Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରମିକଙ୍କୁ ମଳୁନି କାମ, ଦାଦନ ମୁହାଁ ମୋତାଚୁଆଁ ଶ୍ରମିକ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଶ୍ରମିକଙ୍କୁ ମଳୁନି କାମ,  ଦାଦନ ମୁହାଁ ମୋତାଚୁଆଁ ଶ୍ରମିକ

ଅର୍ଗସ ବ୍ୟୁରୋ:  କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ମହକୁମାରୁ ମାତ୍ର ୬କିଲୋମିଟର ଦୂରରେ ରହିଛି ମୋତାଚୁଆଁ ଗାଁ । କାହିଁ କେଉଁ ଆଦିମ କାଳରୁ ଏହି ଗାଁରେ ୪୬ ଟି ପରିବାର ବସବାସ କରନ୍ତି । ମାତ୍ର ଗାଁକୁ ଯିବାକୁ ନାହିଁ ସବୁ ଦିନିଆ ରାସ୍ତା। ଜଙ୍ଗଲ ମଧ୍ୟରେ ଥିବା ମାଟି ରାସ୍ତାରେ ଯିବାଆସିବା କରନ୍ତି ଗ୍ରାମବାସୀ। ଗାଁରେ ଆଜିପର୍ଯ୍ୟନ୍ତ ମୋବାଇଲ ନେଟୱାର୍କ ନାହିଁ। ନେଟୱର୍କ ନଥିବାରୁ ଜରୁରୀକାଳୀନ ସେବାରୁ ବଞ୍ଚିତ ମୋତାଚୁଆଁବାସୀ ।

ଗାଁରେ ଫେଲ ମାରିଛି ମନରେଗା ଯୋଜନା। ଗାଁରେ ରହୁଥିବା ୪୮ ପରିବାର ମଧ୍ୟରୁ ୨୬ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି । ସରକାର କାମ ଯୋଗାଇ ଦେଉଥିବା ବେଳେ ନିର୍ବାଚିତ ପ୍ରତିନିଧି,ଅଧିକାରୀ ଓ କୁଜି ନେତା ମାନେ ଏହି ଯୋଜନାର ଫାଇଦା ନେଉଛନ୍ତି । ଫଳରେ ଗ୍ରାମବାସୀ ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ।

ନିର୍ବାଚନ ସମୟରେ ରାଜନେତା ଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧି ମାନେ ଭୋଟ ଭିକ୍ଷା କରି ପ୍ରତିଶ୍ରୁତି ଦିଅନ୍ତି ହେଲେ ଭୋଟ ହାତେଇବା ପରେ ଆଉ ଗାଁରେ ତାଙ୍କ ପାଦ ପଡେ ନାହିଁ । ଫଳରେ ଆଜିପର୍ଯ୍ୟନ୍ତ ଗାଁର ବିକାଶ ହୋଇ ପାରିନି। ତେବେ ସରକାର ବଦଳିଛି ନୂଆ ସରକାର ଗାଁର ବିକାଶ କରିବେ ବୋଲି ସ୍ଥାନୀୟ ଲୋକେ ଆଶାବାଦୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Sponsored
not work for the worker | Argus News