ଏବେ ପାଣ୍ଡିଆନ ଅଫିସିଆଲି ବିଜେଡିର ନମ୍ବର 2 ନେତା
ଅର୍ଗସ ବ୍ୟୁରୋ: ନବୀନଙ୍କ ପରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ବିଜେଡିରେ ନଂ 2। ବିଜେଡିର 40 ଜଣିଆ ଷ୍ଟାର ପ୍ରାଚାରକ ତାଲିକାରେ ପାଣ୍ଡିଆନଙ୍କୁ ନବୀନଙ୍କ ପରେ ରଖି ସେ ଦଳର ନମ୍ବର ଟୁ ନେତା ବୋଲି ଦଳ ଅଫିସିଆଲି ଲାଗାଇଛି ମୋହର। ଏ ଘୋଷଣା ସେତିକି ବେଳେ ହୋଇଛି ଯେଉଁ ସମୟରେ ଓଡ଼ିଶା ଅସ୍ମିତା ଓ ସ୍ବାଭିମାନକୁ ନେଇ ଏବେ ବିବାଦରେ ପାଣ୍ଡିଆନ୍। 24 ନିର୍ବାଚନରେ ଓଡ଼ିଶା ଅସ୍ମିତାକୁ ମୁଖ୍ୟ ପ୍ରସଙ୍ଗ କରିଛି ବିଜେପି। ଖୋଦ୍ ଗୃହମନ୍ତ୍ରୀ ଅମିତ ଶାହ ଏ ପ୍ରସଙ୍ଗ ଉଠାଇ ନବୀନଙ୍କ ସହ ଆମନା ସାମନା ଲଢେଇର ଦେଇଛନ୍ତି ଆହ୍ବାନ। ପୁରପଲ୍ଲୀରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ସାଧାରଣ ଓଡ଼ିଆଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁଛି। ତାପରେ ମଧ୍ୟ ବିଜେଡିର ଷ୍ଟାର ପ୍ରଚାରକ ତାଲିକାଲେ ନବୀନଙ୍କ ପରେ ପାଣ୍ଡିଆନଙ୍କ ନାଁ ରହିବା ଖୁବ୍ ଗୁରୁତ୍ବପୂର୍ଣ୍ଣ। ଏ ନିଷ୍ପତ୍ତି ବିଜେଡି ପାଇଁ ସାଜିବ କି କାଳ ?
ବିଂଶ ଶତାବ୍ଦୀରେ ଶେଷ ଆଡକୁ ବିନା ରାଜନୈତିକ ପୃଷ୍ଠଭୂମିରେ ନବୀନ କରିଥିଲେ ରାଜନୀତିରେ ପ୍ରବେଶ। ନବୀନଙ୍କୁ ନେଇ ଧାରଣା ଥିଲା ରାଜନୀତିରେ ତାଙ୍କର ନିଜର କିମ୍ବା ପର ନୁହନ୍ତି । ଯେଉଁ ସମୟରେ ଯିଏ ଉପଯୋଗୀ, ସେତେବେଳେ ସିଏ ତାଙ୍କର। ରାଜନୀତି ସମୀକ୍ଷକଙ୍କ ମତରେ ପ୍ରଥମ ଥର ପାଇଁ ନବୀନଙ୍କ ଚରିତ୍ରରେ ଦେଖାଦେଇଛି ଏଭଳି ପରିବର୍ତ୍ତନ। ପ୍ରଥମ ଥର ପାଇଁ କୌଣସି ନେତା ନବୀନଙ୍କର ସାଜିଛନ୍ତି ଦୁର୍ବଳତା ? ବିଜେଡି ସୁପ୍ରିମୋଙ୍କ ଏହି ଦୁର୍ବଳତା 24 ଲଢେଇରେ ବିଜେଡିକୁ କରିବ କି ଅଧିକ ଦୁର୍ବଳ ?
ଓଡ଼ିଶା ହେଉଛି ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ । 2036 ମସିହା ଅର୍ଥାତ 12 ବର୍ଷ ପରେ ଓଡ଼ିଶା ପାଳିବ ସ୍ବତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ । ଏହି ସମୟରେ ଓଡ଼ିଆ ସ୍ବାଭିମାନ ଓ ଅସ୍ମିତା ବହନ କରୁଛି ଗୁରୁତ୍ବ। ତାପରେ ବି ଓଡ଼ିଆଙ୍କ ଉପରେ ପାଣ୍ଡିଆନଙ୍କୁ ଥୋପ ଦେଉଛି ବିଜେଡି। ଜାଗିବ କି ସାଧାରଣ ଓଡ଼ିଆଙ୍କ ସ୍ବାଭିମାନ ? ଗୋଦାବରିଶଙ୍କ ଭାଷାରେ- ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି । ଯଦି ଓଡ଼ିଆ ସ୍ବାଭିମାନ ଜାଗିବ, ପାଣ୍ଡିଆନଙ୍କ ପ୍ରତି ଦୁର୍ବଳତା ନବୀନଙ୍କର ଷଷ୍ଠ ପାଳି ପରିବର୍ତ୍ତେ ସତ୍ତା ପରିବର୍ତ୍ତନ ହେବ କି ରାଜନୈତିକ ବାସ୍ତବତା ?
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର