁରୁଷୋତ୍ତମ ଦେବ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ଗଜାନନ ବେଶ ମହାଆଡମ୍ବର ଭାବେ ପାଳିତ ହୋଇଯାଇଛି । ଜଗତର ନାଥ ଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ରରେ ରୀତିନୀତି ଅନୁସାରେ ପବିତ୍ର ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କ ଏହି ସ୍ନାନ ଯାତ୍ରା ଦେଖିବା ପାଇଁ ଦୂର ଦୁରାନ୍ତରୁ ଭକ୍ତ ଶ୍ରଦ୍ଧାଳୁ ମାନେ ଧାଇଁ ଆସିଥିଲେ ।
ରାୟଗଡ଼ା ସ୍ଥିତ ଶରଧା ଶ୍ରୀକ୍ଷେତ୍ରରେ ମହା ଆଡମ୍ବରରେ ପାଳିତ ହୋଇଛି ମହାପ୍ରଭୁଙ୍କର ସ୍ନାନ ପୂର୍ଣ୍ଣିମା । ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ମହାପ୍ରଭୁ ଖୋଲା ଆକାଶ ତଳେ ସ୍ନାନ ମଣ୍ଡପରେ ଦର୍ଶନ ଦେଉଛନ୍ତି ।  ଭଦ୍ରକ ଜିଲ୍ଲା ବାସୁଦେବପୁରରେ ବି ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ । ଶ୍ରୀଜୀଉଙ୍କ ଦର୍ଶନ କରିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି ।  ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଚତୁର୍ଧା ମୂର୍ତ୍ତିଙ୍କ ସ୍ନାନ ଯାତ୍ରା ନୀତି ସମ୍ପନ୍ନ ହୋଇଛି । ଠାକୁର ମାନଙ୍କ ନୀତିକାନ୍ତି ପରେ ୧୦୮ ଗରା ପାଣିରେ କରାଯାଇଥିଲା ମହାସ୍ନାନ । ଘଣ୍ଟ ଘଣ୍ଟା ଓ ଖୋଳ ତାଳ ଓ ହରିବୋଲ, ହୁଳହୁଳି ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ ।  କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରେ ବି ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଛି । ନୂଆଦିଲ୍ଲୀ ସ୍ଥିତ ଖଜ୍‌ଖାସ ଜଗନ୍ନାଥ ମନ୍ଦିରରେ ବଡ଼ ଠାକୁରଙ୍କ ସ୍ନାନ ଯାତ୍ରା ନୀତି ସମ୍ପନ୍ନ ହୋଇଛି ।
 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Not only the shrikhetra but also in the Purpalli of Odisha, the trip to Odisha Asmita | Argus News