ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
·1 year ago·1 min read

ଅର୍ଗସ ବ୍ୟୁରୋ: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହୋଇପାରିବ । ୨୨ ତାରିଖରେ ପ୍ରାର୍ଥିପତ୍ର ଯାଂଚ ଓ ୨୭ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି । ଆବଶ୍ୟକ ପଡିଲେ ସେପ୍ଟେମ୍ବର ୩ ତାରିଖରେ ଭୋଟଗ୍ରହଣ ହୋଇପାରେ । ମମତା ମହନ୍ତଙ୍କ ଇସ୍ତଫା ପରେ ସେହି ଆସନ ଖାଲି ପଡ଼ିଛି । ମମତାଙ୍କ ସ୍ଥାନରେ କିଏ ଦିଲ୍ଲୀ ଯିବେ ତାହା ବିଜେପିର ଘୋଷଣାକୁ ଅପେକ୍ଷା ରହିଛି ।
ବିଧାନସଭାର ସଂଖ୍ୟାଗଣିତକୁ ହିସାବକୁ ନେଲେ ବିଜେପି ଖାତାକୁ ରାଜ୍ୟସଭା ଆସନ ଯିବା ନିଶ୍ଚିତ। ଦଳ ପାଖରେ ସଂଖ୍ୟା ହେଉଛି ୭୮ । ଏପରିକି ୩ ସ୍ବାଧୀନ ବିଧାୟକଙ୍କ ସମର୍ଥନ ବିଜେପି ସହ ରହିଛି । ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା ମମତା ମହନ୍ତଙ୍କୁ ପୁଣି ଥରେ ବିଜେପି ରାଜ୍ୟସଭାକୁ ପଠାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: